November 11, 2026
Home » ବରିଷ୍ଠ ସାମ୍ବାଦିକ ଆହତ

ବରିଷ୍ଠ ସାମ୍ବାଦିକ ଆହତ

0
WhatsApp Image 2026-11-11 at 2.31.18 PM

ଭୁବନେଶ୍ୱର: ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗୋପାଳ ମହାପାତ୍ର ଗାଡି ଧକ୍କାରେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ହିନ୍ଦୁସ୍ଥାନ ସମାଚାର, ନକ୍ଷତ୍ର ଟିଭି, ଦୈନିକ ପ୍ରଜାତନ୍ତ୍ରର ପୂର୍ବତନ ବାର୍ତ୍ତା ସମ୍ପାଦକ ଓ ବର୍ତ୍ତମାନର ସ୍ତମ୍ବକାର ଭାବେ ଜଣାଶୁଣା। ଶ୍ରୀ ମହାପାତ୍ର ବୃତ୍ତିିଗତ କାର୍ଯ୍ୟରେ ଓଲ୍‌ଟାଉନ୍‌ରୁ ବାହାରି ରବିଟକିଜ୍ ଛକ ନିକଟରେ ନିଜର ସ୍କୁଟି ସହ ଅଟକି ଥିବାବେଳେ ହଠାତ୍ ଏକ ଦ୍ରୁତଗାମି ଅଟୋ ତାଙ୍କୁ ପିଟିଥିଲା। ଫଳରେ ତାଙ୍କର ହାତର ହାଡ ଭାଙ୍ଗି ବାହାରକୁ ବାହାରିଆସିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଆବଶ୍ୟକୀୟ ଚିକିତ୍ସାଧିନ ଅଛନ୍ତି। ଦୁର୍ଘଟଣା ଘଟାଇଥିବା ଅଟୋଟିକୁ ସ୍ଥାନୀୟ ଲୋକେ ଅଟକାଇବା ସହ ଡ୍ରାଇଭରକୁ ଆକ୍ରମଣ କରିବାକୁ ଉଦ୍ୟମ ହେବା ମାତ୍ରେ ମାନବିକତା ଦୃଷ୍ଟିକୋଣରୁ ଯଦିଓ ଶ୍ରୀ ମହାପାତ୍ର ଗୁରୁତର ଆହତ ହୋଇଥିଲେ ତଥାପି ତାଙ୍କୁ ଛାଡିଦେବାକୁ ଲୋକଙ୍କୁ କହିଥିଲେ। ଏଭଳି ଦୟାପରାୟଣତାକୁ ଲୋକେ ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *