July 1, 2025
Home » ବାର୍ଦ୍ଧକ୍ୟ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବାର୍ଦ୍ଧକ୍ୟ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0
WhatsApp Image 2025-05-24 at 1.45.50 PM (1)

ଛତ୍ରପୁର: ଓଡ଼ିଶା ସରକାର ସ୍ବାସ୍ଥ୍ୟ ବିଭାଗ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଧେଶ କ୍ରମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ୱାର୍ଡ ୯ ନୂଆସାହି ସ୍ଥିତ ମିଶନ ଶକ୍ତି ଗୃହ ପରିସରରେ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା। ଜୀବନକାଳ ମଧ୍ୟରେ ବାର୍ଦ୍ଧକ୍ୟ ଅବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା। ଏହି ସମୟରେ ଶାରୀରିକ ଅକ୍ଷମତା, ଦୁର୍ବଳତା,ମାନସିକ ଅସ୍ଥିରତା ଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ।

ଫଳରେ ବୃଦ୍ଧ ଲୋକଙ୍କ ଜୀବନ ଟିକେ କଷ୍ଟମୟ ହୁଏ ଏବଂ ଏହି ସମୟରେ ସ୍ବାସ୍ଥ୍ୟ କେନ୍ଦ୍ର ଯାଇ ଚିକିତ୍ସା ପାଇବା ମଧ୍ୟ ସହଜ ସାଧ୍ୟ ହୋଇପରେନା।ତେଣୁ ବାର୍ଦ୍ଧକ୍ୟ ଲୋକଙ୍କ ସ୍ବାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ମାସ ଚତୁର୍ଥ ଶନିବାର ଦିନ ପ୍ରତ୍ୟେକ ବସ୍ତିରେ ଶିବିର ଆୟୋଜନ କରାଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଯୋଜନା କରାଯାଇଛି। ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଉପଖଣ୍ଡ ଚିକିତ୍ସାଳୟ କନିଷ୍ଠ ପରିଚାଳକ ଶ୍ରୀ ଗଣେଶ ନାହାକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିର ରେ ୧୨ଜଣ ପୁରୁଷ ଓ ୨୮ଜଣ ମହିଳାଙ୍କ ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା ସହ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରାଯିବା ସାଙ୍ଗକୁ ମାନସିକ ଚାପ ରୁ ଦୂରେଇ ରହିବା ପାଇଁ ସୁଷମ ଖାଦ୍ୟ ଓ ଜୀବନ ଶୈଳୀ ସମ୍ପର୍କରେ ପରାମର୍ଶ ପ୍ରଦାନ କରାଯାଇଛି।


ଅଣ ସଂକ୍ରାମକ ରୋଗ ସ୍ବାସ୍ଥ୍ୟ ପରାମର୍ଶ ଦାତା ଶ୍ରୀ ଡି ଦେବହରି ରେଡ଼ିଙ୍କ ସଂଯୋଜନାରେ ଆୟୋଜିତ ସ୍ବାସ୍ଥ୍ୟ ଶିବିରରେ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡା ଇନ୍ଦ୍ରଜିତ ପାଢ଼ୀ, ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଫାର୍ମାସୀ ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ବେହେରା, ନର୍ସିଂ ଅଧିକାରିଣୀ ସୁଶ୍ରୀ ମନୀଷା ମଲ୍ଲିକ, ମହିଳା ସ୍ବାସ୍ଥ୍ୟ କର୍ମୀ ଟି ପ୍ରିୟମ୍ବଦା ରାଓ ପ୍ରମୁଖ ଲୋକଙ୍କୁ ସେବା ପ୍ରଦାନ କରିଥିଲେ। ପି ତାକେଶ୍ୱର୍ ରାଓ, ଡି ଧର୍ମା ରେଡ଼ି, ସହଦେବ ସାହୁ, ଦୁଃଖିଷ୍ୟାମ ମହାରଣା, ଆଶା କର୍ମୀ ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ, ଅଙ୍ଗନୱାଡ଼ି କର୍ମୀ ଦିପ୍ତିମୟୀ ପଟ୍ଟନାୟକ, ସହାୟିକା ସୁଜ୍ଞାନି ତ୍ରିପାଠୀ ପ୍ରମୁଖ ପରିଚାଳନା ଓ ଏଡିଇଓ ଶ୍ରୀମତୀ ପି ଲକ୍ଷ୍ମୀ ବାଇ ଓ ୟୁଡ଼ିମ୍ ଶ୍ରୀ ଗତିକୃଷ୍ନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *