February 14, 2026
Home » ବୋର୍ ଓ୍ବେଲ୍ ରେ ପଡ଼ି ଦେଢ଼ ବର୍ଷ ଶିଶୁକନ୍ୟାର ମୃତ୍ୟୁ

ବୋର୍ ଓ୍ବେଲ୍ ରେ ପଡ଼ି ଦେଢ଼ ବର୍ଷ ଶିଶୁକନ୍ୟାର ମୃତ୍ୟୁ

0
WhatsApp Image 2026-02-13 at 9.24.34 PM

ପୁରୀ ରେ ଅଭାବନୀୟ ଘଟଣା।ଖେଳୁଥିବା ବେଳେ ବୋର୍ ଓ୍ବେଲ୍ ରେ ପଡ଼ି ଦେଢ଼ ବର୍ଷ ଶିଶୁକନ୍ୟାର ମୃତ୍ୟୁ। ପୁରୀ ହସ୍ପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଶିଶୁକନ୍ୟା ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଶିଶୁକନ୍ୟା। ଚିକିତ୍ସା ପାଇଁ ଶିଶୁକନ୍ୟା କୁ ତୁରନ୍ତ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁୁ ମୃତ ଘୋଷଣା କରିଛନ୍ତି। ଶିଶୁ କନ୍ୟାର ମୃତ୍ୟୁକୁ ନେଇ ମେଡିକାଲରେ ଏବଂ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ସୂଚନା ଅନୁଯାୟୀ ଶିଶୁକନ୍ୟା ଜଣକ ତାଙ୍କ ମାମୁଁ ଘର ରାୟବାହାଦୁର ଲେନ୍ କୁ ବୁଲିବାକୁ ଆସିଥିଲେ। ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ମେଡିକାଲରେ ଚାଲିଥିବା କୋଠା କାମ ପାଇଁ ଖୋଳା ଯାଇଥିବା ବୋର୍ ଓ୍ବେଲ୍ ଭିତରେ ପଡ଼ି ଯାଇଥିଲେ। ସେଠାରେ ଉପସ୍ଥିତି ଥିବା ଲୋକମାନେ ଶିଶୁକନ୍ୟା କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ହସ୍ପିଟାଲକୁ ଆଣିଥିବା ବେଳେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।ମୃତ ଶିଶୁକନ୍ୟାର ମାମୁଁ ଗଜେନ୍ଦ୍ର ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମେଡିକାଲ କୋଠା ନିର୍ମାଣ କରୁଥିବା ଶ୍ରମିକ ମାନଙ୍କୁ ସେ ବାରମ୍ବାର ବୋର୍ ଓ୍ବେଲ୍ କୁ ପୋତିବା ପାଇଁ କହିଥିଲେ। କିନ୍ତୁ କୋଠା ନିର୍ମାଣ ଦାୟିତ୍ବରେ ଥିବା ବ୍ୟକ୍ତିମାନେ କୌଣସି ପଦକ୍ଷେପ ନେଇନଥିବାରୁ ଆଜି ତାଙ୍କ ଦେଢ ବର୍ଷର ଶିଶୁକନ୍ୟାର ପ୍ରାଣ ଚାଲି ଯାଇଛି । କୁମ୍ଭାରପଡ଼ା ଥାନା ପୋଲିସ ଖବରପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *