ବିନିକା ବନବିଭାଗ ପକ୍ଷରୁ ସାଇଜ କାଠ ବୋଝେଇ ଗାଡ଼ି ଜବତ : ୧ ଗିରଫ ।

ସୁବର୍ଣ୍ଣପୁର : ବିନିକା – ଗୋଡ଼ଭଗା ରାସ୍ତା ର ଅରିଗାଁ ଠାରେ ଚଢ଼ାଉ କରି ସାଇଜ କାଠ ବୋଝେଇ ଗାଡ଼ି ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି ବନ ବିଭାଗ କର୍ମଚାରୀ । ଗିରଫ ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜିଲ୍ଲା ଭେଡେନ ଥାନା ମେହେନା ଗ୍ରାମର ମହେନ୍ଦ୍ର ସାହୁ (୩୪) ବୋଲି ଜଣାପଡିଛି । ପ୍ରକାଶ ଯେ , ବରଗଡ଼ ଜିଲ୍ଲା ତୁରୁମ ଅଂଚଳରୁ ବିନିକା ଅଞ୍ଚଳକୁ ଆସୁଥିବା ଏକ ମହେନ୍ଦ୍ର ପିକଅପ –ଗାଡ଼ି ନମ୍ବର ଓଡ଼ି-୧୭ ଜେ ୨୦୫୧ ଆସୁଥିଲା । ବିନିକା ବନ ବିଭାଗ କର୍ମଚାରୀ ସନ୍ଦେହରେ ଉକ୍ତ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ବେଆନ ଭାବରେ ସାଇଜ ଗଛ ଚାଲାଣ ହୋଇଥିବାର ଜାଣି ପାରିଥିଲେ। ପରେ ସେହି ଗାଡ଼ିକୁ ବିନିକା ବନାଞ୍ଚଳ କର୍ଯ୍ୟାଳୟକୁ ଆଣି ଥିଲେ । ଗାଡ଼ିରେ ୩୮ଟି ଖଣ୍ଡସାଇଜ କାଠ ବାହାରିଥିଲା । ବନବିଭାଗର ସୁଚନା ଅନୁସାରେ ସେଥିରେ ୬/୪/୨ସାଇଜ – ୨୪ ଖଣ୍ଡ, ୫.୫/୪/୨-ସାଇଜ- ୨ ଖଣ୍ଡ ଓ ୩/୪/୨- ୧୨ ଖଣ୍ଡ ସାଇଜକାଠ ସମୁଦାୟ ୩୮ ଖଣ୍ଡ କାଠ ଯାହାକି ଅନୁମାନିକ ମୂଳ୍ୟ ୩୮ ହଜାର ଟଙ୍କା ହେବ ବୋଲି ବନବିଭାଗ କହିଛି । ଏନେଇ ବିନିକା ବନାଞ୍ଚଳ କାର୍ଯ୍ୟାଳୟରେ ୧୧୧/୨୪-୨୫ ଏକ ମାଳଳା ରୁଜୁ କରି ରାମପୁର ଫରେଷ୍ଟର ଜନ୍ମେଞ୍ଜୟ ମାଝୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବିନିକା ବନ ବିଭାଗ ରେଞ୍ଜର ଡମ୍ବରୁଧର ପ୍ରଧାନ ପ୍ରକାଶ କରିଛନ୍ତି ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର