July 1, 2026
Home » ବିଜେପୁର କଲେଜରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ବିଜେପୁର କଲେଜରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

0
WhatsApp Image 2026-07-01 at 12.53.51 PM (1)

 

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କନିଷ୍ଠ କିରାଣୀ ଜୟକୃଷ୍ଣ ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ଷଡଙ୍ଗୀ ସରକାରୀ କର୍ମମୟ ଜୀବନରୁ ମଙ୍ଗଳବାର ଅବସର ଗ୍ରହଣ କରିଥିବା ବେଳେ ଏହି ଅବସରରେ ତାଙ୍କୁ ଉପାୟନ, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବିଂଶ ଶତାବ୍ଦୀର ଶେଷ ଦଶକ ୧୯୯୩ ରେ ସେ କନିଷ୍ଠ କିରାଣୀ ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ସେ ଜଣେ ସରଳ, ନିରଳସ, ଉତ୍ସର୍ଗିକୃତ, କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଛାତ୍ରଛାତ୍ରୀ ତଥା ଅଧ୍ୟକ୍ଷ, ସହକର୍ମୀ ମାନଙ୍କର ପ୍ରିୟପାତ୍ର ହେବା ସହିତ ପୂର୍ବତନ ଛାତ୍ରଛାତ୍ରୀଙ୍କ ଶ୍ରଦ୍ଧାଭାଜନ ହୋଇ ତିଷ୍ଠି ରହିଛନ୍ତି । ଏହି ଅବସରରେ ପ୍ରାଧ୍ୟାପକ ମହେନ୍ଦ୍ର ପଧାନ, ଯୋଗେଶ ଚନ୍ଦ୍ର ଭୋଇ, ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଶାନ୍ତନୁ ସାହୁ, ଡକ୍ଟର ଚିନ୍ମୟ ସାହୁ ସମେତ ଅଧ୍ୟାପକ ଅଧ୍ୟାପିକାଗଣ ତାଙ୍କର କର୍ଯ୍ୟ ଦକ୍ଷତା ତଥା ସହଯୋଗୀ ମନୋଭାବ ଉପରେ ବିଶେଷ ମତ ମନ୍ତବ୍ୟ ଦେଇ ପ୍ରଶଂସା କରିଥିଲେ ଓ ଅବଶିଷ୍ଟ ଜୀବନର ସୁସ୍ଥ ନିରାମୟ ଦୀର୍ଘାୟୁ କାମନା କରିଥିଲେ । ପରେ ଭବ୍ୟ ଶୋଭାଯାତ୍ରାରେ ତାଙ୍କୁ ମହାବିଦ୍ୟାଳୟରୁ ସ୍ଥାନୀୟ ବିଜେପୁର ସ୍ଥିତ ବାସଭବନକୁ ମେଳାଣୀ ଦେଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀଗଣ ସାମିଲ ହୋଇଥିଲେ ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *