ପୁରୀ ସମୁଦ୍ରରେ ଡଲଫିନ
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଛି ଡଲଫିନ। ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ ହୋଇପଡିଛନ୍ତି। ପୁରୀ ବ୍ଲୁ ଫ୍ଲାଗ ବିଚ୍ ଠାରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ବିଶେଷ କରି ପୁରୀ ସମୁଦ୍ର କୂଳକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ ସମୁଦ୍ରରେ ଡଲଫିନ ଦେଖି ବେଶ୍ ଆନନ୍ଦ ଉପଭୋଗ କରିଥିଲେ। ସେପଟେ ସାତପଡ଼ା ଚିଲିକାରେ ପର୍ଯ୍ୟଟକ ମାନେ ଡଲଫିନ ଦେଖିବାକୁ ପାଇଥାନ୍ତି। କିନ୍ତୁ ପୁରୀ ସମୁଦ୍ରରେ ଡଲଫିନ ଦୃଶ୍ୟ ସମସ୍ତଙ୍କୁ ବେଶ୍ ଆନନ୍ଦିତ କରିଛି। ସେହିପରି ଗତକାଲି ହଜାର ହଜାର ଜୀବନ୍ତ ଶାମୁକା ପୁରୀ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା। ଶତାଧିକ ଜୀବନ୍ତ ଶାମୁକା ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି। ବହୁତ୍ ମାତ୍ରାରେ ଜୀଵନ୍ତ ଶାମୁକା ପୁରୀ ବେଳାଭୂମିକୁ ଆସି ବିଚରଣ କରି ସୂର୍ଯ୍ୟଦୋୟ ପରେ ପୁର୍ନବାର ସେମାନେ ସମୁଦ୍ର ଭିତରକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏଭଳି ବିରଳ ଦୃଶ୍ୟ ଦେଖି ପର୍ଯ୍ୟଟକ ମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି। ଏହି ସୁନ୍ଦର୍ ଦୃଶ୍ୟ କୁ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ଏକ୍ସ୍ ଆକାଉଣ୍ଟ ରେ ଏହି ସୁନ୍ଦର୍ ଭିଡିଓ ସେୟାର କରିଛନ୍ତି। ଯାହାକି ବହୁତ୍ ସୋସିଆଲ ମିଡ଼ିଆ ୟୁଜର ବେଶ୍ ପସନ୍ଦ କରିଛନ୍ତି।ପରିବେଶବିତ୍ ତଥା ପ୍ରାଣିପ୍ରେମି ସରୋଜ କୁମାର ଜେନା କୁହନ୍ତି, ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏବେ ସମୁଦ୍ର ରେ ଟ୍ରଲର ଚଳାଚଳ ବନ୍ଦ ରହିଚି। ଏଣୁ ଚିଲିକା ରୁ ଡଲଫିନ ମାନେ ସମୁଦ୍ର ରେ ପୁରୀ ଦେଇ କେଳୁଣି ମୁହାଣ ପର୍ଯ୍ୟନ୍ତ ଯାତାୟାତ କରୁଚନ୍ତି। ପୂର୍ବରୁ ମଧ୍ୟ ଏଭଳି ଦୃଶ୍ୟ ଅନେକ ଥର ଦେଖିବାକୁ ମିଳିଚି। ଜଳକ୍ରୀଡା କରି ପୁଣି ଚିଲିକା କୁ ଫେରିଯାଆନ୍ତି। କେବଳ ଦିନରେ ହିଁ ଡଲଫିନ ମାନେ ଯାତାୟାତ କରିଥାନ୍ତି। ତେବେ ଗତକାଲି ଶହ ଶହ ସଂଖ୍ୟାରେ ସାମୁଦ୍ରିକ ଗେଣ୍ଡା ବେଳାଭୂମି ରେ ଦେଖିବାକୁ ମିଳିଥିଲା। ଏହା ମଧ୍ୟ ମଝିରେ ମଝିରେ ଦେଖିବାକୁ ମିଳିଥାଏ। ଏହା ଏକ ସାଧାରଣ କଥା । ସମୁଦ୍ର ରେ ୱାଟର ଭାଇବ୍ରେଶନ ହେଲେ ଏହି ଗେଣ୍ଡା ବେଳାଭୂମି କୁ ଆସିଥାନ୍ତି । ଏହି ଭଳି ଦୃଶ୍ୟ ପ୍ରାୟତଃ କେଳୁଣି ମୁହାଣରେ ଦେଖିବାକୁ ମିଳିଥାଏ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
