July 1, 2025
Home » ବନ୍ଦେ ଭାରତ ଟ୍ରେନ ଉପରେ ପଥର ମାଡ଼ ଦ୍ୱାରା ଭାଙ୍ଗିଲା ଝରକା କାଚ …

ବନ୍ଦେ ଭାରତ ଟ୍ରେନ ଉପରେ ପଥର ମାଡ଼ ଦ୍ୱାରା ଭାଙ୍ଗିଲା ଝରକା କାଚ …

0
WhatsApp Image 2025-05-08 at 5.04.36 PM

ବନ୍ଦେ ଭାରତ ଟ୍ରେନ ଉପରେ ପଥର ମାଡ଼ ଦ୍ୱାରା ଝରକା କାଚ ଭାଙ୍ଗି ଯାଇଥିବା ବେଳେ କେହି ଯାତ୍ରୀ ଆହତ ହୋଇ ନାହାନ୍ତି । ମିଳିଥିବା ସୂଚନା ମୁତାବକ ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ ୦୭/୦୫/୨୫ ତାରିଖରେ ରାୟଗଡ଼ା ଜିଲ୍ଲାର ଲାଡା ଷ୍ଟେସନ ପାର ହେବା ସମୟରେ କେହି ଜଣେ ଟ୍ରେନକୁ ପଥର ଫୋପାଡିବା ଯୋଗୁଁ ଟ୍ରେନର ୧୭୨୯ ଓ ୧୭୩୧ ନମ୍ବର କୋଚର ଝରକା କାଚରେ ଫାଟ ହୋଇଥିବା ଜଣାପଡ଼ିବ ପରେ ବନ୍ଦେ ଭାରତ କର୍ମଚାରୀ ଆରପିଏଫଙ୍କୁ ଜଣାଇଥିଲେ। ଆରପିଏଫ ସୂଚନା ଦେଇଛନ୍ତି ଯେ ତଦନ୍ତ ପରେ ସବୁ ଜଣାପଡ଼ିବ । ଅପରପକ୍ଷରେ ଏନେଇ ଷ୍ଟେସନ ମ୍ୟାନେଜେର ପ୍ରକାଶ କରିଛନ୍ତି ଯେ ରେଳବାଇ କର୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନାହିଁ ଏବଂ ବନ୍ଦେ ଭାରତ ଟ୍ରେନର କର୍ମଚାରୀ ଅଭିଯୋଗ ପରେ  ତଦନ୍ତ ହେବ ବୋଲି କହିଥିଲେ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *