August 21, 2026
Home » ପୋଷ୍ଟ ମାଟ୍ରିକ୍ ଛାତ୍ରବୃତ୍ତି ବନ୍ଦ ପ୍ରତିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହେଲେ ଶତାଧିକ ଛାତ୍ରଛାତ୍ରୀ

ପୋଷ୍ଟ ମାଟ୍ରିକ୍ ଛାତ୍ରବୃତ୍ତି ବନ୍ଦ ପ୍ରତିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହେଲେ ଶତାଧିକ ଛାତ୍ରଛାତ୍ରୀ

0
WhatsApp Image 2026-03-12 at 5.37.22 PM

ପୋଷ୍ଟ ମାଟ୍ରିକ୍ ଛାତ୍ର ବୃତ୍ତି ବନ୍ଦ କରାଯିବା ପ୍ରତିବାଦରେ ଗଜପତି ଜିଲ୍ଲା ରାମଗିରି ସ୍ଥିତ ଡଃ.ବି.ଆର.ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟର ଶତାଧିକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ୨୦୨୫-୨୬ବର୍ଷ ନିମନ୍ତେ ପୋଷ୍ଟ ମାଟ୍ରିକ୍ ଛାତ୍ର ବୃତ୍ତି ପ୍ରଦାନ କରିବା ନିମନ୍ତେ ଅନ୍‌ଲାଇନରେ ଆବେଦନ କରିଥିଲେ ।

କିନ୍ତୁ ରାମଗିରି ସ୍ଥିତଡଃ.ବି.ଆର.ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟୟନରତ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ବ୍ୟତୀତ ଜିଲ୍ଲାରେ ଥିବା ଅନ୍ୟ ସମସ୍ତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।ପୂର୍ବବର୍ଷ ଗୁଡିକରେ ସେମାନଙ୍କୁ ଏହି ଛାତ୍ରବୃତ୍ତି ମିଳୁଥିଲା । ମହାବିଦ୍ୟାଳୟର କୌଣସି ନଥିପତ୍ରରେ ରହିଥିବା ଅସୁବିଧା କାରଣରୂୁ ଏହା ବନ୍ଦ କରାଯାଇଛି ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ମହାବିଦ୍ୟାଳୟର କୌଣସି ନଥିପତ୍ର ନଥିଲେ ସେମାନଙ୍କ ଦୋଷ କେଉଁଠି ରହିଲା । ସେଥି ନିମନ୍ତେ ମହାବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଆମ୍ଭମାନଙ୍କର ଛାତ୍ରବୃତ୍ତି କାହିଁକି ବନ୍ଦ କରାଯାଇଛି ବୋଲି ଛାତ୍ରଛାତ୍ରୀ ମାନେ ପଶ୍ନ୍ର କରିଛନ୍ତି । ଏ ହି ସମସ୍ୟା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ବାରମ୍ବାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ବିଶେଷ କରି ସେମାନେ ଗରିବ ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଛାତ୍ର ବୃତ୍ତି ବନ୍ଦ କରିବା ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି । ବିଶେଷକରି ପାଠପଢା ସମ୍ବନ୍ଧୀୟ ବହି,ଖାତା ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିବାରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛୁ । ତେଣୁ ସେମାନଙ୍କ ଅଭିଯାଗ ଗୁଡିକର ତୁରନ୍ତ ସମାଧାନ କରିବା ସକାଶେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଗତବର୍ଷ କିଛିବର୍ଷ ହେଲା ଗଜପତି ଜିଲ୍ଲାରେ ଅଧାରୁ ପାଠପଢା ଛାଡୁଥିବା ଛାତ୍ରଛାତ୍ରୀ(ଡ୍ରପ୍ ଆଉଟ୍‌) ସଂଖ୍ୟା ଅଧିକ ରହିଛି ବୋଲି ବିଧାନସଭାରେ ହୋହାଲ୍ଲା ହେବାସହ ଉଦ୍‌ବେଗ ପ୍ରକାଶ ପାଇଥିଲା ।

ଏହାକୁ କିପରି ରୋକାଯାଇ ପାରିବ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥିର କରାଯାଇଥିଲା । ତେବେ ଏଭଳି ଦୃଶ୍ୟକୁ ଦେଖିଲେ ବାସ୍ତବରେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସ୍ୱଷ୍ଠ ଅନୁମେୟ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed