July 1, 2026
Home » ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପକ୍ଷରୁ “ଡାକ୍ତରଙ୍କ ଦିବସ” ପାଳିତ

ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପକ୍ଷରୁ “ଡାକ୍ତରଙ୍କ ଦିବସ” ପାଳିତ

0
oplus_2097154

oplus_2097154

ବ୍ରହ୍ମପୁର , : ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ନିଜସ୍ୱ କାର୍ଯ୍ୟାଳୟ ସ୍ନେହମ ଠାରେ “ଡାକ୍ତରଙ୍କ ଦିବସ” ପାଳନ କରାଯାଇଛି।
କ୍ଳବର ସଭାପତି ଅନୀଲ କୁମାର ଚୌଧୁରୀ ଓ ଶକ୍ତି ବିଭାଗର ସଭାପତି ଇନ୍ଦିରା ଚୌଧୁରୀ ମିଳିତ ଭାବେ ସଭାପତିତ୍ୱ କରିଥିଲେ। ସ୍ଵନାମଧନ୍ୟ ପ୍ରଫେସର ପି.ସୁବର୍ଣା ଦେଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଡାକ୍ତର ଟି. ପ୍ରକାଶ ରାଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସମାଜର ଉନ୍ନତି ପାଇଁ ହେଉଥିବା କାର୍ଯ୍ୟକ୍ରମ ମାସିକ ଜେରିଆଟ୍ରିକ ସ୍ୱାସ୍ଥ୍ୟ ଶିବିର , ସପ୍ତାହରେ ରବିବାର ,ବୁଧବାର ଓ ଶୁକ୍ରବାର ନିଶୁଳ୍କ ଚିକିତ୍ସା କାର୍ଯ୍ୟ କ୍ରମ , ବିଭିନ୍ନ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଓ କିଶୋରୀ ମାନଙ୍କୁ ଜରାୟୁ କର୍କଟ ନିୟନ୍ତ୍ରଣ ପାଇଁ (HPV) ଟୀକା ପ୍ରଦାନ, କୁପୋଷଣ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ରମ ମାନ ହେଉଥିବା ଓ ଏଥିପାଇଁ ବହୁ ଡାକ୍ତର ବନ୍ଧୁମାନେ ସହଯୋଗ କରୁଥିବା ସୂଚନା ଦେଇଥିଲେ।

ଡ.ପି.ସୁବର୍ଣା ଦେଇ ପ୍ରଫେସର ବି.ନଗେଶ୍ୱର ରାଓ ସୁବୁଦ୍ଧି, ଡ.ଜେ ନାରାୟଣ ରାଓ, ଜେ.ଭରଟୁଡୁ,ଜେ. ସୋମେଶ୍ୱର ରାଓ, ଡ.ଜେ. ବାଣୀଶ୍ରୀ, ଡ.କେ.ଶେଷକର ରାଓ, ଡ.ବି.ପ୍ରବୀଣ, ଡ.ଭେଙ୍କଟ କ୍ରୀଷ୍ଣା, ଡ.ଇ.ଜୟନ୍ତୀ ରାଓ, ଡ.ଇ.ନାରାୟଣ ରାଓ, ଡ.କେ.ରୋଶନ କୁମାର, ଡ. ପି.ମୋହନ ରାଓ ସୁବୁଦ୍ଧି, ଡ.ଶିବପ୍ରସଦ ବେହେରା, ଡ.ସରୋଜ କୁମାର ବର୍ମା, ଡ.ସ୍ୱାତୀ ପାତ୍ର,ଡ.ୟୁ .ଏସ.ମୂର୍ତ୍ତି, ଡ.ଡି.ଜେ. ଜେ.ସ୍ୱାମୀ, ଡ.ସୁନୀଲ କୁମାର ପ୍ରଧାନ, ଡ.ଅନିତା ଚୌଧୁରୀ ଙ୍କୁ କ୍ଳବ ପକ୍ଷରୁ ସମ୍ମାନିତ କରାଯାଇଛି। କ୍ଳବକୁ ନିଃଶୁଳ୍କ ଔଷଧ ଯୋଗାଉଥିବା ବିଭିନ୍ନ କମ୍ପାନୀର ପ୍ରତିନିଧି ଏସ.ନଗେଶ୍ୱର ରାଓ, ସୁଭଜିତ ରାଉତ ବାହାଦୂର ଥାପ୍ପା, ସତ୍ୟନାରାୟଣ ବରାଳ,ଇନ୍.ସୁମନ ପାତ୍ର, ଜି.ଅନୀଲ କୁମାର, ଆମର ନାଥ ରଜତ କୁମାର ଜେନାଙ୍କୁ ସମ୍ମାନିତ କରାଯାଇଛି ।
ଏହିକାର୍ଯ୍ୟକ୍ରମକୁ କ୍ଳବର ସମ୍ପାଦକ ପି.କିରଣ କୁମାର , ଆଜିର କାର୍ଯ୍ୟକ୍ରମର ଅଧ୍ୟକ୍ଷ କେ.ପୁରୁଷୋତ୍ତମ କୁମାର ସୁବୁଦ୍ଧି , ଏମ୍.ବିଦ୍ୟାସାଗର, ପ୍ରଶାନ୍ତ କୁମାର ପାତ୍ର ସଂଯୋଜନା କରିଥିଲେ। କ୍ଳବର ସଭ୍ୟ କେ.ନନ୍ଦେଷୁ ସେନାପତି, ଭି.ଭି.ରାଜୁ, ବି .ପ୍ରବୀଣ କୁମାର , ପି .ଶ୍ରୀନିବାସ ରାଓ, ଜମ୍ମୁଲା ସୁରେଶ , ଇ.ଟି.ରାଓ,ବସନ୍ତ କୁମାର ସାହୁ ତଥା ବହୁ ସଭ୍ୟ ସହଯୋଗ କରିଥିଲେ। ଶେଷରେ ଇନ୍ଦିରା ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *