August 20, 2026
Home » ବିଜ୍ଞାନରେ ବିଷ୍ଣୁପ୍ରିୟା ବେହେରା ଏବଂ କଳାରେ ସୁଜାତା ବେହେରା ବ୍ଳକ ଟପ୍ପର

ବିଜ୍ଞାନରେ ବିଷ୍ଣୁପ୍ରିୟା ବେହେରା ଏବଂ କଳାରେ ସୁଜାତା ବେହେରା ବ୍ଳକ ଟପ୍ପର

0
WhatsApp Image 2026-05-21 at 10.44.44 AM (1)

ଗଣିଆ – ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ବିଜ୍ଞାନ ଏବଂ କଳାରେ ଚଳିତ ବର୍ଷ ଆରସି ସାମନ୍ତରାୟ ମହାବିଦ୍ୟାଳୟ ବାଜିମାତ କରିଛି । ବିଜ୍ଞାନରେ ମହାବିଦ୍ୟାଳୟର ବିଷ୍ଣୁପ୍ରିୟା ବେହେରା ୫୬୫ ନମ୍ବର ରଖି ବ୍ଳକ ଟପ୍ପର ହୋଇଥିବା ବେଳେ କଳାରେ ସୁଜାତା ବେହେରା ୫୪୪ ନମ୍ବର ରଖି ବ୍ଳକ ଟପ୍ପର ହୋଇଛନ୍ତି । ଗଣିଆର ୩ଟି ମହାବିଦ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଆରସି ସାମନ୍ତରାୟ ମହାବିଦ୍ୟାଳୟରେ ବିଜ୍ଞାନରେ ୨୬୯ ଜଣ ପରୀକ୍ଷା ଦେଇଥିବା ବେଳେ ୨୦୦ ଜଣ ପ୍ରଥମ,୩୯ ଜଣ ଦ୍ବିତୀୟ,୨୩ ଜଣ ତୃତୀୟ ସ୍ଥାନ ଲାଭ କରିଥିବା ବେଳେ ୭ ଜଣ ଫେଲ୍ ହୋଇଛନ୍ତି । ସଫଳତାର ଶୀର୍ଷରେ ରହୁଥିବା ଆରସି ସାମନ୍ତରାୟ ମହାବିଦ୍ୟାଳୟର ୧୩ ଜଣ ଛାତ୍ର ଛାତ୍ରୀ ୫ ଶହରୁ ଅଧିକ ନମ୍ବର ରଖିଥିବା ଜଣାପଡିଛି । ସେହିପରି କଳା ବିଭାଗରେ ସାମନ୍ତରାୟ ମହାବିଦ୍ୟାଳୟର ୧୦୨ ଜଣ ପରୀକ୍ଷା ଦେଇଥିବା ବେଳେ ୪୪ ଜଣ ପ୍ରଥମ,୩୭ ଜଣ ଦ୍ବିତୀୟ,୧୬ ଜଣ ତୃତୀୟ ଏବଂ ୫ ଜଣ ପରୀକ୍ଷାର୍ଥୀ ଫେଲ୍ ହୋଇଥିବା ଜଣାପଡିଛି । ସେହିପରି ବନମାଳୀ ବାରିକି ମହାବିଦ୍ୟାଳୟ ଆଡକଟାର ବିଜ୍ଞାନ ବିଭାଗରେ ୪୧ ଜଣ ପରୀକ୍ଷା ଦେଇଥିବା ବେଳେ ୨୪ ଜଣ ପ୍ରଥମ,୯ ଜଣ ଦ୍ବିତୀୟ, ଏବଂ ୮ ଜଣ ଫେଲ୍ ହୋଇଥିବା ଜଣାପଡିଛି ।

କଳାରେ ୧୨୪ ଜଣ ପରୀକ୍ଷା ଦେଇଥିବା ବେଳେ ୨୭ ଜଣ ପ୍ରଥମ,୩୧ ଜଣ ଦ୍ବିତୀୟ,୫୨ ଜଣ ତୃତୀୟ ଏବଂ ୧୨ ଜଣ ଫେଲ୍ ହୋଇଥିବା ଜଣାପଡିଛି । ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୮୨ ଜଣ ପରୀକ୍ଷା ଦେଇଥିବା ୧୪୭ ଜଣ ପାସ୍ କରିଛନ୍ତି । ସେଥିମଧ୍ୟରୁ ୪୩ ଜଣ ପ୍ରଥମ,୪୪ ଜଣ ଦ୍ବିତୀୟ,୬୦ ଜଣ ତୃତୀୟ ଏବଂ ୩୫ ଜଣ ଫେଲ ହୋଇଥିବା ଜଣାପଡିଛି । ବିଜ୍ଞାନରେ ସଫଳତା ଲାଭ କରିଥିବା ବିଷ୍ଣୁପ୍ରିୟା ବେହେରା ଏବଂ କଳାରେ ବଡମୂଳରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିବା ସୁଜାତା ବେହେରା ନିଜର ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା ଏବଂ ଅଧ୍ୟାପକଙ୍କୁ ଦେଇଥିବା ଜଣାପଡ଼ିଛି । କୃତିତ୍ବ ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭେଚ୍ଛା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗଣିଆରେ ଦୀର୍ଘ ଦିନ ଧରି ବିଜ୍ଞାନରେ ସଫଳତାର ଶୀର୍ଷରେ ରହୁଥିବା ଆରସି ସାମନ୍ତରାୟ ମହାବିଦ୍ୟାଳୟ ଚଳିତ ବର୍ଷ କଳାରେ ମଧ୍ୟ ସଫଳତା ଲାଭ କରିଥିବାରୁ ଅଭିଭାବକ ମାନେ ମହାବିଦ୍ୟାଳୟର ସମ୍ପାଦକ ଏଲଡାଡ କାଇଣ୍ଡସେଥ , ପରିଚାଳନା କମିଟି ବିଶେଷକରି ଅଧ୍ୟକ୍ଷ ମଳୟ କୁମାର ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed