ବିଶ୍ବ ଶିଶୁ ଶ୍ରମ ବିରୋଧୀ ଦିବସ ପାଳିତ
ନୟାଗଡ : ବିଶ୍ଵ ଶିଶୁ ଶ୍ରମ ବିରୋଧୀ ଦିବସ ଅବସରରେ ଆଜି ନୟାଗଡ଼ସ୍ଥିତ ଉତ୍କଳ ବାଳାଶ୍ରମ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁମାନଙ୍କର ଅଧିକାର ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଅତିଥ୍ମାନେ ମତବ୍ୟକ୍ତ କରିଥିଲେ। ପ୍ରତିବର୍ଷ ଜୁନ୍ ୧୨ ତାରିଖରେ ବିଶ୍ଵ ଶିଶୁ ଶ୍ରମ ବିରୋଧୀ ଦିବସ ପାଳନ କରାଯାଇଥାଏ।
କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ସଚିବ ଅଞ୍ଜଳି ମଚ୍ଛଖଣ୍ଡ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ଶ୍ରମ ସମାଜ ପାଇଁ ଏକ ଅଭିଶାପ ବୋଲି କହିଥିଲେ। ଶିଶୁମାନଙ୍କୁ ଶିକ୍ଷା, ସୁରକ୍ଷା ଓ ସୁସ୍ଥ ପରିବେଶ ପ୍ରଦାନ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ଦାସ ଏବଂ ପିଓଆଇସି ସତ୍ୟ ରଞ୍ଜନ ଦାଶ ଯୋଗଦେଇ ଶିଶୁ ଶ୍ରମ ବିରୋଧରେ ସମସ୍ତଙ୍କୁ ସଚେତନ ହେବା ସହ ଶିଶୁମାନଙ୍କର ଅଧିକାର ସୁରକ୍ଷା ଦିଗରେ ସାମୂହିକ ପ୍ରୟାସର ଆହ୍ବାନ ଦେଇଥିଲେ। ସମଝୋତାକାରୀ କ୍ଷଣପ୍ରଭା କର ଏକ ସୁନ୍ଦର କବିତା ମାଧ୍ୟମରେ ଶିଶୁଶ୍ରମ ବୋରୋଧୀ ଭାବାବେଗକୁ ପରିପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ବାଳାଶ୍ରମର ଅନ୍ତେବାସୀ ଶିଶୁମାନେ ଉପସ୍ଥିତ ରହିଥିବା ବେଳେ ଶିଶୁ ଶ୍ରମ ନିରାକରଣ ଏବଂ ଶିକ୍ଷାର ପ୍ରସାର ନେଇ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଦିବସକୁ ସଫଳ କରିବାରେ ଏସ ଇପ୍ସିତା ଦେବଦର୍ଶିନୀ, ଆୟୁଷ୍ଠାନ ଚଉଧୁରୀ, ରମେଶ ଚନ୍ଦ୍ର ବେହେରା, ବିଷ୍ଣୁ ପଟ୍ଟନାୟକ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
