ବିଶ୍ୱ COPD ଦିବସ ୨୦୨୬ ଅବସରରେ ଫୁସଫୁସ୍ର ସ୍ୱାସ୍ଥ୍ୟ ଓ ଶ୍ୱାସଜନିତ ରୋଗ ସମ୍ପର୍କରେ ଜନସଚେତନତା
ବିଶ୍ୱ COPD ଦିବସ ୨୦୨୬ ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ଏକ ବିଶାଳ ବାଲୁକା କଳା ନିର୍ମାଣ କରି ଫୁସଫୁସ୍ର ସ୍ୱାସ୍ଥ୍ୟ ଓ ଶ୍ୱାସଜନିତ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଛନ୍ତି।ଚଳିତ ବର୍ଷର ବିଶ୍ୱ COPD ଦିବସର ବିଷୟବସ୍ତୁ ହେଉଛି (ଉତ୍ତମ ଜୀବନ ପାଇଁ ଶୀଘ୍ର ରୋଗ ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା)। ଏହି ବାର୍ତ୍ତାକୁ ନେଇ ମାନସ ସାହୁ ୧୭ ଫୁଟ ଲମ୍ବ ଓ ୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ପ୍ରାୟ ୧୦ ଟନ୍ ବାଲି ବ୍ୟବହାର ହୋଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ 8 ଘଣ୍ଟା ସମୟ ଲାଗିଥିଲା।ଏହି ସଚେତନତା ଅଭିଯାନରେ ବହୁ ଡାକ୍ତର ଓ ନର୍ସିଂ ଛାତ୍ରଛାତ୍ରୀ ଯୋଗଦେଇ COPD ରୋଗର ଲକ୍ଷଣ, ପ୍ରାରମ୍ଭିକ ଚିହ୍ନଟ ଓ ନିୟମିତ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ।ଏହି ଅଭିନବ କଳା ମାଧ୍ୟମରେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ମାନସ।
