ପୁରୀର ତାଜ୍ ହୋଟେଲରେ ଆଜି ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ
ପୁରୀର ତାଜ୍ ହୋଟେଲରେ ଆଜି ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ। ବ୍ରିକ୍ସ ରାଷ୍ଟ୍ର ସମୂହର ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି, ବୈଷୟିକ ଜ୍ଞାନ କୌଶଳ ପ୍ରସଙ୍ଗ କୁ ନେଇ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି।ଏଣୁ ଏହି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଉଛି।ପୁରୀ ଜିଲ୍ଲାପାଳ ପ୍ରଶାସନ ପକ୍ଷରୁ ଆଜି ଠାରୁ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଥିବାରୁ ଏଥି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେଭଳି କୌଣସି ଅସୁବିଧା ନ ହୁଏ ସେଥି ପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଛି।୨୪ ଘଣ୍ଟିଆ ଏକ କଣ୍ଟ୍ରୋଲ ରୁମ୍ କରାଯାଇଛି। କୋଣାର୍କ ଗସ୍ତରେ ପ୍ରତିନିଧି ମାନେ ଯିବାର ଥିବାରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।


ବ୍ରିକ୍ସ ରାଷ୍ଟ୍ର ସମୂହର ବିଶ୍ବସ୍ତରୀୟ ସମ୍ମିଳନୀ କୁ ଦୃଷ୍ଟିରେ ରଖାଯାଇ ପୁରୀ ସହରକୁ ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି। ପୁରୀ ଏସପି ପ୍ରତୀକ ସିଂ ତାଜ୍ ହୋଟେଲକୁ ଯାଇ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି। ବ୍ରାଜିଲ, ରୁଷିଆ, ଚାଇନା, ଇରାନ୍, ସାଉଦିଆରବ, ୟୁଏଇ ସମେତ ବ୍ରିକ୍ସଦେଶର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ପୁରୀରେ ଥିବା ତାଜ୍ ରିସର୍ଟରେ ରହିବେ। ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଥମ ସ୍ତରରେ ଓଡ଼ିଶା ପୋଲିସ, ଦ୍ବିତୀୟରେ ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍ ଏବଂ ତୃତୀୟ ସ୍ତରରେ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି। ପୁରୀ ସହରର ସମସ୍ତ ପ୍ରବେଶ ପଥ, ମୁଖ୍ୟ ରାସ୍ତା, ହୋଟେଲର ସମ୍ମିଳନୀ ସ୍ଥଳକୁ ସିସିଟିଭି ବଳୟ ମଧ୍ୟରେ ରଖାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ଓ ଡଗ୍ ସ୍କାର୍ଡ ମଧ୍ୟ ସୁରକ୍ଷା ଦାୟିତ୍ବରେ ମୁତୟନ କରଯାଇଛି।ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିଙ୍କ କୋଣାର୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାବେଳେ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜୁନ୍ ୩ ତାରିଖରୁ ୫ ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭ୍ ରୋଡରେ ସାଧାରଣ ଯାନବାହାନ ଚଳାଚଳ ଉପରେ କଟକଣା ରହିବ। ଏଥିସହ ବିକଳ୍ପ ରାସ୍ତା ପାଇଁ ସୂଚନା ଫଳକ ଲଗାଯାଇଛି। ତେବେ ଓଡ଼ିଶା ତଥା ପୁରୀରେ ପ୍ରଥମଥର ପାଇଁ ଏହି ବିଶ୍ବସ୍ତରୀୟ ବ୍ରିକ୍ସ ରାଷ୍ଟ୍ର ସମୂହର ଏହି ସମ୍ମିଳନୀ ଆୟୋଜନ ହେଉଥିବା ବେଳେ ଏହାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ବେଶ୍ ଉତ୍ସାହିତ ରହିଛି। ଏହି ସମ୍ମିଳନୀ କୁ ସଫଳ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଥିବା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।ବିପର୍ଯ୍ୟୟ ପରିଚାଳନା, ବାତ୍ୟା ମୁକାବିଲା ଓ ସଫଳ ସ୍ଥାନାନ୍ତରଣ କ୍ଷେତ୍ର ରେ ଓଡ଼ିଶାର ଦକ୍ଷତା ପାଇଁ ବ୍ରିକ୍ସ ରାଷ୍ଟ୍ର ସମୂହର ଏହି ଆନ୍ତର୍ଜାତୀୟ ସମ୍ମିଳନୀ ପୁରୀରେ ଆୟୋଜନ କରାଯାଉଛି। ଏହା ମାଧ୍ୟମରେ ବିଶ୍ୱସ୍ତରରେ ଓଡ଼ିଶାର ଛବି ଆହୁରି ଉଜ୍ଵଳ ହେବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ଆଶା ରଖିଛି।
