February 23, 2026
Home » ବରଗଡ଼ରେ ୫୦ ମିଟର ଇଣ୍ଡୋର୍ ସନ୍ତରଣାଗରର ଭିତ୍ତିପ୍ରସ୍ତର ସ୍ଥାପନ

ବରଗଡ଼ରେ ୫୦ ମିଟର ଇଣ୍ଡୋର୍ ସନ୍ତରଣାଗରର ଭିତ୍ତିପ୍ରସ୍ତର ସ୍ଥାପନ

0
WhatsApp Image 2025-12-28 at 3.15.45 PM

ବରଗଡ଼:ବରଗଡ଼ ଜିଲ୍ଲାର କ୍ରୀଡା ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସ୍ଥାନୀୟ ତୋରା ସ୍ଥିତ ଲା ଫ୍ଲୋରା ରେସୋର୍ଟ ପରିସରରେ ୫୦ ମିଟର ଲମ୍ବର ଏକ ଆଧୁନିକ ଇଣ୍ଡୋର୍ ସନ୍ତରଣାଗର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମାନ୍ୟବର କ୍ରୀଡା ଓ ଯୁବସେବା, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ତାଙ୍କ କରକମଳରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ୍, ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଓ ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ ଗଡତିଆ ପ୍ରମୁଖ ଉପସ୍ଥିତ ରହିଥିଲେ।ତୋରା, ବରଗଡ଼ରେ ନିର୍ମିତ ହେବାକୁ ଯାଉଥିବା ୫୦ ମିଟର ଇଣ୍ଡୋର୍ ସନ୍ତରଣାଗର ପ୍ରକଳ୍ପର ପ୍ରାୟ ୨୩ କୋଟି ଟଙ୍କା ଅନୁମୋଦିତ ହୋଇଛି।

ଏହି ପ୍ରକଳ୍ପରେ ଆଧୁନିକ ମାନକର ଏକ ୫୦ ମିଟର ସନ୍ତରଣାଗର ସହ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ୍ ଚେଞ୍ଜିଂ ରୁମ୍ ଓ ଶୌଚାଳୟ ଭବନ, କାର୍ଯ୍ୟାଳୟ କକ୍ଷ, ବହୁଦ୍ଦେଶୀୟ କକ୍ଷ ଏବଂ ବାହ୍ୟ ଉନ୍ନୟନ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ବାହ୍ୟ ଉନ୍ନୟନରେ ଲ୍ୟାଣ୍ଡସ୍କେପିଂ, ଡ୍ରେନେଜ୍ ପ୍ରଣାଳୀ ଓ ପାର୍କିଂ ସୁବିଧା ନିର୍ମାଣ କରାଯିବ।ଏହି ସନ୍ତରଣାଗର ନିର୍ମାଣ ଦ୍ୱାରା ବରଗଡ଼ ଜିଲ୍ଲାର କ୍ରୀଡାବିଦ୍‌ମାନେ ଆଧୁନିକ ଓ ଆନ୍ତର୍ଜାତୀୟ ମାନକର ଅଭ୍ୟାସ ସୁବିଧା ପାଇବେ ଏବଂ ରାଜ୍ୟ ସହ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ସୁସଜ୍ଜିତ ହୋଇପାରିବେ।ତୋରା, ବରଗଡ଼ରେ ନିର୍ମିତ ହେବାକୁ ଯାଉଥିବା ଏକ ସ୍ପୋର୍ଟସ୍ କମ୍ପ୍ଲେକ୍ସ ବିଷୟରେ ମଧ୍ୟ ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ।

ଏହି ପ୍ରକଳ୍ପ ପାଇଁ ପ୍ରାୟ ୫୮ କୋଟି ଟଙ୍କା ବ୍ୟୟ କରିବା ପାଇଁ ଧାର୍ଯ୍ୟ କରାଯାଇଛି। ଏହି ବହୁମୁଖୀ କ୍ରୀଡା ସଂକୁଳରେ ଆଧୁନିକ ସୁବିଧାସହିତ କ୍ରିକେଟ୍, ଫୁଟବଲ୍ ମଇଦାନ ସହ ଫ୍ୟାସିଲିଟି ବିଲ୍ଡିଂ, ୮ ଲେନ୍ ବିଶିଷ୍ଟ ସିନ୍ଥେଟିକ୍ ଆଥ୍ଲେଟିକ୍ ଟ୍ରାକ୍, କ୍ରିକେଟ୍ ନେଟ୍ ପ୍ରାକ୍ଟିସ୍ ପିଚ୍, ବାସକେଟବଲ୍, ଭଲିବଲ୍, ଖୋ-ଖୋ, କବଡ଼ି ଓ ଦୁଇଟି ଟେନିସ୍ କୋର୍ଟ ସହ ବାହ୍ୟ ଉନ୍ନୟନ କାର୍ଯ୍ୟ ନିର୍ମାଣ କରାଯିବ। ଏହି ସ୍ପୋର୍ଟସ୍ କମ୍ପ୍ଲେକ୍ସ ବରଗଡ଼କୁ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ କ୍ରୀଡା କେନ୍ଦ୍ର ଭାବେ ଉଦ୍‌ଭାସିତ କରିବ ବୋଲି ଆଶା କରାଯାଉଛି।

ଏହି ଅବସରରେ ବରଗଡ଼ର ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ମାନନୀୟ ମନ୍ତ୍ରୀ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ପ୍ରକଳ୍ପ ଅନ୍ତର୍ଗତ ଷ୍ଟାଡିୟମ୍‌ରେ ସ୍ପୋର୍ଟସ୍ ହାଇମାଷ୍ଟ LED ଲାଇଟ୍ ସ୍ଥାପନ କରାଯିବା ସହ ଖେଳ ମାଇଦାନର ଉନ୍ନୟନ ଓ ବାହ୍ୟ ଡ୍ରେନେଜ୍ ପ୍ରଣାଳୀକୁ ସୁଦୃଢ଼ କରାଯିବ।ମାନ୍ୟବର କ୍ରୀଡା ମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ, ଏହି ଦୁଇଟି ପ୍ରକଳ୍ପ ବରଗଡ଼ ଜିଲ୍ଲାର କ୍ରୀଡା ବିକାଶକୁ ନୂଆ ଦିଗ ଦେବ ଏବଂ ଯୁବପିଢ଼ିଙ୍କୁ କ୍ରୀଡା ପ୍ରତି ଆକର୍ଷିତ କରି ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।ଉପସ୍ଥିତ ସମ୍ମାନନୀୟ ଅତିଥି ମାନେ ଏହି କ୍ରୀଡାମୁଖୀ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ ସ୍ୱାଗତ ଜଣାଇ ବରଗଡ଼ ଜିଲ୍ଲା ପାଇଁ ଏହାକୁ ଏକ ମାଇଲ୍‌ସ୍ଟୋନ୍ ବୋଲି ଅଭିହିତ କରିଥିଲେ।

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।