August 10, 2026
Home » ବିକଶିତ ଭାରତ ସଂକଳ୍ପ ସଂସ୍ଥାର ପ୍ରଥମ ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ

ବିକଶିତ ଭାରତ ସଂକଳ୍ପ ସଂସ୍ଥାର ପ୍ରଥମ ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ

0
WhatsApp Image 2026-08-06 at 6.39.43 PM

ଭୁବନେଶ୍ଵର: ଶ୍ରମିକ କଲ୍ୟାଣ ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ରଖ୍ କାର୍ଯ୍ୟ କରୁଥିବା ବିକଶିତ ଭାରତ ସଂକଳ୍ପ ସଂସ୍ଥା, ଓଡିଶାରେ ଏହାର ଶାଖା ଭାରତୀୟ ଜନତା ମଜଦୁର ମଞ୍ଚ ପ୍ରତିଷ୍ଠା କରିବ, ଏ ନେଇ ଆସନ୍ତା ୧୧ ତାରିଖ ଦିନ ହାଇଟେକ୍ ମେଡିକାଲ୍ କଲେଜ ଅଡିଟୋରିୟମରେ ଏ ନେଇ କାର୍ଯ୍ୟକ୍ରମ ରଖାଯାଇଛି I ଆଜି ଅନୁଷ୍ଠିତ ହୋଇଥ‌ିବା ପ୍ରସ୍ତୁତି ବୈଠକରେ ସର୍ବସମ୍ମତି କ୍ରମେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କୁ ଓଡିଶା ଶାଖାର ସଭାପତି ଚୟନ କରାଯାଇଛି I କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ଅନ୍ୟ ଦଳର ବରିଷ୍ଠ ନେତାଙ୍କ ସହ ଦେଶର ବିଭିନ୍ନ ରାଜ୍ୟରୁ ଶହେରୁ ଅଧିକ ରାଜନେତା, ସମାଜସେବୀ, ସାମ୍ବାଦିକ, ଶିକ୍ଷାବିତ୍, ଶିଳ୍ପପତି, ଶ୍ରମିକନେତା, ବିଭିନ୍ନ ମଜଦୁର ସଂଘର କର୍ମକର୍ତ୍ତା ମାନେ ଯୋଗଦେବେ ।

ବିକଶିତ ଭାରତ ସଂକଳ୍ପ ସଂସ୍ଥା ମୁଖ୍ୟତଃ ଦୁଇଟି ଦିଗ ଉପରେ ତାର କାର୍ଯ୍ୟ କରି ଆସୁଛି, ପ୍ରଥମତଃ ସବୁ ବର୍ଗର ଶ୍ରମିକଙ୍କ କଲ୍ୟାଣ, ସମସ୍ତଙ୍କ ପାଇଁ ନିରନ୍ତର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ଵ ଦେବା ସହ ସମାଜର ସବୁବର୍ଗର ଲୋକଙ୍କ ହିତ ପାଇଁ କାର୍ଯ୍ୟ କରୁଛି | ରାଜସ୍ଥାନ ଜୟପୁରରେ ଏହାର ମୁଖ୍ୟ ଶାଖା ଥିବା ବେଳେ ଓଡିଶାରେ ଏହାର ଶାଖା ଖୋଲି ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି ବୋଲି ଏହାର କର୍ମକର୍ତ୍ତା କହିଛନ୍ତି I ଦୀର୍ଘବର୍ଷ ଧରି ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲ ଗରିବ,ଅସହାୟ, ଶ୍ରମିକ ଓ ପୀଡିତଙ୍କ ସେବା ଜାରି ରଖିଥ‌ିବା ବେଳେ ବିକଶିତ ଭାରତ ସଂକଳ୍ପ ସଂସ୍ଥାକୁ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରାଯିବ ବୋଲି ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କହିଛନ୍ତି । ରାଜ୍ୟର ଶ୍ରମିକ, ଶୋଷିତ, ନିଷ୍ପେସିତ ଲୋକଙ୍କ ସେବା ପାଇଁ ହାଇଟେକ୍ ଗ୍ରୁପ ସବୁବେଳେ ଆଗରେ ରହିବ ବୋଲି ସେ କହିଛନ୍ତି I ଆଜିର ପ୍ରସ୍ତୁତି ବୈଠକରେ ଡକ୍ଟର ତିରୁପତି ପାଣିଗ୍ରାହୀ. ଡକ୍ଟର ଚିଦାମ୍ବିକା ଖଟୁଆ, ବିକଶିତ ଭାରତ ସଂକଳ୍ପ ସଂସ୍ଥାର ରାଷ୍ଟ୍ରୀୟ ମହାମନ୍ତ୍ରୀ, ମେଜର ଡକ୍ଟର କଳ୍ପନା ଦାଶ, ଡକ୍ଟର ସସ୍ମିତା ସାମନ୍ତ, ରଜନୀକାନ୍ତ ମିଶ୍ର ଏବଂ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

 

epa news

Leave a Reply

Your email address will not be published. Required fields are marked *