ପୁରୁଷୋତ୍ତମlସ ଭଜନ, କୀର୍ତ୍ତନ ସମର୍ପଣର ମାସ
ଶ୍ରୀ କ୍ଷେତ୍ରlଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ତରଫରୁ ମଣିରାମ ମଠ ଭଜନ ମଣ୍ଡପ ଠାରେ ପୁରୁଷୋତ୍ତମ ମାସର ମାହାତ୍ମ୍ୟ ସମ୍ପର୍କ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇ ଅଛି l ପ୍ରାରମ୍ଭରେ ପାପୁଡିଆ ମଠ ମହାମଣ୍ଡେଳେଶ୍ଵର ମହନ୍ତ ରାମକୃଷ୍ଣ ଦାସ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ସମ୍ପାଦକ ପଣ୍ଡିତ ଦୟାନିଧି ପଣ୍ଡା ଗୀତା ଓ ବେଦପାଠ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ସଭାରେ ଅନୁଷ୍ଠାନର ସଭାପତି ପ୍ରଧ୍ୟାପକ ଡ଼. ବଳରାମ ଦାଶ ଅଧ୍ୟକ୍ଷତା କରିଥିଲେ l ବିଶିଷ୍ଟ ଅତିଥି , ସୁବକ୍ତା ପ୍ରବଚକ,ଜ୍ୟୋତିର୍ବିତ ପ୍ରମୁଖମଞ୍ଚlସୀନ ଥିଲେ l ମହିପ୍ରକାଶ ମଠମହନ୍ତ ଶୁଭlନନ୍ଦପୁରୀ, ମହନ୍ତ ରାମ ଚରଣ ଦାସ, ମଣିରାମ ମଠ ମହନ୍ତ ଅଭିରାମ ଦାସ, ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ସମାଜ ସେବୀ ମନୋଜ କୁମାର ରଥ, ଜ୍ୟୋତିର୍ବିଦ ଅନାମଚନ୍ଦ୍ର ସାହୁ, ଯୋଗଦେଇ l ପୁରୁଷୋତ୍ତମ ମାସର ମାହାତ୍ମ୍ୟ ସାମର୍କ ରେ ଆଲୋଚନା କରିଥିଲେ ସେମାନେ କହିଲେ,ମଳମାସ.ନୁହେଁ ଏହା ପୁରୁଷୋତ୍ତମ ମାସ l ଦୁଇଟି ସଂକ୍ରାନ୍ତି ଓ ଅମାବାସ୍ୟାରେ ଏହି ମାସ ହୋଇ ଥାଏ lଜ୍ୟୋତିଷ ଶାସ୍ତ୍ର ଅନୁଯାୟୀସୌର ମାସ 365 ଦିନ6ଘଂଟାରେ ହୁଏ ଚନ୍ଦ୍ର ମାସ ଗଣନାରେ 1ବର୍ଷ 354ଦିନରେ ହୁଏ l ତେଣୁ 11ଦିନ 6 ଘଣ୍ଟl ପାର୍ଥକ୍ୟ ହେତୁ ସୌରମାସ ଓ ଚନ୍ଦ୍ର ମାସ ସମାନତା ପାଇଁ 11 ଦିନ 6 ଘଣ୍ଟl ନିମିତ୍ତ 28ରୁ 34 ମାସ ମଧ୍ୟରେ ଏକ ମାସ ଅଧିକ ହୁଏ l ଏହା ହେଉଛି l ମଳ ମାସ ନୁହେଁ l ପୁରୁଷୋତ୍ତମ ମାସ l ବିଷ୍ଣୁ ଙ୍କର ଅତିପ୍ରିୟ ମାସ l ଏହିମାସରେ ଭକ୍ତମାନେ ମହାପ୍ରଭୁଙ୍କ ନିକଟରେ ଭଜନ, କୀର୍ତ୍ତନ ଓ ଜଣାଣ କରି ଭାବ ଭକ୍ତିସହ ସମର୍ପଣ ରେ ନିମଗ୍ନ ରହିଲେ କୋଟି ପୁଣ୍ୟ ମିଳେl ଏହାକୁ ମଳମାସ କହିବା ଅନୁଚିତ l ଶ୍ରୀମନ୍ଦିରରେ ମଙ୍ଗଳା ମନ୍ଦିର ସମ୍ମୁଖରେ ଥିବା ମନ୍ଦିରରେ ବାରାହୀ ନାରାୟଣ ରୂପୀ ସ୍ୱୟଂ ଶ୍ରୀଜଗନ୍ନାଥ ପୁରୁଷୋତ୍ତମଙ୍କୁ ଏକ ମlସ ଧରି ନିଷ୍ଠା ର ସହ ସ୍ୱତନ୍ତ୍ର ପୁଷ୍ପ ଧୂପ ଦ୍ବୀପ,ନୈବିଦ୍ୟ, ପିଠା ପଣା ଇତ୍ୟାଦି ଭୋଗ କରି ଭକ୍ତମାନେ କୃତ୍ୟକୃତ୍ୟ ହୁଅନ୍ତି l ଅନ୍ୟ ବାରମlସ ବିଷ୍ଣୁ ଙ୍କୁ ବିଭିନ୍ନ ନାମରେ ପୂଜା କରାଯାଏ l ଏହିମାସରେ ବିଷ୍ଣୁଙ୍କୁ ପୁରୁଷୋତ୍ତମ ଭାବେ ପୂଜା କରାଯlଏ l ସାଧୁ ସନ୍ଥ ମାନଙ୍କର ଏହି ମାସ ଅତି ପ୍ରିୟ l ମଠ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ପୁରୁଷୋତ୍ତମଙ୍କୁ ଶୁଦ୍ଧ ପୁତ୍ତ ରୁପେ ପୂଜା କରନ୍ତି l କବି ଶିବ ସୁନ୍ଦର ମିଶ୍ର ସଂଯୋଜନା କରଥିଲେ l ସାମ୍ବାଦିକ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପୂର୍ଣ୍ଣ ଚନ୍ଦ୍ର ସାହୁ, ଓ ଶତାଧିକ ଭକ୍ତ ଉପସ୍ଥିତ ରହି ଭଜନ କୀର୍ତ୍ତନ କରି ଥିଲେ l
