September 5, 2026
Home » ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ  କର କମଳରେ ମାଆ ଦକ୍ଷିଣକାଳୀ ମନ୍ଦିର ଉର୍ନତି ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ  କର କମଳରେ ମାଆ ଦକ୍ଷିଣକାଳୀ ମନ୍ଦିର ଉର୍ନତି ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

0
1001267901
ନୟାଗଡ଼ ( ଇପିଏ ) ନୟାଗଡ ପୁରୁଣା ସହରସ୍ଥ ବିଜେ “ମା ଦକ୍ଷିଣ କାଳୀ” ମନ୍ଦିର ଉର୍ନତି ନିମନ୍ତେ ଶୁଭ ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମାଆ ଦକ୍ଷିଣ କାଳୀମନ୍ଦିର ପରିଚାଳନା କମିଟି ଓ ପୁରୁଣା ସହର ଜନସାଧାରଣଙ୍କ ଅନୁରୋଧ କ୍ରମେ ପୂର୍ବତନ ସାଂସଦ କନ୍ଧମାଳ ତଥା ନୟାଗଡ଼ ରାଜ ପରିବାର ସଦସ୍ୟା ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ସ୍ୱତନ୍ତ୍ର ଉଦ୍ୟମ ଓ ଆଗ୍ରହ କ୍ରମେ ମାଆ ଦକ୍ଷିଣକାଳୀଙ୍କ ମନ୍ଦିର ଉର୍ନତି ନିମନ୍ତେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୪୦ ଲକ୍ଷ ଟଙ୍କା ଅନୁଦାନ ପାରିତ ହୋଇଥିବା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ ପ୍ରକାଶ କରିଥିଲେ ।
ଏହି ଶୁଭ ମୁହୂର୍ତ୍ତରେ, ପବିତ୍ର ଜନ୍ମାଷ୍ଟମୀ ତିଥିରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଣୀ ମାଆ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଉପସ୍ଥିତ ହୋଇ, ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ନିଜ କର କମଳରେ ସମ୍ପାଦିତ କରିଥିଲେ । ଏହି ମହତ କାର୍ଯ୍ୟରେ ନୟାଗଡ ସହରର ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ, ନୟାଗଡ ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ କିଶାନ ଦାସ,ପ୍ରଦୀପ୍ତ ଆଚାର୍ଯ୍ୟ, କୁନା ସାହୁ, ବଳଭଦ୍ର ପାତ୍ର, ରଞ୍ଜନ ରଶ୍ମୀ ଜେନା, କମଳ ପଟ୍ଟନାୟକ, ଓ ମନ୍ଦିରର କର୍ମକର୍ତା ମାନେ ଉପସ୍ଥିତ ଥିଲେ । ମାଆଙ୍କ ମନ୍ଦିରର ଆଗକୁ ଅଧିକ ଉନ୍ନତି ପାଇଁ କମିଟି ସଭାପତି ଶ୍ରୀ ପଟ୍ଟନାୟକ ରାଣୀ ମାଆଙ୍କୁ ଅନୁରୋଧ କରିଥିଲେ ଓ ରାଣୀ ମାଆଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ, ମାଆଙ୍କ ପାଖରେ ଶୁଭ ମାନାସିଥିଲେ ଏବଂ ଆମେମାନେ ଆପଣଙ୍କ ପଛରେ ଅଛୁ ବୋଲି ପ୍ରକାଶ କରିବା ସହିତ, ରାଣୀ ମାଆଙ୍କ ଜୟ ଜୟକାର କରିଥିଲେ ।ରାଣୀ ମାଆ ପ୍ରତ୍ୟୁଷା ରାଜେଶ୍ୱେରୀ ସିଂହ ପ୍ରକାଶ କରିଥିଲେ, ଆପଣମାନେ ମାଆ ଦକ୍ଷିଣକାଳୀ ମନ୍ଦିର ଓ ନୟାଗଡ଼ର ଉନ୍ନତିରେ ସାଥ ଦିଅନ୍ତୁ ମୁଁ ଆପଣଙ୍କ ପଛରେ ଅଛି।ମନ୍ଦିରର ସମ୍ପାଦକ କିଶାନ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *