November 13, 2025
Home » ପୁରୀ ବାଲୁଖଣ୍ଡ ଅଭୟାରଣ୍ୟର ରେ ଚିତ୍ରା ହରିଣ ର ଗଣନା କାର୍ଯ୍ୟ କରିନି ଜଙ୍ଗଲ ବିଭାଗ

ପୁରୀ ବାଲୁଖଣ୍ଡ ଅଭୟାରଣ୍ୟର ରେ ଚିତ୍ରା ହରିଣ ର ଗଣନା କାର୍ଯ୍ୟ କରିନି ଜଙ୍ଗଲ ବିଭାଗ

0
WhatsApp Image 2025-11-02 at 4.19.14 AM (1)

ପୁରୀ ବାଲୁଖଣ୍ଡ ଅଭୟାରଣ୍ୟର ରେ କେତେ ସଂଖ୍ୟକ ଚିତ୍ରା ହରିଣ ଅଛନ୍ତି ତାହାର ତଥ୍ୟ ନାହିଁ ପୁରୀ ବନ୍ୟପ୍ରାଣୀ ଡ଼ିଭିଜନ ପାଖରେ। ଦୀର୍ଘ ୯ ବର୍ଷ ହେବ ବାଲୁଖଣ୍ଡ ଅଭୟାରଣ୍ୟ ରେ ଚିତ୍ରା ହରିଣ ର ଗଣନା କାର୍ଯ୍ୟ କରିନି ଜଙ୍ଗଲ ବିଭାଗ। ଯାହାକୁ କୁ ନେଇ ପ୍ରାଣୀପ୍ରେମୀଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି। ଚିତ୍ରା ହରିଣ ଙ୍କ ସୁରକ୍ଷା ଦିଗରେ ପୁରୀ ଜିଲ୍ଲା ବନ୍ୟପ୍ରାଣୀ ଡ଼ିଭିଜନ ଅବହେଳା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରାଣୀପ୍ରେମୀ। ବାଲୁଖଣ୍ଡ ଅଭୟାରଣ୍ୟ ରେ ଖାଦ୍ୟାଭାବ ଓ ଶିକାର ଯୋଗୁଁ ଦିନକୁ ଦିନ ଚିତ୍ରା ହରିଣ ଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ କାଳେ ବନ ବିଭାଗର ଅବହେଳା ଧରାପଡିଯିବ ସେଥି ପାଇଁ ହରିଣ ଙ୍କ ଗଣନା ରେ ପୁରୀ ବନ୍ୟପ୍ରାଣୀ ଡ଼ିଭିଜନ ଅଧିକାରି ପଛଘୁଂଚା ଦେଉଥିବା ଅଭିଯୋଗ କରିଛନ୍ତି ପ୍ରାଣୀପ୍ରେମୀ। ଯଦି ବାଲୁଖଣ୍ଡ ଅଭୟାରଣ୍ୟ ରେ ଚିତ୍ରା ହରିଣ ଙ୍କ ସୁରକ୍ଷା ଦେବାରେ ଅଧିକାରି ସଫଳ ହେଉନାହାନ୍ତି ତେଣେ ମୋଟା ଦରମାରେ ଏଠାରେ ଅଧିକାରି ମାନେ କାହିଁକି ଅଛନ୍ତି ବୋଲି ପ୍ରାଣୀପ୍ରେମୀ ପ୍ରଶ୍ନ ଉଠାଇଚନ୍ତି। ରାଜ୍ଯ ସରକାର ତୁରନ୍ତ ବାଲୁଖଣ୍ଡ ଅଭୟାରଣ୍ୟ ରେ କେତେ ହରିଣ ଅଛନ୍ତି ତାହା ଗଣନା କରି ସାର୍ବଜନୀନ କରିବାକୁ ଦାବି ହୋଇଛି। ବାଲୁଖଣ୍ଡ ଅଭୟାରଣ୍ୟ ରେ ହରିଣ ଙ୍କ ସୁରକ୍ଷା ଓ ଖାଦ୍ୟ ପାଇଁ ସରକାର୍ କୋଟି କୋଟି ଟଂକା ଅନୁଦାନ ଦେଉଥିବା ବେଳେ ଏହା କେବଳ ହରିଲୁଟ ହେଉଥିବା ବୁଦ୍ଧିଜୀବି ଅଭିଯୋଗ କରିଛନ୍ତି ।

ପ୍ରାଣୀପ୍ରେମୀ ସରୋଜ କୁମାର ଜେନା ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ଚିତ୍ରା ହରିଣ ଙ୍କ ପାଇଁ ପ୍ରସିଦ୍ଧ ସ୍ଥାନ। ହେଲେ ଦୁଃଖ ର କଥା ହରିଣ ଙ୍କ ସଂଖ୍ୟା କେତେ ଅଛି ତାହା ବନ ବିଭାଗ ଗଣନା କରୁନି। ଯଦି ଜଙ୍ଗଲ ର ସୁରକ୍ଷା ସହ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ଦିଗରେ ଏଠାକାର ବନ କର୍ମଚାରି କାର୍ଯ୍ୟ କରିବେନି ତାହା ହେଲେ ଏଠାରେ ସେମାନେ ରହିକି ଲାଭ କଣ? ବନ କର୍ମଚାରି ଙ୍କ ଅବହେଳା ଯୋଗୁଁ ବାଲୁଖଣ୍ଡ ଅଭୟାରଣ୍ୟ ରେ ଚିତ୍ରା ହରିଣ ଙ୍କ ସଂଖ୍ୟା କମିବାରେ ଲାଗିଛି। ଜଙ୍ଗଲ ଭିତରେ ହରିଣ ମାନେ ଖାଦ୍ୟ ଖାଇବା ପାଇଁ ଘାସ ଥିଵା ଚାରଣ ଭୂମି ଆଉ ନାହିଁ। ପାଣି ପିଇବା ପାଇଁ ଜଳାଶୟ ପର୍ଯ୍ୟାପ୍ତ ନାହିଁ। ଖରାଦିନେ ଏହା ସୁଖୀ ଯାଉଚି। ଏହା ଦ୍ବାରା ଖାଦ୍ୟ ଅନ୍ୱେଷଣ ରେ ହରିଣ ମାନେ ଜନବସତି ଆଡ଼କୁ ଆସୁଚନ୍ତି। ଏହା ଦ୍ବାରା ରାସ୍ତା ପାର ହେଵା ବେଳେ ଗାଡି ଦୁର୍ଘଟଣା, କୁକୁର ଆକ୍ରମଣ, ଶିକାରୀ ଙ୍କ ଶିକାର ଯୋଗୁଁ ହରିଣ ମୃତ୍ୟୁ ବରଣ କରୁଛନ୍ତି। ହେଲେ ଜଙ୍ଗଲ ବିଭାଗ ନିଦ ରେ ସୋଇଛି। ହରିଣ ଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଂକା ସରକାର ପ୍ରଦାନ କରିଥିବା ବେଳେ ବନ କର୍ମଚାରି ମାନେ ବ୍ୟାପକ ଦୁର୍ନୀତି କରି ଟଙ୍କା ହରିଲୁଟ କରୁଛନ୍ତି। ଏଣୁ ବାଲୁଖଣ୍ଡ ଅଭୟାରଣ୍ୟ ରେ ଚିତ୍ରା ହରିଣ ଙ୍କ ଅସ୍ଥିତ୍ଵ ପ୍ରତି ବିପଦ ଦେଖାଦେଇଛି। ସରକାର୍ ଶୀଘ୍ର ଚିତ୍ରା ହରିଣ ଙ୍କ ସଂଖ୍ୟା ଗଣନା କରି ଏମାନଙ୍କ ସୁରକ୍ଷା ଦିଗରେ ସ୍ଵତନ୍ତ୍ର ଯୋଜନା ନ କଲେ ଆଗାମୀ ଦିନରେ ବାଲୁଖଣ୍ଡ ଅଭୟାରଣ୍ୟ ରୁ ଚିତ୍ରା ହରିଣ ସମ୍ପୂର୍ଣ୍ଣ ଲୋପ ପାଇଯିବେ। ହରିଣ ଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ଚିକିତ୍ସକ ଦଳ ମଧ୍ୟ ରଖାଯାଉ। ଏହା ଦ୍ବାରା ଅସୁସ୍ଥ ହରିଣ ଙ୍କ ତ୍ୱରିତ ଚିକିତ୍ସା କରାଯାଇ ଜୀବନ ରକ୍ଷା କରାଯାଇ ପାରିବ।

ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ୮୭ ବର୍ଗ କିଲୋମିଟର ବ୍ୟାପ୍ତ ରହିଛି ବାଲୁଖଣ୍ଡ ଅଭୟାରଣ୍ୟ। ଏଠାରେ ପୁର୍ବରୁ ଚିତ୍ରା ହରିଣ, କୃଷ୍ଣସାର ମୃଗ, ହେଟା ବାଘ, ଗଧିଆ, ଓଧ, କୋକିଶିଆଳି, ଗାଡଭାଲୁ, ଆଦି ବନ୍ୟଜନ୍ତୁ ବସବାସ କରୁଥିଲେ। ୨୦୧୨ ମସିହା ରୁ କୃଷ୍ଣସାର ମୃଗ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛନ୍ତି। ତେବେ ପ୍ରତିବର୍ଷ ବାଲୁଖଣ୍ଡ ଅଭୟାରଣ୍ୟ ରେ ଚିତ୍ରା ହରିଣ ଙ୍କ ସଂଖ୍ୟା ଗଣତି କରାଯାଏ।ସେହି ଅନୁସାରେ ବନ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ।

ମିଳିଥିବା ତଥ୍ୟ ମୁତାବକ, ୨୦୧୨ -୧୩ ମସିହାରେ ବାଲୁଖଣ୍ଡ ଅଭୟାରଣ୍ୟ ରେ ୫ ହଜାର ୨୮୦ ଟି ଚିତ୍ରା ହରିଣ ଥିଲେ। ସେହିଭଳି ୨୦୧୩-୧୪ ମସିହାରେ ୪ ହଜାର ୫୫୫ ଟି , ୨୦୧୪-୧୫ ରେ ୪ ହଜାର ୪୦୫ ଟି , ୨୦୧୫-୧୬ ରେ ୪ ହଜାର ୪୦୫ ଟି ଚିତ୍ରା ହରିଣ ବାଲୁଖଣ୍ଡ ଅଭୟାରଣ୍ୟ ରେ ଥିଲେ। ଶେଷ ଥର ୨୦୧୬-୧୭ ରେ ଚିତ୍ରା ହରିଣ ଙ୍କ ସଂଖ୍ୟା ଗଣତି ହୋଇଥିଲା ।ସେ ସମୟ ରେ ଅଭୟାରଣ୍ୟ ରେ ୪ ହଜାର ୩୧୫ ଟି ହରିଣ ଥିବା ଜଣାପଡିଥିଲା। ତେବେ ୨୦୧୩-୧୪ ରୁ ୨୦୧୬-୧୭ ମସିହା ଭିତରେ ଅର୍ଥାତ୍ ୫ ବର୍ଷ ଭିତରେ ୯୬୫ ଟି ହରିଣ କମ୍ ଥିଲେ। ସେ ସମୟ ରେ ଅଭିଯୋଗ ହୋଇଥିଲା ଖାଦ୍ୟାଭାବ ଯୋଗୁଁ ହରିଣ ଗୁଡ଼ିକ ଜନ ବସତି ଆଡ଼କୁ ଆସିବାରୁ ଅବାଧ ଶିକାର ହୋଇଥିଲା। ସେଥିପାଇଁ ହରିଣ ଙ୍କ ସଂଖ୍ୟା ହ୍ରାସ ପାଇଥିଲା। ତେବେ ବନ୍ୟପ୍ରାଣୀ ବିଭାଗ ବଦନାମ ହେବାରୁ ହରିଣ ଙ୍କ ଗଣନା କରୁନାହିଁ। ନିୟମିତ ବ୍ୟବଧାନ ରେ ପକ୍ଷୀ ଓ ଅନ୍ୟ ବାନ୍ୟଜନ୍ତୁ ଙ୍କ ଗଣନା କରାଯାଉଥିବା ବେଳେ ୨୦୧୭-୧୮ ମସିହାରୁ ବାଲୁଖଣ୍ଡ ଅଭୟାରଣ୍ୟ ରେ ଚିତ୍ରା ହରିଣ ଙ୍କ ଗଣନା ଆଉ ହୋଇନାହିଁ। ଗତ ୨୦୧୯ ମସିହାରେ ପ୍ରଳୟଙ୍କରୀ ବାତ୍ୟା ଫନି ବାଲୁଖଣ୍ଡ ଅଭୟାରଣ୍ୟ ସ୍ଥଳ ଭାଗ ଛୁଇଁ ବ୍ୟାପକ କ୍ଷୟକ୍ଷତି କରିଥିଲା। ଫଳରେ ଶହ ଶହ ବର୍ଷର ଗଛ ନଷ୍ଟ ହୋଇଯାଇଥିବା। ପରେ ବାଲୁଖଣ୍ଡ ଅଭୟାରଣ୍ୟ କୁ ପୁନରୁଦ୍ଧାର କରାଯିବା ସହ ହରିଣ ଙ୍କ ଗଣନା ହେବ ବୋଲି ସେତେବେଳେ ବନ ବିଭାଗ ଘୋଷଣା କରିଥିଲା। କିନ୍ତୁ ଏହା କେବଳ ଘୋଷଣା ରେ ରହିଯାଇଛି।

ବୁଦ୍ଧିଜୀବି ଶରତ କୁମାର ରାୟଗୁରୁ ନିଜ ପ୍ରତିକ୍ରିୟାରେ କୁହନ୍ତି, ବାଲୁଖଣ୍ଡ ଅଭୟାରଣ୍ୟ ରେ ହରିଲୁଟ ଚାଲିଛି। ଅଭୟାରଣ୍ୟ ରୁ ଚୋରା ବାଲି ଚାଲାଣ ଚାଲିଚି। ଅଭୟାରଣ୍ୟ ରେ ହରିଣ ଙ୍କ ପାଇଁ ଆଉ ଚାରଣ ଭୂମି ନାହିଁ। ଫଳରେ ଖାଦ୍ୟାଭାବ ଯୋଗୁଁ ବନ୍ୟଜନ୍ତୁ ମାନେ ଜନବସତି ଆଡ଼କୁ ଆସୁଥିବା ବେଳେ ଶିକାରୀ ଙ୍କ ଦ୍ଵାରା ଶିକାର ହେଉଛନ୍ତି। ହେଲେ ପୁରୀ ବନ୍ ବିଭାଗ ନିଦରେ ସୋଇଛି। ହରିଣ ଙ୍କ ସୁରକ୍ଷା, ତାଙ୍କ ଖାଦ୍ୟ ପେୟ, ହରିଣ ଙ୍କ ହିସାବ କେବଳ କାଗଜ କଲମରେ ଚାଲିଚି। ବାଲୁଖଣ୍ଡ ଅଭୟାରଣ୍ୟ ରେ ଯଦି ହରିଣ ଙ୍କ ସଂଖ୍ୟା କେତେ ଅଛି ତାହା ବନ ବିଭାଗ ପାଖରେ ତଥ୍ୟ ନାହିଁ ସେମାନେ ଦିର୍ଘ ୮ ବର୍ଷ ହେବ କଣ କାମ କରୁଛନ୍ତି? ହରିଣ ଙ୍କ ସୁରକ୍ଷା ପାଇଁ ସରକାର ଙ୍କ ଠାରୁ ଟଙ୍କା ଆସୁଚି। ହେଲେ ଏଠି ହରୁଲୁଟ ଚାଲିଚି। କିଛି କାମ ହେଉନାହିଁ। ଫନି ବାତ୍ୟା ପରେ ଅଭୟାରଣ୍ୟ ର ପୁନରୁଦ୍ଧାର କାର୍ଯ୍ୟ ହେଲାନି। ଆଗାମୀ ଦିନରେ ବାଲୁଖଣ୍ଡ ଅଭୟାରଣ୍ୟ ନିଜ ର ଅସ୍ଥିତ୍ଵ ହରାଇ ବସିବା ଆଶଙ୍କା ଶୃଷ୍ଟି ହୋଇଛି।

ପୁରୀ ବନଖଣ୍ଡ ଅଧିକାରୀ ମଗର ଧନଜି ରାଓସୋ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁର୍ବରୁ ବାଲୁଖଣ୍ଡ ଅଭୟାରଣ୍ୟ ରେ ହରିଣ ଙ୍କ ଗଣନା ହେଉଥିଲା। ହେଲେ ଗତ କିଛି ବର୍ଷ ହେବ ତାହା ବନ୍ଦ ରହିଛି। ତେବେ ଚଳିତ ବର୍ଷ ହରିଣ ଙ୍କ ଗଣନା ପାଇଁ ଆମେ ଯୋଜନା ରଖିଚୁ। ସରକାର୍ ଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି। ଅନୁମତି ଆସିବା ପରେ ଆଗାମୀ ଶୀତ ଋତୁରେ ହରିଣ ଙ୍କ ଗଣନା କରିବୁ। ତେବେ ଗତ ଫନୀ ବାତ୍ୟା ରେ କିଛି ହରିଣ ଙ୍କ ସହ କିଛି ଅନ୍ୟ ବନ୍ୟଜନ୍ତୁ ଙ୍କ ମୃତ୍ୟୁ ହୋଇଥଲା। ପରେ ଆମେ ହରିଣ ଙ୍କ ଖାଦ୍ୟ ଓ ପାନୀୟ ପାଇଁ ଘାସ ଥିବା ଚାରଣ ଭୂମି ଓ ଛୋଟ ଛୋଟ ଜଳାଶୟ କରିଛୁ। ଚଳିତ ବର୍ଷ ଏହି ସଂଖ୍ୟା ଆହୁରି ବୃଦ୍ଧି କରାଯିବ। ଅନେକ ସମୟରେ ରାସ୍ତା ଉପରକୁ ଆସୁଥିବା ହରିଣ ଙ୍କ ଗାଡ଼ି ଧକାରେ ମୃତ୍ୟୁ ହେଉଚି। ତେବେ ଯେଉଁ ସ୍ଥାନ ରେ ହରିଣ ଯାତାୟାତ କରୁଛନ୍ତି ଉକ୍ତ ରାସ୍ତା ରେ ସୁଚନା ଫଳକ, ସ୍ପିଡ ବ୍ରେକର ଲଗାଇବା ନେଇ ଜାତୀୟ ରାଜପଥ ବିଭାଗ କୁ ଅବଗତ କରିଚୁ। ଆହତ ହେଉଥିବା ହରିଣ ଙ୍କ ଚିକିତ୍ସା ପାଇଁ ଆମର ସ୍ଵତନ୍ତ୍ର ଟିମ ରହିଚି। ଆଗାମୀ ଦିନରେ ଜଣେ ବନ୍ୟପ୍ରାଣୀ ଚିକିତ୍ସକ ପୁରୀ ରେ ରଖାଯିବା ନେଇ ଯୋଜନା ରହିଛି।

Leave a Reply

Your email address will not be published. Required fields are marked *