ପୋଷ୍ଟାଲ୍ ସେଭିଂ ସପ୍ତାହର ଲଗିଂ ଦିବସରେ ବୀରମହାରାଜପୁର ସବ ପୋଷ୍ଟ ଅଫିସ ର ସଫଳତା l
ସୁବର୍ଣ୍ଣପୁର — ହିତାଧିକାରୀ ଙ୍କ ସେଭିଂ ଖାତା ଖୋଲିବାରେ ସୁବର୍ଣ୍ଣପୁର ଜିଲ୍ଲା ର ବୀରମହାରାଜପୁର ସବ ପୋଷ୍ଟ ଅଫିସ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ସର୍ବାଗ୍ରେ ରହିଥିବାର ଜଣାଯାଇଛି। ପୋଷ୍ଟାଲ ସେଭିଂ ବ୍ୟାଙ୍କ, ସୁକନ୍ୟା ସମୃଦ୍ଧି ଯୋଜନା,ପିପିଏଫ୍, ଟିଡି,ଆର୍ ଡି ଇତ୍ୟାଦି ବିଭିନ୍ନ ଯୋଜନାରେ ହିତାଧିକାରୀ ମାନେ ରେକର୍ଡ ସଂଖ୍ୟକ ୨୯୧ ଟି ଏକାଉଣ୍ଟ୍ ଖାତା ଖୋଲିଛନ୍ତି। ଗତ ୧୩ ତାରିଖ ରେ ବୀରମହାରାଜପୁର ର ସମସ୍ତ ଗଳିକନ୍ଦି ରେ ବୁଲିଥିବା ସଚେତନତା ରାଲି ଯୋଗୁଁ ସମସ୍ତ ଜନସାଧାରଣ ସଚେତନ ହେବାସହ ଏତେ ସଂଖ୍ୟକ ଖାତା ଖୋଲିବାକୁ ଆଗ୍ରହ ଦେଖିଇଥିଲେ । ପୋଷ୍ଟ ମାଷ୍ଟର ଗୌରାଙ୍ଗ ଚରଣ ସା ଙ୍କ ନେତୃତ୍ବରେ ପୋଷ୍ଟାଲ୍ ଆସିଷ୍ଟାଣ୍ଟ ବିରେନ୍ଦ୍ର ଖଣ୍ଡଗିରି, ସୁଶାନ୍ତ ମହାକୁର, ପୋଷ୍ଟମ୍ୟାନ୍ ସୁଧାଂଶୁ ସାହୁ ଓ କଳ୍ପବଟ ମିଶ୍ର ପ୍ରମୁଖ ଲୋକ ମାନଙ୍କୁ ଉତ୍ସାହିତ କରିଥିବା ଯୋଗୁଁ ଏତେ ସଂଖ୍ୟକ ଜନସାଧାରଣ ଏହି ଧାର୍ଯ୍ୟ ଦିବସ ରେ ବିଭିନ୍ନ ଯୋଜନାରେ ଖାତା ଖୋଲିଥିବା ଦେଖାଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
