ପୋଲିସ କରୁଛି ଗଞ୍ଜେଇ ବେପାର : ଭାଇରାଲ୍ କଲ୍ ରେକର୍ଡର ପାଇଁ ବଦଳିଲେ ପୋଲିସ ଅଧିକାରୀ l
ସୁବର୍ଣ୍ଣପୁର — ପୋଲିସ କରୁଛି ଗଞ୍ଜେଇ ବେପାର l କଥାଟି ଆପଣଙ୍କୁ ଅଡୁଆ ଲାଗିପାରେ l ହଁ ପାଠକ ବନ୍ଧୁ ଏହା ସତ ଘଟଣା l ବୌଦ୍ଧ ଜିଲ୍ଲା ରେ ପୋଲିସ ଗଞ୍ଜେଇ ବେପାରୀ ସହିତ ସମ୍ପର୍କ ବହୁତ ନିବିଡ l ଗଞ୍ଜେଇ ମାଫିଆ ଙ୍କୁ ସହଯୋଗ କରିବା ଫଳରେ ନିକଟରେ ମନମୁଣ୍ଡା ଥାନା ଆଇ ଆଇ ସି ଙ୍କୁ ନିଲମ୍ବିତ କରାଯାଇଛି l ଏବେ ପୁଣି ଗଞ୍ଜେଇ ମାଫିଆ ଙ୍କ ସହିତ ପୋଲିସ ବାବୁ ଙ୍କ କଲ ଭାଇରାଲ ହେବା ଫଳରେ ଅନ୍ୟତ୍ର ବଦଳି କରାଯାଇଛି ପୋଲିସ ବାବୁ ଙ୍କୁ l
ସୋସିଆଲ ମିଡିଆରେ କଲ୍ ରେକର୍ଡିଂ ଭାଇରାଲ୍ ହେବା ପରେ ବୌଦ୍ଧ ପୋଲିସ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି l ବୌଦ୍ଧ ମୋଡେଲ ଥାନା ଆଇଆଇସି ନଳିନୀକାନ୍ତ ଦାସଙ୍କୁ ଜିଲ୍ଲା ପୋଲିସ ହେଡକ୍ୱାର୍ଟରକୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ପୁରୁଣାକଟକ ଥାନା ଆଇଆଇସି ରଞ୍ଜିତ ମୁନିଙ୍କୁ ବୌଦ୍ଧ ମୋଡେଲ ଥାନାର ନୂତନ ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ହେଡକ୍ୱାର୍ଟରରେ ଥିବା ଇନ୍ସପେକ୍ଟର ବବିତା ସାହୁଙ୍କୁ ପୁରୁଣାକଟକ ଥାନା ଆଇଆଇସି ଭାବେ ପୋଷ୍ଟିଂ କରାଯାଇଛି।
ଏହା ସହିତ ଜିଲ୍ଲାର ୩ ଜଣ ASI ଙ୍କର ମଧ୍ୟ ଅଦଳବଦଳ ହୋଇଛି l
ପ୍ରାଣବନ୍ଧୁ ସାହୁ (ASI) ବାଘିଆପଡ଼ା ଫାଣ୍ଡି RO, ବୌଦ୍ଧ
ବ୍ରହ୍ମାନନ୍ଦ ପ୍ରଧାନ (ASI): ଜାନାପଙ୍କ ଫାଣ୍ଡି, ବାଘିଆପଡ଼ା ଫାଣ୍ଡି
ପୀତାମ୍ବର ବେହେରା (ASI): RO, ବୌଦ୍ଧ, ଜନାପଙ୍କ ଫାଣ୍ଡିକୁ ବଦଳି କରାଯାଇଛି l
ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅଧିକାରୀଙ୍କୁ ତୁରନ୍ତ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଛି l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
