July 2, 2025
Home » ବିଏମ୍ ସି ପକ୍ଷରୁ ଓ୍ୱାର୍ଡସ୍ତରୀୟ ଅଭିଯୋଗ ଶୁଣାଣି ୪୯ ନମ୍ବର ଓ୍ୱାର୍ଡବାସୀଙ୍କ ଅଭିଯୋଗ ଶୁଣିଲେ ମେୟର

ବିଏମ୍ ସି ପକ୍ଷରୁ ଓ୍ୱାର୍ଡସ୍ତରୀୟ ଅଭିଯୋଗ ଶୁଣାଣି ୪୯ ନମ୍ବର ଓ୍ୱାର୍ଡବାସୀଙ୍କ ଅଭିଯୋଗ ଶୁଣିଲେ ମେୟର

0
WhatsApp Image 2025-05-22 at 3.42.08 PM

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆଜି ଥିଲା ଦକ୍ଷିଣ-ପଶ୍ଚିମ ଜୋନ ଅନ୍ତର୍ଗତ 49 ନମ୍ବର ଓ୍ୱାର୍ଡର ଓ୍ୱାର୍ଡସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ବିଏମ୍ ସି ପକ୍ଷରୁ ଆଜି 49 ନମ୍ବର ଓ୍ୱାର୍ଡ ଅନ୍ତର୍ଗତ କୋଳଥିଆ କମ୍ୟୁନିଟ୍ ସେଣ୍ଟରଠାରେ ଏହି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଓ୍ୱାର୍କ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ବେହେରା, ଗ୍ରୀଭାନ୍ସ ଆଣ୍ଡ ସୋସିଆଲ ଜଷ୍ଟିସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ବିନୟିନୀ ଜେନା, ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସଂଯୁକ୍ତା ସୁନ୍ଦରାୟ, ସମାଜ ସେବୀ ଅଶ୍ୱନୀ ସୁନ୍ଦରାୟ, ଦକ୍ଷିଣ-ପଶ୍ଚିମ ଜୋନାଲ କମିଶନର ଶ୍ରୀ ରାକେଶ କୁମାର ପାତ୍ର, ସଂପୃକ୍ତ ଓ୍ୱାର୍ଡର ଓ୍ୱାର୍ଡ ଅଫିସର, କନିଷ୍ଠ ଯନ୍ତ୍ରୀ, କମ୍ୟୁନିଟ୍ ଅର୍ଗାନାଇଜର, ସାନିଟାରୀ ଇନ୍ସପେକ୍ଟର, ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛ ସାଥୀ, ଆଦି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ଓ୍ୱାର୍ଡର ସମସ୍ତ ସାହି, ବସ୍ତି, ଆବସିକ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ନାଗରିକ, ଏସ୍ଏଚଜିର ସଦସ୍ୟା, ସାଧାରଣ ନାଗରିକ ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ଥିଲେ ।
ବିଭିନ୍ନ ସ୍ଥାନରେ ଡ୍ରେନ ସଫେଇ, ଡ୍ରେନ ଉପରେ ସ୍ଲାବ, ରାସ୍ତା ମରାମତି, ନୂତନ ରାସ୍ତା ନିର୍ମାଣ, ସ୍ୱେରେଜ୍ ପାଣି ଲିକ୍, ଜବରଦଖଲ ଉଚ୍ଛେଦ ଆଦି ସଂପର୍କରେ ସ୍ଥାନୀୟ ଲୋକେ ଦୃଷ୍ଟି ଆକର୍ଷଣ କରିଥିଲେ । ମାନନୀୟା ମେୟର ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସଂଗେ ସଂଗେ ଉପବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।
ତେବେ ନୂତନ ରାସ୍ତା ନିର୍ମାଣ, ରାସ୍ତା ମରାମତି ଏବଂ ନୂତନ ଡ୍ରେନ କାମ ପାଇଁ ଆସିଥିବା ଅଭିଯୋଗ ମଧ୍ୟରୁ କେତେକ ଟେଣ୍ଡର ହୋଇସାରିଥିବା ବେଳେ ଆଉ କେତେକ କାମ ଆରମ୍ଭ ହେବାକୁ ଯାଉଛି ବୋଲି ଉପସ୍ଥିତ ଉପବିଭାଗୀୟ ଅଧିକାରୀମାନେ ଅଭିଯୋଗକାରୀମାନଙ୍କୁ ଅବଗତ କରାଇଥିଲେ । ଆଜି ସମୁଦାୟ 24ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା ।
ପ୍ରତି ସୋମବାର ଦିନ ବିଏମ୍ ସି କାର୍ଯ୍ୟାଳୟରେ ସାଧାରଣ ଲୋକମାନଙ୍କର ଅଭିଯୋଗ ଶୁଣାଣି ହେଉଛି । ତଥାପି ଲୋକମାନଙ୍କ ସୁବିଧା ଅସୁବିଧା ତାଙ୍କ ପାଖକୁ ଯାଇ ଶୁଣିବା ସହ ସେମାନଙ୍କ ସମସ୍ୟା ସମାଧାନର ସୂତ୍ର ବାହାର କରିବା ଏହି ଅଭିଯୋଗ ଶୁଣାଣି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମାନନୀୟା ମେୟର ଶ୍ରୀମତୀ ଦାସ କହିଥିଲେ । ଲୋମାନଙ୍କୁ ତାଙ୍କ ଦୁଆର ମୁହଁରେ ସେବା ଯୋଗାଇଦେବା ପାଇଁ ବିଏମ୍ ସି ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି ଅଭିଯୋଗ ଶୁଣାଣି ଶିବିର ସପ୍ତାହକୁ ତିନି ଦିନ ଅର୍ଥାତ୍ ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ସକାଳ 8ଟାରୁ 10 ମଧ୍ୟରେ କରାଯିବ । ଗତ ଗୁରୁବାର ଦିନ 34 ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ସତ୍ୟନଗର ଓ୍ୱାର୍ଡ ଅଫସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *