March 18, 2026
Home » ପ୍ରଦୂଷଣ ନାମରେ ସରକାରଙ୍କ ଗୁଣ୍ଡାଗିରି : ଭକ୍ତ

ପ୍ରଦୂଷଣ ନାମରେ ସରକାରଙ୍କ ଗୁଣ୍ଡାଗିରି : ଭକ୍ତ

0
WhatsApp Image 2026-01-10 at 8.00.10 AM

ରାଜ୍ୟରେ ସାଧାରଣ ଲୋକଙ୍କଠାରୁ ବିଭ୍ରାନ୍ତିକର ପ୍ରଦୂଷଣ ଫାଇନ ଆଦାୟ ଏବଂ ସରକାର ଏହି ଜିଜିଆ କରକୁ ସମ୍ପୂର୍ଣ ପ୍ରତ୍ୟାହାର କରିବା ଦାବୀକୁ ନେଇ ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ପ୍ରଦୂଷଣ ଆଇନ ଆଳରେ ଲୋକଙ୍କଠାରୁ ସରକାର ଜିଜିଆ କର କସୁଛନ୍ତି ବୋଲି ସରକାରଙ୍କୁ କଡା ସମାଲୋଚନା କରିଥିଲେ lଶ୍ରୀ ଦାସ କହିଥିଲେ ଯେ, ସରକାର ସାଧାରଣ ଲୋକଙ୍କ ଉପରେ କୌଣସି ମାନଦଣ୍ଡ ନଥାଇ ମନଇଚ୍ଛା ଫାଇନ ଅସୁଲ କରୁଛନ୍ତି l ସମଗ୍ର ରାଜ୍ୟରେ କର ଅସୁଲି ପାଇଁ ହାହାକାର ପଡିଛି l ସାଧାରଣ ଖାଉଟି, କୃଷକ, ଛୋଟ ବେପାରୀ, ଛୋଟ ଚାକିରିଆ ଏପରିକି ବେକାରୀ ଯୁବକଙ୍କ ଉପରେ ମଧ୍ୟ ଫାଇନ ପଡୁଛି l ଚାକିରୀ ଯୋଗେଇ ପାରୁନ କିନ୍ତୁ କର ଅସୁଲି କରିପାରୁଛ l ଆୟକୁ ଦେଖି କର ବସିବା କଥା l ସରକାର ଆୟ ନିଶ୍ଚିନ୍ତ କରି ନାହାନ୍ତି, କରିବେ କଣ ? ଟାଟା, ଅଦାନୀ, ବିର୍ଲା, ଅମ୍ବାନୀ, ବେଦାନ୍ତ କଳିଙ୍ଗ ନଗର, ତାଳଚେର, ଝାରସୁଗୁଡା, ରାଉରକେଲା, ଢେଙ୍କାନାଳ, ମୟୁରଭଞ୍ଜ ଆଦିରେ ସ୍ଥାନରେ କେତେ ପ୍ରଦୂଷଣ କରୁଛନ୍ତି ସରକାରଙ୍କ ପାଖରେ ହିସାବ ଅଛି କି ? ଅନୁଗୋଳରେ ଏକ୍ୟୁଆଇରେ 350 କୁ ଟପି ଯାଇଥିଲା, ସ୍ୱାଶ ନେବା କଷ୍ଟକର l ଓଡ଼ିଶାର 10 ଗୋଟି ସହର ଦେଶର ପ୍ରମୁଖ ପ୍ରଦୂଷଣ ସହରରେ ନାମ ଆସିଛି l ଭୁବନେଶ୍ୱରରେ ଯାନବାହାନ ପାଇଁ ପ୍ରଦୂଷଣ ହେଊଛି କି ? ଧନ୍ୟ ଆମେ ଓଡ଼ିଆ ଲୋକ ସରକାରଙ୍କ ଅତ୍ୟାଚାରକୁ ମୁଣ୍ଡପାତି ସହି ଯାଉଛୁ l ପରାଧୀନ ଭାରତରେ ଓଡ଼ିଶାବାସୀ ବିପ୍ଳବ କରିଥିଲେ l ଜଗନ୍ନାଥଙ୍କ ରାଜ୍ୟ ଶାନ୍ତ ସରଳ ବୋଲି ବାରମ୍ବାର କର ଅସୁଲିର ଅତ୍ୟାଚାର ଚାଲିଛି l ଗୋଟିଏ ଗାଡି ଉପରେ ବିଭିନ୍ନ ପ୍ରକାର କର ଅସୁଲି ଚାଲିଛି l ତାପଜ କେନ୍ଦ୍ର, ପାଉଁଶ, ତୈଳ ବିଶୋଧନାଗର, ଖଣି ଆଦିରୁ କେତେ ପ୍ରଦୂଷଣ ହେଊଛି ସରକାର ପରୀକ୍ଷା କରନ୍ତୁ l ଓଡ଼ିଶାର ବାୟୁମଣ୍ଡଳକୁ ସମ୍ପୂର୍ଣ ପ୍ରଦୂଷିତ କରି ଦେଲେଣି l ନୂଆ ବର୍ଷରେ ସରକାର ଅତିରିକ୍ତ ବିଜୁଳି କର ମାଧ୍ୟମରେ ଅମୁଲ୍ୟ ଭେଟି ଦେଲେ l ମାଗଣା ବିଜୁଳି ଘୋଷଣା କରିଥିବା ସରକାର କର ଅସୁଲ କରୁଛନ୍ତି l ସମସ୍ତ କମ୍ପାନୀଙ୍କ ପ୍ରଦୂଷଣ ମୁକ୍ତ ସାର୍ଟିଫିକେଟ କେଉଁ ଆଧାରରେ ନବୀକରଣ କରାଗଲା ତାହା ସାର୍ବଜନୀନ କରାଯାଉ l ଓଡିଶାରେ 100% କଳ କାରଖାନା ପ୍ରଦୂଷଣଯୁକ୍ତ l ସରକାର ମନୋଭାବ, ଯେତେ ପାରୁଛ ପ୍ରାକୃତିକ ସମ୍ପଦ ନଷ୍ଟ କର l ଏହା କି ପ୍ରକାର ସରକାର ଚାଲିଛି ବୋଲି ଶ୍ରୀ ଦାସ ପ୍ରଶ୍ନ ପଚାରିଥିଲେ l ସେ ପୁଣି କହିଲେ, ଫେବୃଆରୀରେ ବିଧାନସଭା ଘେରାଉ ହେବ ଏବଂ ସରକାରଙ୍କୁ ଜବାବ ମାଗିବ କଂଗ୍ରେସ l ପ୍ରଦୂଷଣ ନାମରେ ପୋଲିସ ଦ୍ୱାରା ସରକାର ଯେଉଁ ଗୁଣ୍ଡାଗିରି କରୁଛି ତାହା ବନ୍ଦ କରନ୍ତୁ l ସାଧାରଣ ଦୈନନ୍ଦିନ ଜୀବନ ବିତାଉଥିବା ଲୋକ ମାନଙ୍କ ଉପରେ ପ୍ରଦୂଷଣ ନାମରେ ଫାଇନ ବନ୍ଦ କରନ୍ତୁ l ଯଦି ଲୋକଙ୍କ ଦ୍ୱାରା ନିର୍ବାଚିତ ତେବେ ଲୋକଙ୍କୁ ସରକାର ସମ୍ମାନ କରନ୍ତୁ l ଯେତେ ପ୍ରଦୂଷଣ କରୁଥିବା କମ୍ପାନୀ ଅଛନ୍ତି ସେମାନଙ୍କୁ ପ୍ରଥମେ ସେମାନଙ୍କ ଯାଞ୍ଚକରି ପ୍ରଦୂଷଣ ମୁକ୍ତ କରନ୍ତୁ l ପୁରୀସ୍ଥିତ ଭକ୍ତ ନିବାସରେ ରହୁଥିବା ଜଗନ୍ନାଥ ଦର୍ଶନଭିଳାଷୀଙ୍କ ଗାଡି ଉପରେ କର କାହିଁକି ଲାଗିବ ? ଭକ୍ତଙ୍କୁ ଆତଙ୍କିତ କାହିଁକି କରା ଯାଉଛି ? ସରକାର ପୁଞ୍ଜିପତିଙ୍କ ଉପରେ କର ପକାଇବା ପାଇଁ ସାହସ ନାହିଁ କିନ୍ତୁ ସାଧାରଣ ଲୋକଙ୍କୁ କର ଦେବାକୁ ବାଧ୍ୟ କରୁଛନ୍ତି l ଅସଲ କଥା, ସରକାରଙ୍କ ପାଖରେ ଧାନ କିଣିବା ଓ ସୁଭଦ୍ରା ଯୋଜନା ପାଇଁ ପଇସା ନାହିଁ ତେଣୁ ଜୋର ଜବରଦସ୍ତ କର ଆଦାୟ କରୁଛନ୍ତି l ସମ୍ମିଳନୀରେ ଉପସ୍ଥିତ ଥିବା ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର କହିଲେ, ପ୍ରଦୂଷଣ ଯାଞ୍ଚ ସହିତ ବକେୟା ଫାଇନର କଣ ସମ୍ପର୍କ ଅଛି ? ଓ କେଉଁ ସ୍ଥାନରେ କେଉଁ ଗାଡି କେତେ ଗତିରେ ଯିବ ତାପାଇଁ ରାସ୍ତାରେ ପର୍ଯ୍ୟାପ୍ତ ଫଳକ ନାହିଁ l ସବୁଜ ଷ୍ଟିକର ମହଜୁଦ ନାହିଁ କିନ୍ତୁ ଲଗାଇବା ପାଇଁ ବାଧ୍ୟ କରାଯାଉଛି lଯୁବ ନେତା ମନୋଜ ବିଶ୍ୱାଳ କହିଲେ, ଯୁବ କଂଗ୍ରେସ ବେନିୟମ ପ୍ରଦୂଷଣ ଫାଇନ ଉପରେ ପ୍ରଥମେ ସ୍ୱର ଉତ୍ତୋଳନ କରିଛି l ପ୍ରଦୂଷଣ ନାମରେ ସାଧାରଣ ଜନତାଙ୍କ ତଣ୍ଟି ଚିପି ଫାଇନ ଆଦାୟଜୁ କଂଗ୍ରେସ ବିରୋଧ କରୁଛି l ଯଦି କରମୁକ୍ତ ନକରାଯାଏ ତେବେ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *