ବାଲିଗୁଡା ବସ ଷ୍ଟାଣ୍ଡ ରେ ବାଘ ଛାଲ ସହ ଜଣେ ଗିରଫ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଗ୍ରାମର ଉତ୍ତମ ମାଝୀ ନାମକ ଯୁବକ ବାଘ ଛାଲ ଧରି ବିକିବା ଉଦେଶ୍ୟରେ ଯାଉଥିବା ବେଳେ ବାଲିଗୁଡା ବଷ୍ଟ ଷ୍ଟାଣ୍ଡରେ ଜଙ୍ଗଲ ବିଭାଗ ରେଞ୍ଜର ଓ ଫୋରେଷ୍ଟର ଦ୍ୱାରା ଧରା ପଡିଛି! ଏକ ବେଗରେ ଦୁଇଟି କଲରା ପତରିଆ ବାଘ ଛାଲ ରଖିଥିଲା ଉତ୍ତମ ମାଝୀ! ରେଞ୍ଜର ବି. ସୁବାଷ ଏସିଏଫ ଅରୁଣ କୁମାର ସାହୁ.ସଦଳ ବଳେ ଉତ୍ତମକୁ ଗିରଫ କରିଥିଲେ! ଉତ୍ତମ ମାଝୀ ରତଙ୍ଗର ଜୀବର୍ଧନ ମାଝୀ ର ପୁଅ ବୋଲି ଡ଼ିଏଫୋ ଓ ଘନଶ୍ୟାମ ମହନ୍ତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି!

ବାଲିଗୁଡା ଏସିଏଫ ଅରୁଣ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା!ଟିମରେ ରେଞ୍ଜର ଡ଼ି. ସୁଭାଷ, ରମାକାନ୍ତ କଂହର, ଫରେଷ୍ଟର ପ୍ରଭାତ କୁମାର ଦୋରା ଓ କୋଟଗଡ଼, ତୁମୁଡିବନ୍ଧ ଓ ବ୍ରାହ୍ମଣି ଗାଁ ରେଞ୍ଜର ସାମିଲ ହୋଇଥିଲେ ଉତ୍ତମ ବାଘ ଶୀକାର କରିନାହିଁ! କିନ୍ତୁ ବାଘ ଶିକାରୀ ଠାରୁ ବାଘ ଛାଲ କିଣିଛି ବୋଲି ତଦନ୍ତ କାରି ଏସିଏଫ ଙ୍କ ଠାରେ ପ୍ରକାଶ କରିଛି! ପାଞ୍ଚ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ଡିଲ ହୋଇଥିଲା! ବନ୍ୟଜନ୍ତୁ ସରଂକ୍ଷଣ ଆଇନ ୧୯୭୨ ଧାରା ୩୯(ବି ), ୪୮(ଏ ) ଓ ୪୯( ବି ) ଅନୁଯାୟୀ ଉତ୍ତମ ମାଝୀ ଙ୍କ ନାମରେ ରେ ମକ୍କଦମା ରୁଜୁ ହୋଇଛି!
