ବିଜ୍ଞାନ ନାଟକ ଓ ଲୋକନୃତ୍ୟରେ ପ୍ରତିଭା ପ୍ରଦର୍ଶନ
ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବିଶ୍ୱମ୍ଭର ବିଦ୍ୟାପୀଠ ଓ ପୁରୀ ଜିଲ୍ଲା ସ୍କୁଲ ଶ୍ରେଷ୍ଠ
ପୁରୀ,: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ପୁରୀ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ଓ ଲୋକନୃତ୍ୟ ପ୍ରତିଯୋଗିତା ୨୦୨୬-୨୭ ଆଜି ପୁରୀସ୍ଥିତ ବିଶ୍ୱମ୍ଭର ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର କଳାତ୍ମକତା, ସୃଜନଶୀଳତା ଓ ବୈଜ୍ଞାନିକ ଚିନ୍ତନର ପରିଚୟ ଦେଇଥିଲେ।ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ପି. ଏମ୍. ଶ୍ରୀ ବିଶ୍ଵମ୍ବର ବିଦ୍ୟାପୀଠ ପ୍ରଥମ, ପି. ଏମ୍. ଶ୍ରୀ ଗୋପବନ୍ଧୁମେମୋରିଆଲ୍ ଉଚ୍ଚବିଦ୍ୟାଳୟ ଦ୍ୱିତୀୟ ଏବଂ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ପୁରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।


ସେହିପରି ଲୋକନୃତ୍ୟ ପ୍ରତିଯୋଗିତାରେ ୭ଟି ଦଳ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ସ୍କୁଲ ପ୍ରଥମ, ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ପି. ଏମ୍. ଶ୍ରୀ, ବିଶ୍ଵମ୍ବର ବିଦ୍ୟାପୀଠ ତୃତୀୟ ସ୍ଥାନ ହାସଲ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀ ଯୋଗଦେଇ କୃତୀ ପ୍ରତିଯୋଗୀ ଓ ଦଳଗୁଡ଼ିକୁ ପୁରସ୍କାର ପ୍ରଦାନ କରିଥିଲେ। ଜିଲ୍ଲା ବିଜ୍ଞାନ ସୁପରଭାଇଜର ଶ୍ରୀ ଉମାକାନ୍ତ ମିଶ୍ର କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ।କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ବିଷ୍ଣୁପ୍ରିୟା ଜେନା, ଶ୍ରୀ ଶ୍ରୀକୁମାର ଆଚାର୍ଯ୍ୟ, ଶ୍ରୀ ହିରଣ୍ୟ ସେଠୀ, ଶ୍ରୀ ଶ୍ରୀଧର ମହାରଣା, ଶ୍ରୀ ନିରଞ୍ଜନ ସେଠୀ, ଶ୍ରୀ ଚନ୍ଦ୍ରକାନ୍ତ ପଣ୍ଡା, ଶ୍ରୀ ଅୟନ ଚକ୍ରବର୍ତ୍ତୀ, ଶ୍ରୀ ବିନୟ ଭୂଷଣ ବେହେରା, ଶ୍ରୀ ନରେନ୍ଦ୍ର ପ୍ରଧାନ ଓ ଶ୍ରୀ ଅଶୋକ ସାହୁ ସହଯୋଗ କରିଥିଲେ।ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ସୃଜନଶୀଳତା, ସାଂସ୍କୃତିକ ଚେତନା ଓ ଦଳଗତ ମନୋଭାବର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଗଣିତ ହୋଇଥିଲା।
