ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ବିଶ୍ଵ ର ସବୁଠୁ ବଡ ଚକଲେଟ ସାଣ୍ଟା କ୍ଲସ

ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ବିଶ୍ଵ ର ସବୁଠୁ ବଡ ଚକଲେଟ ସାଣ୍ଟା କ୍ଲସ ତିଆରି ହୋଇଛି। କ୍ରିସ୍ ମାସ ଅବସର ରେ ଏହି ବିଶାଳ ବାଲୁକା ଚିତ୍ର କଳା ତିଆରି କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହା ବିଶ୍ଵ ରେକର୍ଡ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି। ଏହି ବାଲୁକା ଚିତ୍ର କଳା ୱାଲ୍ଡ ରେକର୍ଡ ବୁକ୍ ଅଫ ଇଣ୍ଡିଆ ରେ ସ୍ଥାନ ପାଇଛି। 1600 ସ୍କୋୟାର ଫୁଟ, 160 ଫୁଟ ଲମ୍ବ ଓ 100 ଫୁଟ ଓସାର ରହିଚି ଏହି ବିଶାଳ ଚକ୍ ଲେଟ ଏହି ସାନ୍ତା କ୍ଲସ। 550 କେଜି ଚକ୍ ଲେଟ ରେ ସଜାଯାଇଛି ଏହି ଚକ୍ ଲେଟ ସାନ୍ତା କ୍ଲସ କୁ । ଯେହେତୁ ବିଶ୍ଵ ରେ ଏଭଳି କେବେବି ବଡ ଚକ୍ ଲେଟ ସାନ୍ତାକ୍ଲସ ହୋଇନାହିଁ ଏଣୁ ଏହା ବିଶ୍ଵ ରେକର୍ଡ ରେ ସ୍ଥାନ ପାଇବ ବୋଲି ସୁଦର୍ଶନ ଆଶା ରଖିଥିଲେ।
ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରେ କହିଛନ୍ତି, ଆମେ ପ୍ରତିବର୍ଷ କ୍ରିସ ମାସ ଅବସର ରେ ବାଲୁକା ଚିତ୍ର କଳା ତିଆରି କରୁ। ଚଳିତ ଥର ମୁଁ ଏବଂ ମୋ ସ୍କୁଲ ର ଛାତ୍ର ଛାତ୍ରୀ ମିଶି ପୃଥିବୀର ସବୁଠୁ ବଡ ଚକଲେଟ ସାନ୍ତାକ୍ଲସ କରିଛୁ। 16 ହଜାର ସ୍କୋୟାର ଫୁଟ ରେ ଏହି ବିଶାଳ ବାଲୁକା ଚିତ୍ର କଳା ତିଆରି କରିଛୁ। 160 ଫୁଟ ଲମ୍ବା ଓ 100 ଫୁଟ ଲମ୍ବା ରହିଚି ଏହି ବିଶାଳ ଚକ୍ ଲେଟ ସାନ୍ତାକ୍ଲସ। ଦୀର୍ଘ 6 ଘଣ୍ଟା ସମୟ ଲାଗିଥିଲା ଏହା ତିଆରି କରିବାକୁ। ଯେଉଁ ମାନେ ପୁରୀ ର ବ୍ଲୁ ଫ୍ଲାଗ ବିଚ୍ ବୁଲିବାକୁ ଆସୁଛନ୍ତି ସେମାନେ ବିଶ୍ଵ ର ସବୁଠୁ ବଡ଼ ସାନ୍ତା କ୍ଲସ ଦେଖିପାରିବେ। ତେବେ ଏହି ବିଶ୍ଵ ର ସବୁଠୁ ବଡ ଧରଣର ସାନ୍ତା କ୍ଲସ କୁ ୱାଲ୍ଡ ବୁକ୍ ଅଫ ରେକର୍ଡ ରେ ସ୍ଥାନ ଦେବାକୁ ଆମେ ପ୍ରୟାସ କରିଛୁ। କାରଣ ଚକଲେଟ ଓ ବାଲି କୁ ନେଇ ବିଶ୍ଵ ରେ କେଉଁଠାରେ ଏଭଳି ବଡ଼ ସାନ୍ତା କ୍ଲସ ନାହିଁ। 16 ଶହ ସ୍କୋୟାର ଫୁଟ ରେ ଏହି ବାଲୁକା ଚିତ୍ର କଳା ତିଆରି ହୋଇଥିବା ବେଳେ 550 କେଜି ଚକ୍ ଲେଟ କୁ ଏହି ବାଲୁକା ଚିତ୍ର କଳା ରେ ସଜାଯାଇଛି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )