November 1, 2026
Home » ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ବିପର୍ଯ୍ୟୟ: ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି”

ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ବିପର୍ଯ୍ୟୟ: ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି”

0
WhatsApp Image 2026-11-01 at 4.18.17 PM

 

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ସ୍ଥିତି ଓ ଜାରି ରହିଥିବା ରିଲିଫ୍-ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ୱେଶାଲ ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଜନଜୀବନ ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ସେ ପ୍ରକାଶ କରିଛନ୍ତି। ବାତ୍ୟା ଓ ବନ୍ୟା ପ୍ରଭାବରେ ମୁଖ୍ୟତଃ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ମୋଟ ୧,୧୮,୭୩୦ ଜଣ ଜନସଂଖ୍ୟା ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। •କନ୍ଧମାଳ ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରଶାସନ ତତ୍ପରତା ପ୍ରକାଶ କରି ୭୫,୮୫୫ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିଛି। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ୩୯୬ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି। ଏହାସହ ୮୦୭ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ବେଳେ ୩୯୯ ଜଣ ସନ୍ତାନ ପ୍ରସବ କରିଛନ୍ତି। ୭୫,୩୮୮ ହେକ୍ଟର ଚାଷଜମି ପ୍ରଭାବିତ ହେବା ସହ ୧,୬୭୨ଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ଦକ୍ଷିଣ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି। ମୋଟ ୬,୪୦୦ରୁ ଅଧିକ କର୍ମଚାରୀଙ୍କୁ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ବୌଦ୍ଧ, ମାଲକାନଗିରି, ରାୟଗଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ସହରରେ ୧୦୦% ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇସାରିଛି। ସମଗ୍ର ଭାବେ ଦକ୍ଷିଣ ଓଡ଼ିଶାରେ ୯୬%ରୁ ଅଧିକ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହୋଇଛି |ସହରର ଦୈନିକ ଚାହିଦା ୯୦ MLD ଥିବା ବେଳେ ବର୍ତ୍ତମାନ ୭୦ MLD ଜଳ ଯୋଗାଣ କରାଯାଉଛି ଏବଂ ଅତିରିକ୍ତ ଜଳ ଯୋଗାଣ ପାଇଁ ୨୦ଟି ୱାଟର ଟ୍ୟାଙ୍କର ନିୟୋଜିତ ଅଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ୨,୫୭୫ଟି ନଳକୂପ ଏବଂ ୧୬୨ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ ବିଶୋଧନ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି। ଏହାଛଡ଼ା ଲକ୍ଷାଧିକ ପାନୀୟ ଜଳ ବୋତଲ ଓ ପାଉଚ୍ ବଣ୍ଟନ କରାଯାଇଛି। ପାନୀୟ ଜଳ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଜାନିବାଲିରେ ଯୁଦ୍ଧକାଳୀନ ଭିତ୍ତିରେ ବାଲି ବନ୍ଧ ନିର୍ମାଣ କରାଯାଉଛି, ଯେଉଁଥିରେ ୧୨୦ ଜଣ ଶ୍ରମିକ ଓ ୩ଟି ପୋକ୍ଲେନ୍ ମେସିନ୍ ନିୟୋଜିତ ଅଛନ୍ତି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ନଭେମ୍ବର ୩ ତାରିଖ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ଏବଂ ଏହି ବାତ୍ୟା ଓ ବର୍ଷା ପରିସ୍ଥିତିକୁ ମୁକବିଲା କରିବା ପାଇଁ ସରକାରୀ ସ୍ତରରେ ନିଆଯାଇଥିବା ସକରାତ୍ମକ ଏବଂ ଜରୁରୀ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ଆଲର୍ଟ ଜାରି କରାଯାଇଛି ଏବଂ ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକ ଉପରେ କ୍ରମାଗତ ନଜର ରଖାଯାଉଛି। ତଳୁଆ ଅଞ୍ଚଳ ଏବଂ ବିପଦପୂର୍ଣ୍ଣ ଉପକୂଳବର୍ତ୍ତୀ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିପର୍ଯ୍ୟୟ ମୁକବିଲା ବାହିନୀକୁ ପ୍ରସ୍ତୁତ ରଖାଯିବା ସହିତ ରିଲିଫ୍ କ୍ୟାମ୍ପ୍, ପାନୀୟ ଜଳ ଏବଂ ଜରୁରୀ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଉଛି। ସମୁଦ୍ର ଅଧିକ ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *