ବିଜେପୁର ସାର୍ବଜନୀନ ଦୂର୍ଗାପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସାର୍ବଜନୀନ ଦୂର୍ଗାପୂଜାର ପ୍ଲାଟିନମ୍ ଜୁବଲି ମହାଡମ୍ବରରେ ପାଳନ ପାଇଁ କମିଟୀ ତରଫରୁ ସଜବାଜ ଲାଗି ରହିଥିବା ବେଳେ ଆଜି ଏହାର ଶୁଭସ୍ଥମ୍ଭ ସ୍ଥାପିତ ହୋଇଯାଇଛି । ବିଜେପୁର ବ୍ଲକ ସଦର ମହକୁମା ଦୁର୍ଗାମଣ୍ଡପ ପରିସରରେ ଶନିବାର ପୂର୍ଣ୍ଣମୀ ତିଥିରେ ଘଣ୍ଟ, ଶଙ୍ଖ ପାରମ୍ପରିକ ବାଜାର ତାଳେ ତାଳେ ଭବ୍ୟ ସମାରୋହରେ ପୂଜା କମିଟୀ ସଭାପତି ଜମିଦାର ତଥା ମାନ୍ୟବର ବିଧାୟକ ସନତ କୁମାର ଗଡ଼ତୀୟା କର୍ତ୍ତା ଦାୟୀତ୍ବ ନିର୍ବାହ କରୁଥିବା ବେଳେ, ରାଜପୁରୋହିତ କିଶୋର ଚନ୍ଦ୍ର ପୂଜାରୀ ଯଥାରୀତି ବେଦମନ୍ତ୍ରପାଠ ପୂର୍ବକ ପୂଜାର୍ଚ୍ଚନା କରିଥିଲେ ।

ପରେ ଧ୍ବଜା ସ୍ଥାପନ କରାଯାଇଥିଲା । ଶଙ୍ଖନାଦକ ନେପାଲ ଗୁରୁ ସହଯୋଗ କରିଥିଲେ । ଉକ୍ତ ଶୁଭସ୍ତମ୍ଭ ସ୍ଥାପନ ସମୟରେ ଉପ-ସଭାପତି ସରୋଜ କୁମାର ସାହୁ, ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଗଙ୍ଗାଧର ପଧାନ ସମେତ ରଜନୀକାନ୍ତ ଗଡତୀୟା, ଯୁଗ୍ମ ସମ୍ପାଦକ ପାଣ୍ଡବ ପଧାନ, ଡ଼ା. ସୁଧୀର ସାହୁ, ସୁବ୍ରତ ରଥ, ତ୍ରିଲୋଚନ ମେହେର, କିଶୋର ଷଡ଼ଙ୍ଗୀ, ହୃଷୀକେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଏଥର ଦୁର୍ଗାପୂଜାର ପ୍ଲାଟିନମ୍ ଜୁବୁଲି ପାଳନ ପାଇଁ ଜୋରଦାର୍ ପ୍ରସ୍ତୁତି ଲାଗି ରହିଥିବା କମିଟି ସୂତ୍ରରୁ ପ୍ରକାଶ କରାଯିବା ପରେ ଚଳିତ ଦୁର୍ଗାପୂଜା ଆହୁରି ଆକର୍ଷଣୀୟ ହେବ ବୋଲି ଜନ ମାନସରେ ବସା ବାନ୍ଧିଛି ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,
