July 7, 2026
Home » ପିଏମଶ୍ରୀ ମାଁ ଭରାଣ୍ଡୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

ପିଏମଶ୍ରୀ ମାଁ ଭରାଣ୍ଡୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

0
WhatsApp Image 2026-07-07 at 5.06.08 PM

 

ପୋଲସରା  :୭୭ ତମ ବନମହୋତ୍ସବ ପାଳନ ଅବସରରେ ପୋଲସରା ବ୍ଳକ ଅନ୍ତର୍ଗତ ପିଏମଶ୍ରୀ ମନ୍ଦାର ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଶ୍ରୀ ଜୟକାନ୍ତୀ ପିଙ୍ଗ୍ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସିଏଫ ପ୍ରଦୀପ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ପୋଲସରା ରେଞ୍ଜର ଅନୀଲ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଭିଏସଏସ ସଭାପତି ଶ୍ରୀଧର ମିଶ୍ର ଓ ମନ୍ଦାର ସରପଞ୍ଚ ସୁନୀତା ଜେନା ଯୋଗଦାନ ପୂର୍ବକ ୭୭ତମ ବନମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କରିଥିଲେ।

ଏହାସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ମହତ୍ତ୍ଵ ଏବଂ ଏହାର ସମ୍ପର୍ଣ୍ଣ ଦାୟିତ୍ୱ ନେବାପାଇଁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ନବୀନ କିଶୋର ସାହୁ ଅତିଥି ପରିଚୟ ଓ ସଭା ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଜୋତିଏଲ ନାୟକ, ରଞ୍ଜିତ କୁମାର ସାହୁ, ରଙ୍ଗାଧର ଦଳେଇ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଏନସିସି,ଜେଆରସି, ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷକ ସଦାଶିବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *