August 20, 2026
Home » ବିଜେପୁର କଲେଜର +୨ ଫଳାଫଳରେ ଉଲ୍ଲେଖନୀୟ ସଫଳତା

ବିଜେପୁର କଲେଜର +୨ ଫଳାଫଳରେ ଉଲ୍ଲେଖନୀୟ ସଫଳତା

0
WhatsApp Image 2026-05-21 at 9.24.26 PM

ଛାତ୍ରଛାତ୍ରୀଙ୍କ ନିଷ୍ଠା, ଅଧ୍ୟାପକଙ୍କ ପରିଶ୍ରମ ଓ ଅଧ୍ୟକ୍ଷଙ୍କ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ହିଁ ମହାବିଦ୍ୟାଳୟକୁ ଗୌରବାନ୍ବିତ କରେ : +୨ କଳାରେ ୧୫୪ ଓ ବିଜ୍ଞାନରେ ୩୮ ଜଣ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ

ବରଗଡ/ବିଜେପୁର : ଚଳିତବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ଏକାସାଥିରେ ପ୍ରକାଶିତ ହୋଇସାରିଥିବା ବେଳେ ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । କଳା ବିଭାଗ ପରୀକ୍ଷାରେ ସୁଜାତା ମଲ୍ଲିକ ସର୍ବାଧିକ ୯୩% ନମ୍ବର ରଖି ଶିକ୍ଷାନୁଷ୍ଠାନର ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବେଳେ ପିୟୁଷ ରଞ୍ଜନ ଚୌହାନ, ପ୍ରେମାନନ୍ଦ ମେହେର, ସୁଦର୍ଶନ ସାହୁ ଓ ଶୋଭିତ ଗଡତିଆ ୯୧%, ସୌମ୍ୟଶ୍ରୀ ବିଶ୍ବାଳ ଓ ପରିତୋଷ କୁମ୍ଭାର ୯୦% ନମ୍ବର ରଖି ମହାବିଦ୍ୟାଳୟର ଗୌରବ ବଢେଇଛନ୍ତି ।

ମୋଟ ୨୫୧ ପରୀକ୍ଷାର୍ଥୀ ମଧ୍ୟରୁ ୨୨୯ ଜଣ ସଫଳ ହୋଇଥିବା ବେଳେ ତନ୍ମଧ୍ୟରୁ ୧୫୪ ଜଣ ପ୍ରଥମ, ୪୬ ଜଣ ଦ୍ବିତୀୟ ଓ ୨୯ ଜଣ ତୃତୀୟ ସ୍ଥାନର ଅଧିକାରୀ ହୋଇଛନ୍ତି । ସେହିପରି ବିଜ୍ଞାନ ବିଭାଗରେ ୬୩ ଜଣ ପରିକ୍ଷାର୍ଥୀ ମଧ୍ୟରୁ ୫୬ ଜଣ ସଫଳ ହୋଇଥିବା ବେଳେ ୩୮ ଜଣ ପ୍ରଥମ, ୧୫ ଜଣ ଦ୍ବିତୀୟ ଓ ୦୩ ଜଣ ତୃତୀୟ ସ୍ଥାନ ଅଧିକାର କରି ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି । ଉକ୍ତ ଫଳାଫଳ ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ସମସ୍ତ କୃତୀ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଛାତ୍ରଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ବଳ ଭବିଷ୍ୟତ କମନା କରିଛନ୍ତି ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed