ବରିଷ୍ଠ ନାଗରିକ ସଂଘ ର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର –ସୋନପୁର ପଟ୍ଟାଭାଡ଼ି ସ୍ଥିତ ଫରେଷ୍ଟ ନର୍ସରୀ ର ସବୁଜ ପରିସର ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ଉତ୍ସବ ସଭାପତି ଡ଼. ଜ୍ୟୋତି ରଞ୍ଜନ ବହିଦାର ଙ୍କର ଅଧକ୍ଷତାରେ ପାଳିତ ହୋଇଯାଇଛି । ଉପଦେଷ୍ଟା ଶିକ୍ଷାବିତ୍ ବ୍ରଜମୋହନ ଦାନୀ, ଆଇନଜୀବୀ ବ୍ୟୋମକେଶ ଦାଶ, ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଆଲୋଚ଼ନା ରେ ଅଂଶ ଗ୍ରହଣ କରି ବାର୍ଷିକ ଉତ୍ସବର ବୈଶିଷ୍ଟ୍ୟତା ଆବଶ୍ୟକତା, ଉପଲବ୍ଧି ତଥା ଅଭିଜ୍ଞତା ନେଇ ଗଠନମୂଳକ ତଥା ମହତ୍ତ୍ୱପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ସମସ୍ତ ବରିଷ୍ଠ ନାଗରିକ ନିଜର ହକ୍ ପାଇଁ ଏକ ଜୁଟ୍ ହୋଇ ଲଢ଼େଇ କରିବା ସହିତ ନୂତନ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ସମସ୍ତଙ୍କର ସାହାଯ୍ୟ,ସହଯୋଗ କାମନା କରାଯାଇଥିଲା । ଶିକ୍ଷାବିତ୍ ପ୍ରଦୀପ ପୁରୋହିତ୍ ସଭା ସଂଯୋଜନା କରିଥିବା ବେଳେ ସ୍ୱାଗତ ସଂଗୀତରେ ସୁବର୍ଣ୍ଣପୁର ବନ୍ଦନା ଗାନ କରିଥିଲେ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ ଏବଂ ଧନ୍ୟବାଦ ଦେଇଥିଲେ ଶିକ୍ଷାବିତ୍ ଦେବ କିଶୋର ଦାନୀ । ଦ୍ୱିତୀୟ ଅଧିବେଶନ ସାଂସ୍କୃତିକ କାର୍ଯ୍ୟକ୍ରମ ଡ଼. ସନ୍ତୋଷ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ କବି ଆର୍ତ୍ତତ୍ରାଣ ବାବୁ ଓ କବି ଶ୍ରୀଧର ବାଗ । ଏହି ବାର୍ଷିକ ବନ ଉତ୍ସବରେ ସଂଘ ର ସର୍ବାଧିକ ସଭ୍ୟ ଯୋଗଦାନ ପୂର୍ବକ ସାମୁହିକ ଭୋଜନରେ ଅଂଶଗ୍ରହଣ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ
