August 22, 2026
Home » ମହିଳା କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ମହିଳା କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

0
WhatsApp Image 2026-01-10 at 8.00.46 AM

ଭୁବନେଶ୍ୱର : ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ପିପିଲି ନିକଟସ୍ଥ ଆଡଭେଞ୍ଚର ରିସୋର୍ଟରେ ଚାଲିଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ପ୍ରଭାତରେ ସମସ୍ତଙ୍କୁ ଯୋଗଶିକ୍ଷା ଦିଆଯାଇଥିଲା । ଦ୍ୱିତୀୟ ଦିନର ଶିବିରରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ କହିଥିଲେ ଯେ ରାଜ୍ୟରେ ମହିଳା ଅଧିକାର ଓ ନ୍ୟାୟ ପାଇଁ ଯେଉଁ ଦୁର୍ବାର ଆନ୍ଦୋଳନ ହେବ ଏବଂ ଯେଉଁ ଆନ୍ଦୋଳନ ଚାଲିଛି ସେଥିରେ ନିଷ୍ଠାର ସହ କାର୍ଯ୍ୟକରିବାକୁ ଏବଂ ସମୟ ଓ ଶ୍ରମଦାନ କରିବାପାଇଁ ୧୦୦ ଜଣ ଉପଯୁକ୍ତ ମହିଳାଙ୍କୁ ବଛାଯିବ । ଯେଉଁମାନେ ସଂଗଠନ ପାଇଁ ଶୃଙ୍ଖଳାସହ କାର୍ଯ୍ୟକରିବେ ଏବଂ ସେମାନଙ୍କର ପ୍ରଶାସନିକ କାର୍ଯ୍ୟକ୍ରମ ଠାରୁ ସମ୍ବିଧାନର ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ର୍ରାଞ୍ଜଳ ଧାରଣା ରହିଥିବ । ବିଶେଷକରି ମହିଳାମାନଙ୍କୁ ସମ୍ବିଧାନରେ ଯେଉଁ ଅଧିକାର ଦିଆଯାଇଛି ସେ ସମ୍ପର୍କରେ ସେମାନେ ସଂପୂର୍ଣ୍ଣ ଅବଗତ ରହିବା ସହ ପଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଉପେକ୍ଷିତା, ଅତ୍ୟାଚାରିତା ଓ ନିର୍ଯ୍ୟାତିତା ମହିଳାମାନଙ୍କ ପାଇଁ ନ୍ୟାୟର ଲଢ଼େଇ ଲଢ଼ିବେ । ଗାଁରେ ଥିବା ମହିଳାଙ୍କୁ ମଧ୍ୟ ତାର ସାମ୍ବିଧାନିକ ଅଧିକାର ସମ୍ପର୍କରେ ଅବଗତ କରାଇବେ । ଯାହା ଫଳରେ ସେ ନ୍ୟାୟର ଲଢ଼େଇ ଲଢ଼ିପାରିବ । ଆମ ସଂଗଠନର ସବୁ ୟୁନିଟରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ପ୍ରାପ୍ତି ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ । ଏବେ ରାଜ୍ୟରେ ଯେଉଁ ଦୟନୀୟ ସ୍ଥିତିରେ ମହିଳାମାନେ ଅଛନ୍ତି ଯଦି ୫ଲକ୍ଷ ମହିଳା ପ୍ରତିବାଦ କରିବାପାଇଁ ଜାଗ୍ରତ ହୋଇ ରାଜରାସ୍ତାକୁ ଓହ୍ଲାଇବେ ଏବଂ ସେହି ପରପକ୍ୱ ମହିଳାମାନେ ଯଦି ନିର୍ଭୀକତାର ସହ ରାଜଧାନୀରେ ପହଞ୍ôଚବେ ଏ ସରକାର ଗାଦିଛାଡ଼ି ପଳାୟନ କରିବ । ମହିଳା କଂଗ୍ରେସର ପ୍ରଶିକ୍ଷଣାର୍ଥୀଙ୍କୁ ଶ୍ରୀ ଦାସ ଉପଦେଶ ଦେଇଥିଲେ ଇନ୍ଦିରା ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ରାସ୍ତାରେ ଯିବାକୁ ହେଲେ ଜଣେ ରାଜନେତ୍ରୀ ସ୍ୱାବଲମ୍ବୀ ହେବା ସହ ବିଚାର, ଭାବନା ଏବଂ ଚରିତ୍ରରେ ସ୍ୱଚ୍ଛତା ଓ ସ୍ପଷ୍ଟତା ଆଣିବା ଆବଶ୍ୟକ । ଏକ ବିଶାଳ ମହିଳା ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ଶ୍ରୀ ଦାସ କହିଥିଲେ ।

ଏହି ପ୍ରଶିକ୍ଷଣ ଶିବିରରେ ମହିଳା କଂଗ୍ରେସର ସାଂଗଠନିକ ଢ଼ାଞ୍ଚା ସମ୍ପର୍କରେ ସମାଜସେବୀ ତଥା ବିଶିଷ୍ଟ ସ୍ଥାପତ୍ୟ କଳାବିତ ମିସ୍ ସୃଷ୍ଟି ସୋମେନ ଆଲୋଚନା କରିଥିଲେ । ବର୍ଷକୁ ୫ଲକ୍ଷ ନୂଆ ମହିଳା ସଂଗଠନ ସହ ଯୋଡ଼ିବାକୁ ସେ ଉପଦେଶ ଦେଇଥିଲେ । ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ପରିସର ଓ କ୍ଷେତ୍ରରୁ ମହିଳାମାନଙ୍କୁ ସାମିଲ କରିବାକୁ ପଡ଼ିବ । ଯେଉଁଥିରେ ସମାଜସେବୀ, ଆଇନଜୀବି, ଶିକ୍ଷୟତ୍ରୀ ପରିବେଶବିତ, କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସବୁବର୍ଗର ପ୍ରତିନିଧିତ୍ୱ ରହିବ । ପ୍ରତି ଗାଁରେ ଅତି କମରେ ୫ଜଣ, ପଞ୍ଚାୟତରେ ୨୫ଜଣ ଏବଂ ସେହି ଅନୁପାତରେ ବ୍ଲକ ଓ ଜିଲ୍ଲାରେ ନୂତନ ପ୍ରତିନିଧିତ ନିଆଯିବ ଯେଉଁମାନଙ୍କର ପଞ୍ଚାୟତ, ବ୍ଲକ, ଥାନା, ତହସିଲ, କୋର୍ଟକଚେରୀ ଓ ବଶେଷକରି ପ୍ରଶାସନ କ୍ଷେତ୍ରରେ ମହିଳାମାନଙ୍କ ଅଧିକାର ସମ୍ପର୍କରେ ସଂପୂର୍ଣ୍ଣ ଜ୍ଞାନ ରହିଥିବ ଏବଂ ନିଜର କର୍ତ୍ତବ୍ୟ ପ୍ରତିବଦ୍ଧତା ରହିଥିବ ।

ପିସିସି ମୁଖପାତ୍ର ତଥା ଆଇନଜୀବି ମନିସା ଦାସ ପଟ୍ଟନାୟକ ଭାରତୀୟ ସମ୍ବିଧାନରେ ମହିଳାମାନଙ୍କର ଅଧିକାର ପାଇଁ ବିଭିନ୍ନ ଆଇନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଧାରା-୧୪, ଧାରା-୧୫ (୧), ଧାରା ୧୫ (୩), ଧାରା-୧୬, ଧାରା-୧୯, ଧାରା-୩୯ (ଡି), ଧାରା-୪୨, ଧାରା ୫୧ଏ (ଇ), ଧାରା-୩୦୦ଏ ଏବଂ ମହିଳା ମାନଙ୍କ ନ୍ୟାୟ ପାଇଁ ଅନ୍ୟାନ୍ୟ ଧାରା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପକ୍ସୋ ଆଇନ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ବିଶେଷ କରି ମହିଳାଙ୍କ ଅଧିକାର ସମ୍ପର୍କିତ ଆଇନ ଉପରେ ଏକ ସରଳ ପୁସ୍ତିକା ସମସ୍ତଙ୍କ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ପ୍ରଭାରୀ ଶ୍ରୀମତୀ ତୁଳିକା କର୍ମା ଆଗାମୀ କାର୍ଯ୍ୟଖସଡ଼ା, ସଂଗଠନର ସୁଦୃଢ଼ତା ଓ ବିଶେଷକରି ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଆଲୋକପାତ କରିଥିଲେ । ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବାହିନୀପତି ମାଲକାନଗିରି ଓ ମୟୁରଭଞ୍ଜ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ମହିଳା ସମସ୍ୟା, ପଞ୍ଚାୟତ ଠାରୁ ରାଜ୍ୟସ୍ତରରେ ମହିଳାଙ୍କ ଅଧିକାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜୀବଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ ଏବଂ ପିସିସି ଗଣମାଧ୍ୟମ ବିଭାଗର ମୁଖ୍ୟ ଅରବିନ୍ଦ ଦାସ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।