October 28, 2026
Home » ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା,

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା,

0
WhatsApp Image 2026-10-28 at 12.58.11 PM

ସୁପରିକଳ୍ପିତ ହତ୍ୟା କହି ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ନିରପେକ୍ଷ ତଦନ୍ତ ଦାବୀ କରିଛି ଜିଲ୍ଲା ବଞ୍ଜାରା ଓ ଆଦିବାସୀ ସଂଘ….

ଧର୍ମଗଡ଼:କଳାହାଣ୍ଡି ଜିଲା କୋକସରା ଥାନା ବେହେରା ନିକଟସ୍ଥ ଭଣ୍ଡାର ଡ଼ଙ୍ଗରୀରୁ ଗତ ଗୁରୁବାର ୨୨ ତାରିଖରେ ପାଞ୍ଚ ଦିନ ଧରି ନିଖୋଜ ଥିବା ଏକ ପ୍ରେମୀଯୁଗଳଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତକ ଦୁହେଁ କୋକସରା ଥାନା ଅନ୍ତର୍ଗତ ତେଣ୍ଡାପାଲି ଗାଁର ଅଜିତ କୁମାର ନାଏକ (୨୧)ଏବଂ ଧର୍ମଗଡ଼ ସହର କେନ୍ଦୁମୁଣ୍ଡି ପଡ଼ାର ପ୍ରିୟଦର୍ଶିନୀ ନାଏକ (୧୭)ବୋଲି ଜଣାପଡିଥିଲା।
ମୃତକଙ୍କ ଦୁଇହାତ ବନ୍ଧା ହୋଇଥିବା ବେଳେ ଶରୀରରେ ରକ୍ତଛିଟା ଦେଖିବାକୁ ମିଳିଥିଲା । ତେବେ ପାରିପାର୍ଶିକ ସ୍ଥିତି ଓ ଓ ପ୍ରେମୀ ଯୁଗଳଙ୍କ ୨ ହାତ ବନ୍ଧା ଯାଇଥିବାରୁ ଏହା ହତ୍ୟା ବୋଲି ସର୍ବ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା। ତେବେ କଳାହାଣ୍ଡି ଏସପି ନାଗରାଜ ଦେବର କୋଣ୍ଡା ଭବାନୀପାଟଣା ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଆତ୍ମହତ୍ୟା ବୋଲି ପ୍ରତିକ୍ରିୟା ଦେବା ପରେ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି। ଏସପିଙ୍କ ଏହି ପ୍ରତିକ୍ରିୟାକୁ ସୋସିଆଲ ମିଡ଼ିଆ ସମେତ ଚାରିଆଡେ ନିନ୍ଦା କରାଯିବା ସହ ବିଭିନ୍ନ ଆଡୁ ସମାଲୋଚନା କରାଯାଉଥିବା ଦେଖା ଯାଉଛି।ଦୁହେଁ ହାତ ବାନ୍ଧି କେମିତି ଆତ୍ମହତ୍ୟା କରିପାରିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠାଯାଉଛି।ଏହି ଘଟଣାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ମୃତ ଅଜିତ ର ପରିବାର ଲୋକେ ଓ ଜ୍ଞାତି କୁଟୁମ୍ବ। ଏନେଇ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ସ୍ଥାନୀୟ ଏସପି ଙ୍କୁ ଭେଟି ଏକ ଦାବି ପତ୍ର ଦିଆଯାଇ ନିରପେକ୍ଷ ତଦନ୍ତ ଦାବୀ କରାଯାଇଛି। ଏହା ଆତ୍ମହତ୍ୟା ନୁହେ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେମାନେ ଦାବି ପତ୍ରରେ ଅଭିଯୋଗ କରିଥିବା ଜଣାଯାଇଛି। ‘ସମ୍ମାନ ରକ୍ଷା ପାଇଁ ଅଜିତଙ୍କୁ ‘ଅନର କିଲିଂ’ କରାଯାଇଥିବା ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ଘଟଣାସ୍ଥଳର ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଆତ୍ମହତ୍ୟା ଭଳି ମନେ ହେଉନାହିଁ। କେହି ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ, ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଉଭୟଙ୍କ ହାତକୁ ପରସ୍ପର ସହ ବାନ୍ଧି ଗଛରେ ଝୁଲାଇ ଦେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।ମୃତ ଅଜିତ ଏକ ଗରିବ ବଞ୍ଜାରା ଆଦିବାସୀ ପରିବାରର ହୋଇଥିବାରୁ ଏହି ଘଟଣା ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏହି ବର୍ବର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି କଳାହାଣ୍ଡି ଜିଲ୍ଳା ଆଦିବାସି ସଙ୍ଘ।ଆଦିବାସୀ ସଂଘର ସଭାପତି ପ୍ରକାଶ ମାଝୀ ଓ କଳାହାଣ୍ଡି ବଞ୍ଜାରା ସମାଜର ସଭାପତି ଯଶୋବନ୍ତ ସିଂହ ନାଏକ ନେତୃତ୍ୱରେ ଏସପିଙ୍କୁ ଭେଟି ଏହି ଦାବୀ ପତ୍ର ପ୍ରଦାନ କରାଯାଇଛି। ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସଂପ୍ରତି ଏହି ଘଟଣାର ତଦନ୍ତ କରୁଛନ୍ତି ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସପି କହିଥିବା ଜଣାପଡିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *