ବୀରମହାରାଜପୁର ରେ ବେଆଇନ ନିଶା କାରବାର : ପୋଲିସ ର ଚଢ଼ାଉ
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ରଥପୁର ଛକରେ ଜଣେ ବ୍ୟବସାୟୀଙ୍କ ଘରେ ଅଚାନକ ଚଢ଼ାଉ କରିଛି ପୋଲିସ । ବେଆଇନ ନିଶା କାରବାର ହେଉଥିବା ନେଇ ସୂଚନା ମିଳିବା ପରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରଥପୁର ଛକରେ ରହୁଥିବା ସ୍ୱାଧୀନ ଖଟୁଆଙ୍କ ଘରେ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ନାରାୟଣ ନାଏକଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି। ଏଥିରେ ବୀରମହାରାଜପୁର ପୋଲିସ ସମେତ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ସାମିଲ ହୋଇଛନ୍ତି।

ବେଆଇନ ନିଶା କାରବାର ସମ୍ପର୍କରେ ମିଳିଥିବା ଅଭିଯୋଗ ଆଧାରରେ ପୁଲିସ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ତେବେ ଚଢ଼ାଉ ସମୟରେ ପୋଲିସ କୌଣସି ସାମଗ୍ରୀ ଜବତ କରିଛି କି ନାହିଁ, ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପଟେ ଚଢ଼ାଉ ଜାରି ରହିଥିବା ବେଳେ ଘର ମାଲିକ ସ୍ୱାଧୀନ ଖଟୁଆ ଘରେ ଉପସ୍ଥିତ ନଥିବା ଜଣାପଡ଼ିଛି।ପୋଲିସ ର ଏହି ଚଢ଼ାଉ ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଚଢ଼ାଉରୁ କ’ଣ ତଥ୍ୟ ସାମ୍ନାକୁ ଆସୁଛି ଏବଂ ପୁଲିସ ପକ୍ଷରୁ ପରବର୍ତ୍ତୀ ସମୟରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
