November 11, 2026
Home » ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ମହିଳା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଉଦଯାପିତ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ମହିଳା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଉଦଯାପିତ

0
WhatsApp Image 2026-11-09 at 4.42.52 PM

 

ସୁବର୍ଣ୍ଣପୁର: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଛଅ ଦିବସୀୟ ଶକ୍ତିଶ୍ରୀ ଆତ୍ମ ସୁରକ୍ଷା ସଚେତନତା କାର୍ଯକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସଭାପତିତ୍ବ କରି ଶ୍ରୀଯୁକ୍ତ ମିଶ୍ର ଛାତ୍ରୀ ମାନଙ୍କୁ ଶକ୍ତିଶ୍ରୀ ମହିଳା ଆତ୍ମ ସୁରକ୍ଷା ଶିବିର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ ।ଏହି ସଭାରେ ମହାବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟା ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଇତିହାସ ବିଭାଗର ଅଧ୍ୟାପକ ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଭ୍ୟ ଓ ମହାବିଦ୍ୟାଳୟର ଏନ୍ ସି ସି ଅଫିସର ଶ୍ରୀଯୁକ୍ତ ସଦାନନ୍ଦ ମାହାର ଏବଂ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ତଥା ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ପୂର୍ବତନ ମହିଳା ଆତ୍ମ ସୁରକ୍ଷା ଶ୍ରୀମତୀ କରିସ୍ମା ସେଠୀ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ବିଷୟ ରେ ଅବଗତ କରାଇଥିଲେ । ଏହି ଶକ୍ତିଶ୍ରୀ ଆତ୍ମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ସଭା କୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଂଯୋଜିକା ସୁଶ୍ରୀ ବାସନ୍ତୀ ପଧାନ ପରିଚାଳନା କରିବା ସହତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆତ୍ମ ସୁରକ୍ଷା ଶିବିରର ସଭାରେ ଦୁଇ ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ରାଜହଂସ ଓ ଶ୍ରୁତିମୟୀ ପାତ୍ର ଦ୍ୱାରା ପ୍ରଶିକ୍ଷିତ ଛାତ୍ରୀମାନେ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ମହାବିଦ୍ୟାଳୟର ପ୍ରାୟ ସମସ୍ତ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀମାନେ ଯୋଗ ଦେଇ ମହିଳା ଆତ୍ମ ସୁରକ୍ଷା ଶିବିରର ଉଦଯାପନ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *