November 16, 2026
Home » ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଓ ଆନୁଷ୍ଠାନିକ ନିମନ୍ତ୍ରଣ

ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଓ ଆନୁଷ୍ଠାନିକ ନିମନ୍ତ୍ରଣ

0
WhatsApp Image 2026-11-15 at 2.22.12 PM

 

ସୁବର୍ଣ୍ଣପୁର —-ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ମହାନ ପର୍ବ ‘ଦଶମ ଜାତୀୟ ଡୁମାଳ ଦିବସ’ ଆସନ୍ତା ଡିସେମ୍ବର ୨୦ ତାରିଖରେ ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ ଅତ୍ୟନ୍ତ ଭବ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ପରିବେଶ ମଧ୍ୟରେ ଆୟୋଜିତ ହେବାକୁ ଯାଉଅଛି । ଏହି ମହନୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସଭାର ଶୋଭାବର୍ଦ୍ଧନ କରିବା ସହିତ ତଦୁପଲକ୍ଷେ ପ୍ରକାଶିତ ହେବାକୁ ଥିବା ବିଶେଷ ସ୍ମରଣିକା “ମାହେଶ୍ୱରୀ ସଂସ୍କୃତି” ନିମନ୍ତେ ନିଜର ମୂଲ୍ୟବାନ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବାକୁ, ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ସମ୍ବଲପୁର ସ୍ଥିତ ଗ୍ରୀନ ପାର୍କ ରେସିଡେନ୍ସି ବାସଭବନଠାରେ ସୌଜନ୍ୟମୂଳକ ସାକ୍ଷାତ ପୂର୍ବକ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପ୍ରଦାନ କରିଛନ୍ତି ।
ଏହି ଗୌରବମୟ ପ୍ରତିନିଧି ମଣ୍ଡଳୀରେ ମାହେଶ୍ୱରୀ ସଂସ୍କୃତି ପରିଷଦର ବରିଷ୍ଠ ଉପଦେଷ୍ଟା ଶ୍ରୀ ଚିତ୍ତରଞ୍ଜନ ଗଡ଼ତିଆ, ମୁଖ୍ୟ ସଂଯୋଜକ ଶ୍ରୀ କୃତ୍ତିବାସ ପଲିଆ, ସହ-ସଂଯୋଜକ ଶ୍ରୀ ସମିତ ମହାକୁର, ଶ୍ରୀ ବିଜୟ କେତନ ମେଣ୍ଡିଲି, ଶ୍ରୀ ଅରୁଣ କୁମାର ମେଣ୍ଡିଲି, ଶ୍ରୀ ସୂର୍ଯ୍ୟ ନାରାୟଣ ପ୍ରଧାନ, ଶ୍ରୀ ସତ୍ୟପ୍ରିୟ ପ୍ରଧାନ, ଶ୍ରୀ ସୁନିଲ ମହାକୁର, ଶ୍ରୀ ପ୍ରଣୟ ମହାକୁର ଏବଂ ଶ୍ରୀ ବାବୁଲା ମହାକୁଡ଼ ପ୍ରମୁଖ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତକାର ଅବସରରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅବସ୍ଥିତ ଆରାଧ୍ୟ ଦେବୀ ମା’ ମାହେଶ୍ୱରୀଙ୍କ ମନ୍ଦିରଗୁଡ଼ିକର ସର୍ବାଙ୍ଗୀନ ଉନ୍ନତିକରଣ ତଥା ସାଂସ୍କୃତିକ ଭବନର ନବକଳେବର ଓ ବିକାଶ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଶ୍ରୀ ପ୍ରଧାନଙ୍କ ସଦୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ଏହି ସମସ୍ତ ପ୍ରସ୍ତାବକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିବା ସହିତ ଆଗାମୀ ଦିନରେ ଏହାର ସଫଳ ରୂପାୟନ ନିମନ୍ତେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *