February 6, 2026
Home » ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ର ଆଜୀବନ ସଦସ୍ୟ ମହେଶ୍ୱର ସାହୁଙ୍କ ପରଲୋକ

ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ର ଆଜୀବନ ସଦସ୍ୟ ମହେଶ୍ୱର ସାହୁଙ୍କ ପରଲୋକ

0
WhatsApp Image 2026-02-06 at 5.36.12 PM

 

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ର ପୂର୍ବତନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଅଧିକାରୀ ତଥା ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ବ ବିଦ୍ୟାଳୟ ର ଆଜୀବନ ସଦସ୍ୟ ମହେଶ୍ୱର ସାହୁଙ୍କ ୭୮ ବର୍ଷ ବୟସ ରେ ପରଲୋକ ହୋଇ ଯାଇଛି। ସେ ଅସୁସ୍ଥ ରହି କିଛି ଦିନ ହେଲା ଭୁବନେଶ୍ଵର ସ୍ଥିତ ଫୁଲ ନଖରାସ୍ଥିତ ସୋମ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ।

ଗତ କାଲି ରାତି ୧୧ ଘଣ୍ଟା ୩୦ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି।ଆଜି ସ୍ଵର୍ଗତ ସାହୁଙ୍କ ପାର୍ଥିବ ଶରୀର ଭବାନୀପାଟଣା ରେ ପହଞ୍ଚିବା ପରେ ଆତ୍ମିୟ ସ୍ଵଜନ, ପରିବାରବର୍ଗ ଙ୍କ ଗହଣରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ ପୁଅ ସୁବୋଧ କୁମାର ସାହୁ ମୁଖାଗ୍ନୀ ପ୍ରଦାନ କରିଥଲେ।ଭବାନୀପାଟଣା,ଧର୍ମଗଡ଼ ଜୁନାଗଡ, କୋକସରା, ନବରଙ୍ଗପୁର ଆଦି ସ୍ଥାନରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଅଧିକାରୀ ଭାବେ କାମ କରି ସେ ଅବସର ଗ୍ରହଣ କରିଥିଲେ।ସେ ଜଣେ ମିଷ୍ଠ ଭାଷୀ, ପରୋପକାରୀ,ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ବ ବିଦ୍ୟାଳୟର ଆଜୀବନ ସଦସ୍ୟ ରହି ଧର୍ମ କାମରେ ନିଜକୁ ନିୟୋଜିତ କରିଥିଲେ।

ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ବ ବିଦ୍ୟାଳୟ ଭବାନୀପାଟଣା ଶାଖା ର କର୍ମକର୍ତ୍ତା,ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ଭବାନୀପାଟଣା ଓ ଟିଟିଲାଗଡ ସବ ଡିଭିଜନ ର ସଦସ୍ୟ ତଥା ସହର ର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ବିୟୋଗରେ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *