ପ୍ରଧାନମନ୍ତ୍ରୀଙ୍କ 76ତମ ଜନ୍ମବାର୍ଷିକୀ ଅବସରରେ “ଆଶୀର୍ବାଦର ଦୀପ” ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ
ସାଂସ୍କୃତିକ ପ୍ରକୋଷ୍ଠ, ବିଜେପି ପକ୍ଷରୁ ସନ୍ଧ୍ୟା 7ଟା ସମୟରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ 76ତମ ଜନ୍ମବାର୍ଷିକୀ ଅବସରରେ “ଆଶୀର୍ବାଦର ଦୀପ” ପ୍ରଜ୍ୱଳନ କାର୍ଯ୍ୟକ୍ରମ ଭବ୍ୟ ଭାବରେ ଆୟୋଜିତ ହୋଇଥିଲା।ଏହି ପବିତ୍ର କାର୍ଯ୍ୟକ୍ରମଟି ଶ୍ରୀ ବାବା ଆଖଣ୍ଡଳମଣି ଶିବ ମନ୍ଦିର, ସହୀଦ ନଗର, ବ୍ୟାଙ୍କ ଅଫ ଇଣ୍ଡିଆ ପାଖରେ, ଚାନ୍ଦି ଭଣ୍ଡାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ରାଜ୍ୟ ବିଜେପି ସମ୍ପାଦିକା ଏବଂ ଫିଲ୍ମ ଷ୍ଟାର ଶ୍ରୀମତୀ ପିଙ୍କି ପ୍ରଧାନ, ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସହ-ସଂଯୋଜକ ଶ୍ରୀ କୃତିବାସ ରଥ, ଶ୍ରୀ ସଂଜୀବ କୁମାର ମିଶ୍ର, ଶ୍ରୀମତୀ ବିଦୁସ୍ମିତା ମନ୍ତ୍ରୀ, ଶ୍ରୀ ସୂର୍ଯ୍ୟ ରଥ, ଶ୍ରୀ ଲିନୁ ମିଶ୍ର, ଶ୍ରୀ ଗୌରୀଶଙ୍କର ସିଂହ ଓ କୀର୍ତ୍ତନମଣ୍ଡଳୀର ଶ୍ରୀ ଚନ୍ଦ୍ରଶେଖର ସାମଲ ସହ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ସମସ୍ତେ ମିଳି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଥିଲେ।
estern press agency
