June 4, 2026
Home » ବିଶ୍ୱ ମଂଚରେ ଇଫକୋର ଶ୍ରେଷ୍ଠତା ପ୍ରମାଣିତ

ବିଶ୍ୱ ମଂଚରେ ଇଫକୋର ଶ୍ରେଷ୍ଠତା ପ୍ରମାଣିତ

0
WhatsApp Image 2026-06-04 at 1.39.03 PM

ଭାରତ ଆମେରିକା କୃଷି ସହଯୋଗକୁ ମିଳିଲା ନୂଆ ଦିଶା

ଭାରତ ଆମେରିକା କୃଷି ସହଯୋଗ ବୈଠକରେ ଇଫକୋ ଅଧ୍ୟକ୍ଷ ଦଲୀପ ସଂଘାଣୀଙ୍କ ଉପସ୍ଥାପନା

ପାରାଦୀପ : ଭାରତର କୃଷି ଓ କୃଷକମାନଙ୍କ ବିକାଶ କ୍ଷେତ୍ରରେ ଇଫକୋର ଅବଦାନ ଅତୁଳନୀୟ । ଭାରତ-ଆମେରିକା କୃଷି ସହଯୋଗ ମଂଚରେ ଇଫକୋ ଅଧ୍ୟକ୍ଷ ଦଲୀପ ସଂଘାଣୀଙ୍କ ନେତୃତ୍ୱରେ ହୋଇଥିବା ଅଲୋଚନା ଚକ୍ରରେ କୃଷିକ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସହଯୋଗର ନୂଆ ମାର୍ଗ ଖୋଲିଥିବା ନେଇ ଶ୍ରୀ ସଂଘାଣୀ ସୂଚନା ଦେଇଥିଲେ । ଅନେକ ଘାତ ପ୍ରତିଘାତ ମଧ୍ୟରେ ନବାଚାର ଆଧାରିତ କୃଷି ନୀତି, କୃଷକମାନଙ୍କ ବିକାଶ, ଖାଦ୍ୟ ସୁରକ୍ଷା ତଥା କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ଦୁଇ ଦେଶ ମଧ୍ୟରେ ଏକତ୍ୱ ଭାବର ଆବଶ୍ୟକତା ଥିବା ଶ୍ରୀ ସଂଘାଣୀ କହିଛନ୍ତି । ଆମେରିକାର ପ୍ରତିଷ୍ଠିତ ଉଦ୍ୟୋଗ ଏବଂ ବାଣିଜ୍ୟ ସଂଗଠନ ୟୁଏସଆବିସି ଦ୍ୱାରା ଆୟୋଜିତ ଏହି ମଂଚରେ ସମଗ୍ର ଭାରତବର୍ଷରେ କୃଷକମାନଙ୍କ ହିତ ପାଇଁ ଇଫକୋର ଆର୍ନ୍ତଜାତୀୟ ପ୍ରତିଷ୍ଟାତା ଦଲୀପ ସଂଘାନୀଙ୍କ ନେତୃତ୍ୱରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ବୋଲି ପ୍ରମାଣ ମିଳିଲା । ଏହି ବୈଠକରେ କୃଷି ଉତ୍ପାଦନ ବୃଦ୍ଧି କରିବା, ଉନ୍ନତ କୃଷି ପ୍ରଣାଳୀର ଉପଯୋଗ, ମୂର୍ତିକାର ସ୍ୱାସ୍ଥ୍ୟ ପରୀକ୍ଷଣରେ ବିକାଶ, କୃଷକମାନଙ୍କୁ ନୂତନ କୃଷି ପ୍ରଣାଳୀ ପ୍ରଦାନରେ ସହାୟତା, ନବାଚାର ଆଧାରିତ ସମାଧାନ ବିକଶିତ କରିବା ତଥା ଖାଦ୍ୟ ଓ ପୋଷଣ ସୁରକ୍ଷାକୁ ମଜଭୁତ୍ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା । ଦୁଇ ଦେଶର କୃଷି ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ପ୍ରତିନିଧିମାନେ ଏହି କ୍ଷେତ୍ରରେ ସହମତି ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ର ପରେ ଭାରତ ଓ ଆମେରିକା ମଧ୍ୟରେ କୃଷି କ୍ଷେତ୍ରରେ ସହଭାଗିତା ସୃଷ୍ଟିର ଦ୍ୱାର ଖୋଲିବ ଏବଂ କୃଷିକ୍ଷେତ୍ରରେ ଏକ ଦୀର୍ଘକାଳୀନ ଲାଭ ହେବା ନେଇ ଆଶା ସୃଷ୍ଟି ହୋଇଛି । ଇଫକୋ ଅଧ୍ୟକ୍ଷ ଦଲୀପ ସଂଘାଣୀଙ୍କ ନେତୃତ୍ୱରେ ସମଗ୍ର ବିଶ୍ୱରେ ଭାରତ-ଆମେରିକା ମିଳିତ ଭାବେ କୃଷିର ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟୟ ସୃଷ୍ଟି କରିଛି ଯାହାକି ଦେଶର ସମବାୟଭିତିକ କୃଷି ବିକାଶକୁ ଆର୍ନ୍ତଜାତୀୟସ୍ତରରେ ନୂତନ ପରିଚୟ ସୃଷ୍ଟି କରିବା ସହିତ କୃଷକମାନଙ୍କ ଉତ୍ପାଦନ ଓ କୃଷି ସୁରକ୍ଷାକୁ ସୂଦୃଢ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଚାର କରାଯାଉଛି ।

Leave a Reply

Your email address will not be published. Required fields are marked *