May 27, 2026
Home » ବାଲିଯାତ୍ରା କଟକ ଉତ୍ସବ ପ୍ରସ୍ତୁତି ପୂର୍ବକ ଜିଲ୍ଲାପାଳଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଉଭୟ ବାଲିଯାତ୍ରା ପଡ଼ିଆ ପରିଦର୍ଶନ।

ବାଲିଯାତ୍ରା କଟକ ଉତ୍ସବ ପ୍ରସ୍ତୁତି ପୂର୍ବକ ଜିଲ୍ଲାପାଳଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଉଭୟ ବାଲିଯାତ୍ରା ପଡ଼ିଆ ପରିଦର୍ଶନ।

0
WhatsApp Image 2024-11-09 at 9.34.43 PM

କଟକ, ତା ୯-୧୧-୨ ୪ରିଖ, ଆଜି ସକାଳ ୧୦ଟା ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବଶିଷ୍ଠ ଅଧିକାରୀମାନଙ୍କ ସହ ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ପରିଦର୍ଶନ କରିଥିଲେ। ଚଳିତ ବର୍ଷ ବାଲିଯାତ୍ରା କଟକ ଉତ୍ସବର ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚିଥିବା ବେଳେ,ଜିଲ୍ଲା ପ୍ରଶାସନ ଉଭୟ ପୋଲିସ ଓ ମହାନଗର ନିଗମ ସହ ସମନ୍ୱୟ ରକ୍ଷା ପୂର୍ବକ ସମସ୍ତ ନିୟମାବଳୀ ଅବଲୋମ୍ବନ କରି ଶୃଙ୍ଖଳାର ସହ ଏହି ଉତ୍ସବ ୮ଦିନ ଧରି ଅୟୋଜନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ପୂର୍ବକ ସମସ୍ତ କାର୍ଯ୍ଯ ୧୩ତାରିଖ ସୁଦ୍ଧା ଶେଷ କରାଯିବା ନେ଼ଇ ସେ ଗୁରୁତ୍ଵାରୋପ କରିଥିଲେ। ବାଲିଯାତ୍ରା କଟକ ବାସୀଙ୍କର ଭାବାବେଗ ସହ, ବ୍ୟବସାୟ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ବର୍ଷ ନିମନ୍ତେ ଆର୍ଥିକ ଆୟ ତଥା ପାରମ୍ପାରିକ ସ୍ୱାଭିମାନ ବଜାୟ ରଖିବା ନିମନ୍ତେ ପ୍ରଶାସନିକ ସ୍ତରରେ ସମସ୍ତ ନିୟମ ଅନୁପାଳନ କରି ପଦକ୍ଷେପ ଗ୍ରହଣ କରାଯିବ। ଟ୍ରାଫିକ କଟକଣା ସହ ଭିଡ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ସ୍ୱରୂପ ଉପର ଓ ତଳ ବାଲିଯାତ୍ରା ପଡିଆ ମଧ୍ୟରେ ସଂଯୋଗ ନିମନ୍ତେ ଆଉ ଦୁଇଟି ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ସମ୍ପୃକ୍ତ ଅଧିକାରୀ ଓ ଯନ୍ତ୍ରୀ ସହ ଆଲୋଚନା ପରେ ଦୁଇଟି ଜାଗା ଚିହ୍ନଟ କରି ପୂର୍ତ୍ତ ବିଭାଗକୁ ରାସ୍ତା ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରକାଶ ଥାଉକି ବାଲିଯାତ୍ରା ସମୟରେ ରାସ୍ତା କଡ ଫୁଟପାଥମାନଙ୍କରେ ଉଠାଦୋକାନୀ ମାନଙ୍କ ବ୍ୟବସାୟ ନିମନ୍ତେ ଜିଲ୍ଲାପାଳଙ୍କ ନିଷେଧାଦେଶ ରହିଛି। କିନ୍ତୁ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କୁ ବ୍ୟବସାୟ ଉପଯୋଗୀ ନିର୍ଦ୍ଦିଷ୍ଟ ସ୍ଥାନ ପ୍ରଦାନ କରାଯିବ। ଏଥି ନିମନ୍ତେ ଉପଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ବାଲିଯାତ୍ରା ସମୟରେ ବିଶେଷକରି ଗାଡି ଚଳାଚଳ ଏବଂ ଚଲାପଥକୁ ଅବରୋଧମୁକ୍ତ କରିବା, ଶୃଙ୍ଖଳିତ ଆଇନ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସହ ସଫେଇ ଆଦି ନିମନ୍ତେ ଜିଲ୍ଲା ପ୍ରଶାସନ,ପୋଲିସ୍ ପ୍ରଶାସନ ଏବଂ ମହାନଗର ନିଗମର ଅଧିକାରୀ ଓ ଯନ୍ତ୍ରୀ ମାନେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଉଭୟ ପଡିଆର ସମସ୍ତ ଜାଗା,ବୋଟ କ୍ଲବ, ସବୁଜ କରିଡ଼ର ଅଞ୍ଚଳ ଆଦି ପରିଦର୍ଶନ କରି ଜିଲ୍ଲାପାଳ କହିଥିଲେ। ଏଥି ସହ ଆବଶ୍ୟକ ଜରୁରୀ ସେବା ଓ ରୋଗୀସେବା ନିମନ୍ତେ ଆମ୍ବୁଲାନ୍ସ ବ୍ୟବହାର ପାଇଁ ସବୁଜ କରିଡ଼ର ପାର୍ଶ୍ଵ ଦେଇ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବା ନେଇ ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ।

ଆରକ୍ଷୀ ଉପାଆୟୁକ୍ତ,କଟକ ଶ୍ରୀ ଜଗମୋହନ ମୀନା, ଆୟୁକ୍ତ,କଟକ ମହାନଗର ନିଗମ,ଶ୍ରୀ ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋପୋ, ଡଃ ଦିବ୍ୟଲୋଚନ ମୋହାନ୍ତ, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ରାୟଙ୍କ ସମେତ ସଦର ଓ ବାଙ୍କୀ ଉପଜିଲ୍ଲାପାଳ, ଟି ପି ସି ଓ ଡି ଏଲ , ୱାଟକୋ,ପୂର୍ତ୍ତ, ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଯନ୍ତ୍ରୀ ତଥା ସମ୍ପୃକ୍ତ ମହାନଗର ନିଗମ, ପୋଲିସ ,ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

cuttack ru lalita das nka report epa news

ଆଗାମୀ ରଥଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏ ନେଇ ଏକ ସମୀକ୍ଷା ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୮ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ଏଥି ସହିତ ୧୦ ଶଯ୍ୟା ବିଶିଷ୍ଟ ୮ ଟି ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ। ଏଥିରେ ଅତିରିକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ବଡଦାଣ୍ଡ ସମେତ ପୁରୀ ସହର ର ପ୍ରମୁଖ ସ୍ଥାନ ଗୁଡିକରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ।୫୦ ରୁ ଅଧିକ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ ଙ୍କ ସହାୟତା ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ତଦାରଖ କରିବେ। ଆଇ ସି ୟୁ, ଟ୍ରମା କେୟାର କେନ୍ଦ୍ର ପ୍ରସ୍ତୁତ କରି ରଖାଯିବ। ପୁରୀ ରେ ଥିବା ସବୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରସ୍ତୁତ ରଖାଯିବ। ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ। ଗୁରୁତର ରୋଗୀ ଙ୍କୁ କଟକ, ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଆମ୍ବୁଲାନ୍ସ ଗୁଡ଼ିକ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ରଥଯାତ୍ରା ସମୟରେ ଲୋକ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୨ ଶହ ଡାକ୍ତର ଙ୍କୁ ନିୟୋଜିତ କରାଯିବ। ଅପମିଶ୍ରିତ ଓ ବାସୀ ଖାଦ୍ୟ ବିକ୍ରି ବନ୍ଦ ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଯାଞ୍ଜ କରିବେ। ରଥଯାତ୍ରା ସ୍ୱାସ୍ଥ୍ୟ ସେବାକୁ ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ବୈଠକ ରେ ପୁରୀ ମହାନଗର ନିଗମ ର କମିଶନର, ଅତିରିକ୍ତ ଜିଲ୍ଲାପାଳ, ଏସପି, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ରଥଯାତ୍ରା ର ଭକ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଦେବାଶିଶ ମିଶ୍ର କୁହନ୍ତି, ରଥଯାତ୍ରା ଭିଡ଼ରେ ବଡ ଆମ୍ବୁଲାନ୍ସ ଯାତାୟାତ ରେ ବହୁତ୍ ସମସ୍ୟା ସୃଷ୍ଟି କରୁଛି। ଏଣୁ ଆମେ ଜିଲାପାଳ ଙ୍କୁ ପ୍ରସ୍ତାବ ଦେଲୁ କିଛି ଛୋଟ ଆମ୍ବୁଲାନ୍ସ ନିୟୋଜିତ କରାଯାଉ। ଏହା ଦ୍ଵାରା ଆମ୍ବୁଲାନ୍ସ ଯାତାୟାତ ରେ ସୁବିଧା ହେବା ସହ ଲୋକ ମାନେ ତ୍ୱରିତ ଚିକିତ୍ସା ସେବା ପାଇପାରିବେ। ଆଉ ଏକ ପ୍ରସ୍ତାବ ରହିଚି ବଡ ଦାଣ୍ଡ ରେ ଅଧିକ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଉ। ଏହା ଦ୍ଵାରା ଅଯଥା ରେ ଲୋକ ଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ନିଆନଯାଇ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ । ଆମେ ଜିଲାପାଳ ଙ୍କୁ ଅନୁରୋଧ କରିଛୁ ଗୁଣ୍ଡିଚା ମନ୍ଦିର ନିକଟ ରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ନେଇ ଅନୁମତି ଦିଆଯାଉ। ଏହା ହେଲେ ମନ୍ଦିର ଭିତରେ ଅବା ବାହାରେ କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଲୋକ ଙ୍କୁ ଓ ସେବାୟତ ଙ୍କୁ ଚିକିତ୍ସା ସେବା ଦେଇହେବ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ରଥଯାତ୍ରା ରେ ଲୋକ ଙ୍କୁ କିଭଳି ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ ସେ ନେଇ ଏକ ମାର୍ଗଦର୍ଶିକା କରାଯାଇଛି। ବଡଦାଣ୍ଡ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ୮ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ । ମୋଟ ୮୦ ବେଡ ବିଶିଷ୍ଟ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବୁ ପ୍ରକାର ଚିକିତ୍ସା ସେବା ବ୍ୟବସ୍ଥା ରହିବ। ସବୁ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଉପକରଣ ଓ ସ୍ପେଶଲିଷ୍ଟ ଡାକ୍ତର ରହିବେ। ଏ ନେଇ ଆଜିର ବୈଠକ ରେ ଆଲୋଚୋନା ହେଲା। ଆମ୍ବୁଲାନ୍ସ କିଭଳି ଯାତାୟାତ କରିବ, ସ୍ୱେଚ୍ଛାସେବୀ ଙ୍କୁ ତାଲିମ ପ୍ରଦାନ ସେ ନେଇ ସବିଶେଷ ଆଲୋଚନା ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ରଥଯାତ୍ରା, ସୁନାବେଶ, ବାହୁଡ଼ା ରେ ସ୍ୱାସ୍ଥ୍ୟ ସେବା ଲୋକ ଙ୍କୁ ଯୋଗାଇ ଦିଆଯିବ। ଆଗାମୀ ଜୁନ ୨୯ ରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଓ ଜୁଲାଇ ୧୬ ରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦୁଇ ଯାତ୍ରାରେ ଦଇତାପତି ସେବକ ଙ୍କ ଗୁରୁ ଦାୟିତ୍ୱ ରହିଛି । ଦଇତାପତି ସେବକମାନେ ମହାପ୍ରଭୁ ଙ୍କୁ ସ୍ନାନଯାତ୍ରାରେ ରତ୍ନସିଂହାସନ ରୁ ପହଣ୍ଡି ରେ ଆଣି ସ୍ନାନ ବେଦୀ କୁ ଆଣିବେ। ସେହିପରି ଆଗାମୀ ରଥଯାତ୍ରାରେ ମଧ୍ୟ ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କୁ ପହଣ୍ଡି ଆଣି ରଥ ଉପରେ ଠାକୁର ଙ୍କୁ ବିରାଜମାନ କରାଇବେ। ତେବେ ଠାକୁର ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଢଙ୍ଗରେ ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଦିବ୍ୟଜ୍ୟୋତି ପରିଡା। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଶ୍ରୀମନ୍ଦିର ଦଇତାପତି ନିଯୋଗ ର କର୍ମକର୍ତ୍ତା ଯୋଗ ଦେଇଥିଲେ।୨୦୨୪ ରଥଯାତ୍ରା ରେ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଠାକୁର ଶ୍ରୀବଳଭଦ୍ର ରଥ ରୁ ଚାରମାଳ କୁ ଖସି ପଡ଼ିଥିଲେ। ଏଣୁ ଏଭଳି ଅଘଟଣ କିଭଳି ଆଗାମୀ ଦିନରେ ହେବ ନାହିଁ ଏବଂ ଶୃଙ୍ଖଳିତ ଢଙ୍ଗରେ ପହଣ୍ଡି କାର୍ଯ୍ୟ ସମାପନ ହେବ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ। ପହଣ୍ଡି ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟାରୁ ଯେଭଳି ଅଧିକ ସେବକ ନ ରହିବେ ସେ ନେଇ ଆଲୋଚନା ହୋଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତି ଯେଭଳି ପାଳନ ହେବ ସେ ନେଇ ମଧ୍ୟ ଆଲୋଚାନା ହୋଇଛି। ତେବେ ମହାପ୍ରଭୁ ସ୍ନାନଯାତ୍ରା, ଅଣସର, ନବଯୌବନ, ନେତ୍ରୋତ୍ସବ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ବାଡଗ୍ରାହୀ ସେବକ ମତ ରଖିଛନ୍ତି। ଦଇତାପତି ସେବକ ଭବାନୀ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଗାମୀ ରଥଯାତ୍ରା ରେ କିଭଳି ମହାପ୍ରଭୁ ଙ୍କ ସମସ୍ତ ନିତିକାନ୍ତି, ଭକ୍ତ ଙ୍କ ଦର୍ଶନ ସୁରୁଖୁରୁରେ ଶୃଙ୍ଖଳିତ ଭାବରେ ହୋଇପାରିବ ସେ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଛି। ସେବାୟତ ଙ୍କ ମଧ୍ୟରେ ଯେଭଳି ଏକ ସମନ୍ଵୟ ରହିବ ସେ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୂ ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ମହାପ୍ରଭୁ ଙ୍କ କାର୍ଯ୍ଯ କୁ ଶୃଙ୍ଖଳିତ ଭାବରେ କରିବା ପାଇଁ ଦଇତାପତି ସେବକ ସମ୍ପୂର୍ଣ ପ୍ରସ୍ତୁତ ରହିଚନ୍ତି। ଏହି ଭରସା ଆମେ ପ୍ରଶାସନ କୁ ଦେଇଛୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସବୁ ସେବାୟତ ବିଯୋଗ ସହ ଆଲୋଚନା କରାଯାଉଛି। ମହାପ୍ରଭୁ ଙ୍କ ଶୃଙ୍ଖଳିତ ନୀତି କାନ୍ତି ଓ ପହଣ୍ଡି ପ୍ରସଙ୍ଗ ରେ ମଧ୍ୟ ଦଇତାପତି ସେବକ ଙ୍କ ସହ ଆଲୋଚନା ହୋଇଛି। ଆମର ଆଶା ରହିଛି ମହାପ୍ରଭୁ ଙ୍କ କୃପାରୁ ରଥଯାତ୍ରା ସୁରୁଖୁରୁରେ ସମାପନ ହେବ।

Leave a Reply

Your email address will not be published. Required fields are marked *

You may have missed