ବଡ଼ବ୍ରାହ୍ମଣୀ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୬
ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟେଙ୍ଗେରା ଉ. ପ୍ରା ବିଦ୍ୟାଳୟ ଠାରେ ସ୍ଥାନୀୟ ପ୍ରଧାନ ଶିକ୍ଷକ କାର୍ତ୍ତିକ ମହାନନ୍ଦଙ୍କ ସଭାପତିତ୍ବରେ ବଡ଼ବ୍ରାହ୍ମଣୀ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୬ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ SDPO ପଦ୍ମପୁର ପାଣ୍ଡବ ଶବର ଉପସ୍ଥିତ ରହି ଫିତା କାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜେପୁର ଥାନାଧିକାରୀ ସୁଶାନ୍ତମଣି ମହାନ୍ତି, ବଡ଼ବ୍ରାହ୍ମଣୀ ଗ୍ରାମପଞ୍ଚାୟତର ସରପଞ୍ଚ ସଞ୍ଜୟ କୁମାର ସିଂ ଗଡତିଆ, ଗଣ୍ଠିଆପାଲି ସମିତି ସଭ୍ୟା ଚନ୍ଦ୍ରମା ସାହୁଙ୍କ ପ୍ରତିନିଧି ମଙ୍ଗୁଳୁ ସାହୁ, ଏସ୍ଏମ୍ସି ଚେୟାରପର୍ସନ ସୁଶାନ୍ତ ସେଠ, ବଡ଼ବ୍ରାହ୍ମଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିସିକେଶନ ତାଣ୍ଡି, ଜଗନ୍ନାଥ ହାଇସ୍କୁଲର ପ୍ରଧାନ ଶିକ୍ଷକ ବୈକୁଣ୍ଠ ପଟେଲ, ଟେଙ୍ଗେରା ଗ୍ରାମର ଗୌନ୍ତିଆ ସଂଜୀବ ସିଂ ରାଏ ଏବଂ ବଡ଼ବ୍ରାହ୍ମଣୀ ଗ୍ରାମପଞ୍ଚାୟତର ବିଜେପି ମଣ୍ଡଳ ସଭାପତି ବୀର ସୁରେନ୍ଦ୍ର ସାହୁ ଉପସ୍ଥିତ ଥିଲେ।


ଆବାହକ ତଥା ବଡ଼ବ୍ରାହ୍ମଣୀ CRCC ଡୋଳାମଣି କୁମ୍ଭାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରୋତ୍ସାହନ ଏବଂ ବିଭିନ୍ନ କଳା ଓ ସାଂସ୍କୃତିକ ଦକ୍ଷତାର ପରିପ୍ରକାଶକୁ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ଶବର ଛାତ୍ରଛାତ୍ରୀ ମାନଙ୍କୁ ନିଜ ଛାତ୍ର ସମୟ ର ସଂଘର୍ଷ ସହିତ ଆତ୍ମଜୀବନୀ ଉପସ୍ଥାପନା ପୂର୍ବକ ଛାତ୍ରଛାତ୍ରୀ ମାନଙ୍କୁ ପରିଶ୍ରମ ବିଷୟରେ କହି ଲକ୍ଷ୍ୟ ଯୁକ୍ତ ଜୀବନ ଗଢିବା ପାଇଁ ପ୍ରେରଣା ଦେଇଥିଲେ I ଏକ ପଦରେ ଶେଷକୁ ପରିଶ୍ରମ ର ଫଳ କେବେ ବେକାର ହୁଏ ନାହିଁ ବୋଲି କହି ବକ୍ତବ୍ୟ ରଖିଥିଲେ I

ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିବା ସହ ଶିକ୍ଷା ସହିତ ସହପାଠ୍ୟକ୍ରମ କାର୍ଯ୍ୟକଳାପର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ନୂତନ ପଦୋନ୍ନତି ପାଇଥିବା ଲେଭେଲ 3ୟ ଓ ଲେଭେଲ 4ର୍ଥ ପ୍ରଧାନ ଶିକ୍ଷକ ଓ ଗ୍ରାଜୁଏଟ ଶିକ୍ଷକ ମାନଙ୍କୁ ସ୍ୱାଗତ କରାଗଲା I କାର୍ଯ୍ୟକ୍ରମକୁ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ପରିଚାଳନା କରିଥିଲେ। ଉଦଯାପନୀ ସଭାରେ ବିଜେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟକୃଷ୍ଣ ଡନସନା ଉପସ୍ଥିତ ରହି ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ବଡ଼ବ୍ରାହ୍ମଣୀ କ୍ଲଷ୍ଟରର ସିଆରସିସି ଶ୍ରୀ କୁମ୍ଭାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,
