August 22, 2026
Home » ପିସିସି ପକ୍ଷରୁ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ପିସିସି ପକ୍ଷରୁ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

0
WhatsApp Image 2025-12-28 at 4.18.26 PM

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦଳୀୟ ପତାକା ଉତ୍ତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଓ ଦେଶକୁ ସ୍ୱାଧୀନ କରିବାରେ ଆମ ପୂର୍ବସୂରୀମାନଙ୍କ ଅସୀମ ତ୍ୟାଗ ଓ ସେବା ପାଇଁ ଆମେ ଆଜି ଗର୍ବ କରୁଛୁ । ବହୁ ପୂର୍ବତନ ପ୍ରଧାନମନ୍ତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ନାମକୁ ଟେକ ରଖିଥିବାବେଳେ ବର୍ତ୍ତମାନ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି ଓ ମହାତ୍ମା ଗାନ୍ଧୀଙ୍କ ନାମକୁ ପ୍ରତ୍ୟେକ ସ୍ଥାନରୁ ହଟେଇବା ପାଇଁ ଚକ୍ରାନ୍ତ ଚାଲିଛି । କିନ୍ତୁ କଂଗ୍ରେସ ଦଳ ଏହାକୁ କଦାପି ବରଦାସ୍ତ କରିପାରିବ ନାହିଁ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦେଶବାସୀଙ୍କ ପାଇଁ ତା’ର କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ଦାସ କହିଥିଲେ । ଏହି ଅବସରରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକଜୁଟ ହୋଇ ଦଳକୁ ସଶକ୍ତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି, ଜ୍ୟୋତିଷ କୁମାର ସାହୁ, ଏମ୍‌.ଡି. ସାହାଦୁଲ୍ଲା ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ନେତା ରାମଚନ୍ଦ୍ର କାଡାମ୍‌, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଡ. ରାମଚନ୍ଦ୍ର ଖୁଣ୍ଟିଆ, ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନ୍‌ଗୋ, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ସଶ୍ମିତା ବେହେରା, ପ୍ରକାଶ ଜେନା,ମିନାକ୍ଷୀ ବାହିନିପତି, ଲଲାଟେନ୍ଦୁ ମହାପାତ୍ର, ମନୋରଞ୍ଜନ ଦାସ, ସିଦ୍ଧାର୍ଥସ୍ୱରୂପ ଦାସ, ମାନସ ଆଚାର୍ଯ୍ୟ, ଅମୀୟ କୁମାର ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ଅଭୟ ସାହୁ, ରାଜକିଶୋର ବାରିକ, ମାନସ ମଲ୍ଲିକ, ବାଙ୍କନିଧି ବେହେରା, ଜିଆ-ଉଲ୍‌-ହକ୍‌, କୃଷ୍ଣଚନ୍ଦ୍ର ସଗରିଆ, ବିରେନ ମୋହନ ପଟ୍ଟନାୟକ, ରଞ୍ଜିତ ପାତ୍ର, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ତରୁଣ ମିଶ୍ର, ହଳଧର ସେଠୀ, ମିଲନ ପଟ୍ଟନାୟକ, ଅନିମା ମିଞ୍ଜ, ସଶ୍ମିତା ପଣ୍ଡା, ବିଶ୍ୱକଲ୍ୟାଣୀ କର, ଶ୍ରୀୟାସ୍ମିତା ପଣ୍ଡା, ରାଜୀବ ପଟ୍ଟନାୟକ, ଦେବାଶିଷ ମହାପାତ୍ର, ଦେଓ ପ୍ରସାଦ, ରୂପକ ତୁରୁକ, ବିଶ୍ୱରଞ୍ଜନ ଜେଠୀ, ସୁଧାଂସୁ ମହାନ୍ତି, ଆଲୋକ ନନ୍ଦ, ସନ୍ତୋଷ ଜେନା, ନଳୀନି ନାୟକ, ଶଶିଭୁଷଣ ପଣ୍ଡା, ପୃଥିବୀବଲ୍ଲଭ ପଟ୍ଟନାୟକ, ଲିପୁ ରାଉତ, ମିହିର ଆଚାର୍ଯ୍ୟ, ପ୍ରଶାନ୍ତ ଚମ୍ପତି, ଜୟନ୍ତ ଭୋଇ, ପ୍ରଭାସ କର ମହାପାତ୍ର, ଉମେଶ ସ୍ୱାଇଁ, ଆଲୋକ ମହାନ୍ତି, ହିମାଂସୁ ଲେଙ୍କା, ସଜୟ କୁମାର ମଣ୍ଡଳ, ତାପସ ସେଠୀ, ମୋହନ ଜେନା, ନଳିନି ବେହେରା, ମୋଟରାଜ ଡୁଙ୍ଗ୍‌ଡୁଙ୍ଗ୍‌, ପ୍ରହଲ୍ଲାଦ ପୁର୍ତି,ଆଶିଷ ମଲ୍ଲିକ, ଶିବ ପ୍ରସାଦ ଦାସ ଓ ସିତିକଣ୍ଠ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।