August 18, 2026
Home » ପୁରୀ ବିଚ୍ ମହାସଂଘ ତରଫରୁ ରକ୍ତଦାନ ଶିବିର

ପୁରୀ ବିଚ୍ ମହାସଂଘ ତରଫରୁ ରକ୍ତଦାନ ଶିବିର

0
WhatsApp Image 2026-08-16 at 6.07.01 PM (1)

 

ପୁରୀ ବିଚ୍  ଫଟୋଗ୍ରାଫରସ ମହାସଂଘ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ପୁରୀ ଜିଲ୍ଲା ସଦର ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଆୟୋଜିତ ଏ ଶିବିରକୁ ଡକ୍ଟର ଭୀମଳ କୁମାର ସାହୁ, ମହାସଂଘ ଉପଦେଷ୍ଟା ଶ୍ରୀଯୁକ୍ତ ସିଦ୍ଧାର୍ଥ ରାୟ ଓ ଶ୍ରୀକାନ୍ତ ପରିଜା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ମହାସଂଘ ସଭାପତି ରଞ୍ଜନ କୁମାର ଦାସ, ଉପସଭାପତି ଶ୍ରୀଧର ପଣ୍ଡା, ସମ୍ପାଦକ ସିଙ୍ଗିଲି ଶିବା, ସହ ସମ୍ପାଦକ ବି ଲୋକନାଥ ବେହେରା, ଯୁଗ୍ମ ସମ୍ପାଦକ ମାର୍କଣ୍ଡ ମିଶ୍ର, କୋଷାଧକ୍ଷ ପ୍ରଭାତ ସେଠୀ  ଓ କାର୍ଯ୍ୟନିରିକ୍ଷକ ଜି ମୋହନ ଏବଂ ମହାସଂଘ ସହିତ ଜଡିତ ବେଳାଭୂମିରେ ଫୋଟୋଗ୍ରାଫୀ କରୁଥିବା  ନଅ ଗୋଟି ସଂଘର ସଦସ୍ୟ ମାନେ ରକ୍ତଦାନ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


ଆସନ୍ତା ୧୯ ତାରିଖ ଦିନ ବିଶ୍ୱଫୋଟୋଗ୍ରାଫି ଦିବସ ଅବସରରେ ସମୁଦ୍ର ବେଳାଭୂମିଠାରେ ସକାଳେ ପର୍ଯ୍ୟଟକ, ଜନସାଧାରଣ ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବେଳାଭୂମି ସୁରକ୍ଷା ସମ୍ପର୍କିତ ଏକ ସଚେତନତା ରାଲି କରାଯିବା ସହିତ ସନ୍ଧ୍ୟାରେ ସ୍ଥାନୀୟ ପୌରସଦନ ଠାରେ ବିଶ୍ୱଫୋଟୋଗ୍ରାଫି ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେବେ ବୋଲି ମହାସଂଘର ସମ୍ପାଦକ ସିଙ୍ଗିଲି ଶିବ ସୂଚନା ଦେବା ସହିତ ବହୁ ସଂଖ୍ୟାରେ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନୁରୋଧ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *