September 11, 2026
Home » ବୌଦ୍ଧ ଗସ୍ତରେ ସଚିବ ଭୁପିନ୍ଦର ସିଂହ ପୁନିଆ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ

ବୌଦ୍ଧ ଗସ୍ତରେ ସଚିବ ଭୁପିନ୍ଦର ସିଂହ ପୁନିଆ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ

0
WhatsApp Image 2026-09-10 at 5.29.37 PM

ବୌଦ୍ଧ:ଓଡ଼ିଶା ସରକାରଙ୍କ ସଚିବ ଶ୍ରୀ ଭୁପିନ୍ଦର ସିଂହ ପୁନିଆ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନାର ଭୂମିସ୍ତରୀୟ କାର୍ଯ୍ୟାନ୍ୱୟନ ପରିଦର୍ଶନ କରିଥିଲେ।ପ୍ରଥମେ ବଢ଼ିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଖାଉଟି ବଣ୍ଟନ ବ୍ୟବସ୍ଥା ଓ ବିଭିନ୍ନ ଭତ୍ତା ପାଉଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଶିଶୁମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ଓଲଣ୍ଡାର ବ୍ରଏଲର ଫାର୍ମ ପରିଦର୍ଶନ କରି ଚାଷୀଙ୍କୁ ସମନ୍ୱିତ କୃଷି ପ୍ରଣାଳୀ ଆପଣେଇବାକୁ ପରାମର୍ଶ ଦେଇଥିଲେ। କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପଦ୍ଧତି ଓ ଶିକ୍ଷଣ ଉପକରଣ ସମ୍ପର୍କରେ ଅବଗତ ହୋଇଥିଲେ। ନାରାୟଣ ନଗରର ମା’ ବାଉତି ପ୍ରଡ୍ୟୁସର ଗ୍ରୁପ୍‌ର ଶାଢ଼ୀ ବୁଣା କେନ୍ଦ୍ର ପରିଦର୍ଶନ କରି ଉତ୍ପାଦନ ଓ ବିକ୍ରି ବ୍ୟବସ୍ଥା ବିଷୟରେ ମହିଳା କାରିଗରଙ୍କ ସହ ଆଲୋଚନା କରିଥିଲେ।
କମଳପୁରର ସଫଳ ମାଛ ଚାଷୀ ଶ୍ରୀ ମାରୁତି ନନ୍ଦନ ତ୍ରିପାଠୀଙ୍କ ହ୍ୟାଚେରୀ ଓ କାଶଲପୁରର ଛତୁ ଫାର୍ମ ପରିଦର୍ଶନ କରି ଏହାର ସଫଳ ପରିଚାଳନା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ବାଉଁଶୁଣୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, କର୍ମଚାରୀ ଓ ରୋଗୀଙ୍କ ସହ ମତବିନିମୟ କରି ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ। ଖଇରମାଲର ଇଣ୍ଟିଗ୍ରେଟେଡ୍ ଫାର୍ମିଂ ପରିଦର୍ଶନ କରି ପିଜୁଳି, ନଡ଼ିଆ, ଆମ୍ବ ଓ କଦଳୀ ଚାଷ ଅନୁଧ୍ୟାନ କରିଥିଲେ। ବାସୁଦେବ ପାଲିରେ ଟେକ୍ସଟାଇଲ ବିଭାଗ ପରିଚାଳିତ ମହିଳା ସଂସାଧକ ଗୋଷ୍ଠୀଙ୍କ ଚାନ୍ଦୁଆ ତିଆରି ଶିଳ୍ପ ପରିଦର୍ଶନ କରି ମହିଳା କାରିଗରଙ୍କଠାରୁ ଉତ୍ପାଦନ, ବିକ୍ରି ଓ ଲାଭ-କ୍ଷତି ସମ୍ପର୍କରେ ଜାଣିଥିଲେ। ଗସ୍ତର ଶେଷରେ କୁମରିକେଳି ଆବାସିକ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ।
ସଚିବଙ୍କ ଏହି ଗସ୍ତ ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇଙ୍କ ସମେତ ବିଡିଓ, ତହସିଲଦାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଗସ୍ତ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜୀବିକା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରାଯାଇଥିଲା।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *