ପୂଅ ସ୍ବପ୍ନଜିତ ସନ୍ତରଣ ରେ କିପରି ଦେଶ ତଥା ଜିଲ୍ଲା ସ୍ବପ୍ନ ପୂରଣ କରିବେ ଏ ନେଇ ମା ସ୍ୱର୍ଣପ୍ରଭା ଙ୍କ ଅନେକ ପ୍ରୟାସ l
ସୁବର୍ଣ୍ଣପୁର — ବାପା ଅଜିତ ଲାଲ ମିଶ୍ର ବହିରା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ମା ସ୍ୱର୍ଣ୍ଣପ୍ରଭା ମହାପାତ୍ର ଙ୍କ ସାନ ପୁଅ ସ୍ବପ୍ନଜିତ୍ ଜାତୀୟ ସ୍ତର ରେ ପୁରସ୍କୃତ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲା ରେ ଖୁସି ର ମାହୋଲ ଖେଳି ଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ରେ ସମ୍ମାନିତ କରିଛନ୍ତି। ସ୍ଵପ୍ନଜିତ ଅଷ୍ଟମ ଶ୍ରେଣୀ ରୁ ସୁବର୍ଣ୍ଣପୁର ବିଜୁପଟ୍ଟନାୟକ ସନ୍ତାରଣଗାର ରେ ସ୍ଵିମିଂ ଅଭ୍ୟାସ କରି ଆସୁଥିବା ବେଳେ ବର୍ତ୍ତମାନ ଜାତୀୟ ସ୍ତର ରେ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କୋଚ ସଞ୍ଜୟ ପାଣ୍ଡେ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଏହା ସମ୍ଭବ ହୋଇଥିବା ବେଳେ ମା ଙ୍କ ଆପ୍ରାଣ ଚେଷ୍ଟା ପାଇଁ ସ୍ଵପ୍ନଜିତ ଏହି ସ୍ତର ରେ ପହଞ୍ଚି ପାରିଛନ୍ତି। ଜାତୀୟ ସ୍ତର ରେ ବାଙ୍ଗାଲୋର ରେ ୫୦ ମିଟର ବଟର ଫ୍ଲାଏ ସନ୍ତରଣ ପ୍ରତିଯୋଗୀତା ରେ ସିଲଭର ମେଡାଲ ପାଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଜିଲ୍ଲା ସ୍ତର ରୁ ଏପରି ପ୍ରତିଭା ଙ୍କୁ ପ୍ରୋତ୍ସାହିତ ରାଶି ଦେଇ ଉତ୍ସାହିତ କରିବା ସହିତ ଜିଲ୍ଲା ସନ୍ତରଣଗାର ର ଉନ୍ନତି ହୋଇ ପାରିଲେ ଜିଲ୍ଲା ରେ ଏପରି ପ୍ରତିଭା ଆହୁରି ଉଦୀୟ ମାନ ହେଇପାରିବେ। ଅଲମ୍ପିକ୍ସ ର ୨୮ ଟି ମେଡାଲ ପାଇଥିବା ବିଶ୍ଵସ୍ତର ସନ୍ତରଣକାରୀ ମାଇକେଲ ଫେଲ୍ପ ଙ୍କ ପରି ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି ସ୍ଵପ୍ନଜିତ । ଆଗକୁ ଭୁବନେଶ୍ୱର ରେ ସନ୍ତରଣ ପ୍ରଶିକ୍ଷଣ କରିବା ନେଇ ଆଶା ପ୍ରକଟ କରିଛନ୍ତି ତାଙ୍କ ମା ସ୍ଵର୍ଣ୍ଣପ୍ରଭା ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
