April 9, 2026
Home » ବାଉଁଶୁଣୀ ଠାରେ ନୂତନ ରେଳ ଷ୍ଟେସନ ସ୍ଥାପନ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ସାଂସଦ ଙ୍କ ଚିଠି l

ବାଉଁଶୁଣୀ ଠାରେ ନୂତନ ରେଳ ଷ୍ଟେସନ ସ୍ଥାପନ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ସାଂସଦ ଙ୍କ ଚିଠି l

0
WhatsApp Image 2026-04-08 at 1.04.12 PM

 

ସୁବର୍ଣ୍ଣପୁର —-ଖୋର୍ଦ୍ଧା–ବଲାଙ୍ଗୀର ରେଳପଥ ଅଧୀନ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଅଞ୍ଚଳରେ ଏକ ନୂତନ ରେଳ ଷ୍ଟେସନ୍ ସ୍ଥାପନ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଚିଠି ଲେଖିଛନ୍ତି । ଏହି ପ୍ରସ୍ତାବିତ ରେଳ ଷ୍ଟେସନ୍ ନିର୍ମାଣ ହେଲେ ସୁବର୍ଣ୍ଣପୁର ଜିଲ୍ଲା ର ବୀରମହାରାଜପୁର ଓ ପାଶ୍ୱବର୍ତ୍ତୀ ଅଞ୍ଚଳର ଲୋକମାନେ ବହୁ ଲାଭାନ୍ବିତ ହେବେ। ବର୍ତ୍ତମାନ ବୀରମହାରାଜପୁରରୁ ସୋନପୁର ରେଳୱେ ଷ୍ଟେସନ୍ ପର୍ଯ୍ୟନ୍ତ ଦୂରତା ପ୍ରାୟ 23 କିଲୋମିଟର ଥିବାବେଳେ ରେଢ଼ାଖୋଲ ରେଳୱେ ଷ୍ଟେସନ୍ ପର୍ଯ୍ୟନ୍ତ ଏହି ଦୂରତା ପ୍ରାୟ 52 କିଲୋମିଟର ହେବ l ସେହିଭଳି ବୀରମହାରାଜପୁରରୁ ଦେଉଳୀ ଦେଇ (ନିର୍ମାଣଧୀନ ସେତୁ ରାସ୍ତା) ବାଉଁଶୁଣୀକୁ ଗଲେ ଦୂରତା ମାତ୍ର 5 କିଲୋମିଟର ରାସ୍ତା ହେବ l ଅନ୍ୟପଟେ ରେଢ଼ାଖୋଲକୁ ଯିବା ପଥ ଜଙ୍ଗଲ ମାଧ୍ୟମରେ ଥିବାରୁ ବିଶେଷକରି ରାତ୍ରି ସମୟରେ ଯାତ୍ରୀମାନଙ୍କ ପାଇଁ ଏହା ଅସୁରକ୍ଷିତ ଓ ଅସୁବିଧାଜନକ ହୋଇପଡ଼େ। ଏହି ପରିସ୍ଥିତିରେ ବାଉଁଶୁଣୀରେ ଏକ ନୂତନ ରେଳ ଷ୍ଟେସନ୍ ସ୍ଥାପନ ହେଲେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଆବଶ୍ୟକତାକୁ ପୂରଣ କରିବା ସହିତ ଯାତାୟାତକୁ ସୁବିଧାଜନକ ସୁରକ୍ଷିତ ଓ ସୁଗମ କରିବାରେ ସହାୟକ ହେବ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *