ଫୁଲବାଣୀ ଠାରେ ଏକଲ ଅଭିଯାନର ଶ୍ରୀହରି ମନ୍ଦିର ରଥ ଲୋକାର୍ପିତ

ଫୁଲବାଣୀ ଗାୟତ୍ରୀ ମନ୍ଦିର ଠାରେ ଏକଲ ଅଭିଯାନ ପକ୍ଷରୁ ଶ୍ରୀ ହରି ମନ୍ଦିର ରଥକୁ କନ୍ଧମାଳ ଓ ଗଜପତି ଅଞ୍ଚଳ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି।ଟ୍ରାଇଫାଏଡର ଉପାଧ୍ୟକ୍ଷ ପବିତ୍ର କହଁର ଅତିଥି ଭାବେ ଯୋଗ ଦେଇ ଏହି ରଥର ଚାବି ଏକଲ ଉତ୍ସବ କମିଟିର ଅଧ୍ୟକ୍ଷ ପଦ୍ମଚରଣ ମହାନ୍ତି ଙ୍କୁ ଅର୍ପଣ କରିଥିଲେ।ବନବାସୀ ମାନଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଏକଲ ଅଭିଯାନ ଜରିଆରେ କନ୍ଧମାଳ ଜିଲ୍ଲାରେ ୩୬୦ଗୋଟି ଏକଲ ବିଦ୍ୟାଳୟ ଖୋଲାଯାଇ ଶିକ୍ଷା ଦାନ ଜାରିରହିଛି। ରାଷ୍ଟ୍ରୀୟ ସ୍ତରରେ ଶ୍ୟାମଜୀ ଗୁପ୍ତା ଓ ରାଜ୍ୟ ତଥା ଜିଲା ସ୍ତରରେ ପ୍ରିୟ ରଞ୍ଜନ ଚୌଧୁରୀ ଓ ଅନ୍ୟ ସଦସ୍ୟମାନେ ଏହାକୁ ସଂଞ୍ଚାଳନ କରୁଛନ୍ତି।ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବାକୁ ପ୍ରତି ଗାଁ ରେ ହରିକଥା ଆଲୋଚନା ସହିତ ରଥରେ ଖଞା ଯାଇଥିବା ଏଲଇଡି ଟିଭି ମାଧ୍ୟମରେ ବିଭିନ୍ନ ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ର ଓ ଆଧ୍ୟାତ୍ମିକ ଆଲୋଚନା, ସିରିଏଲ ଇତ୍ୟାଦି ଦେଖିପାରିବେ।ଏହା ଫଳରେ ଯୁବ ବର୍ଗ ବିପଥଗାମୀ ନ ହୋଇ ସୁରକ୍ଷିତ ହେବେ।ଭୁବନେଶ୍ୱରର ନରେଶ ଅଗ୍ରୱାଲ ଏହି ରଥକୁ କନ୍ଧମାଳ ଜିଲ୍ଲାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।ଏକଲ ଅଭିଯାନ ପକ୍ଷରୁ ପୂର୍ଣ୍ଣକାଳୀନ ହରି କଥାକାର ମାନେ ହରିନାମ ଗାନ କରି ଫୁଲବାଣୀ ନଗର ପରିକ୍ରମା କରିଥିଲେ। ମେ ଏକ ତାରିଖ ଠାରୁ ବର୍ଷ ବ୍ୟାପି ଶ୍ରୀହରି ମନ୍ଦିର ରଥ ଜିଲାର ଗାଁ କୁ ଗାଁ ପରିକ୍ରମା କରିବ ବୋଲି ପ୍ରିୟ ରଞନ ଚୌଧୁରୀ ସୂଚନା ଦେଇଛନ୍ତି।