August 27, 2025
Home » ବୌଦ୍ଧ ରେ ତିନିଦିନିଆ ବିକାଶମେଳା ଉଦଯାପିତ

ବୌଦ୍ଧ ରେ ତିନିଦିନିଆ ବିକାଶମେଳା ଉଦଯାପିତ

0
WhatsApp Image 2024-09-25 at 8.27.50 AM

 

ବୌଦ୍ଧ –ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମକୁ ନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଦିନ ଧରି ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳାର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ଜିଲ୍ଲରେ ସେପ୍ଟେମ୍ବର 21 ରୁ 23 ପର୍ଯ୍ୟନ୍ତ ଏହି ବିକାଶ ମେଳା ବୌଦ୍ଧ କଚେରୀ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଉପଲକ୍ଷେ ORMAS ତଥା ବିଭିନ୍ନ ବିଭାଗ ପକ୍ଷରୁ 28 ଗୋଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା l 28 ଗୋଟି ଷ୍ଟଲରେ ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାର Leaflets, Hoarding, Poster, ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା l ମାଇକ ଯୋଗେ ଏହି ବିକାଶ ମେଳାର ବାର୍ତ୍ତାପ୍ରଚାର କରାଯାଇଥିଲା l ଉଦଘାଟନୀର ଉତ୍ସବ ଉପଲକ୍ଷେ ପ୍ରଣାମ ପକ୍ଷରୁ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା l କରୁଣାକର ବଗର୍ତ୍ତି ଓ ସାଥି ଦାସକାଠିଆ ପରିବେଷଣ କାରିଥିଲେ l ଶ୍ରୀରାମ କାର୍ଟୁନ କମେଡି ଦଳ କାର୍ଟୁନ ବେଶରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ରଘୁନାଥ ଗୌଡି ସମ୍ପ୍ରଦା ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ମାଧ୍ୟମରେ ଅତିଥି ମାନଙ୍କୁ ପଡିଆକୁ ପାଛୋଟି ନେଇଥିଲେ l ପ୍ରଥମ ଦିନ ର ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନଟରାଜ ସାଂସ୍କୃତିକ ପରିଷଦ, ଭବାନୀପାଟଣା, ଶଙ୍କର ବେହେରା ଓ ସାଥି ଲୋଇସିଙ୍ଗା ଏବଂ ପ୍ରଣାମ ଅନୁଷ୍ଠାନ, ବୌଦ୍ଧ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦ୍ଵିତୀୟ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ଲହରୀ କଳାନୁଷ୍ଠାନ ସମ୍ବଲପୁର ଦ୍ୱାରା ସମ୍ବଲପୁରୀ ଲୋକ ନୃତ୍ୟ, ମହାବୀର ପାଲା ସଂସଦ ମୁଣ୍ଡାପଡା, ବୌଦ୍ଧ ପାଲା ପରିବେଷଣ, ଗେଲ୍ହା ମାଁ କଳାନିକେତନ ବୌଦ୍ଧ ତରଫରୁ ସମ୍ବଲପୁରୀ ଏବଂ ଆଦିବାସୀ ଲୋକନୃତ୍ୟ ଓ ରୁଦ୍ର ଭୈରବୀ କ୍ଲବ ବୌଦ୍ଧ ଦ୍ୱାରା ସମ୍ବଲପୁରୀ ଏବଂ ବିହୁନାଚ ପରିବେଷଣ କରାଯାଇଥିଲା l ଏହି ବିକାଶମେଳାର ଅନ୍ତିମ ଦିନର ସାଂସ୍କୃତିକ ସନ୍ଧ୍ୟାରେ ଶକ୍ତି ଶଙ୍କର ବାରିକ, ହରେକୃଷ୍ଣପୁର ଏକ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ ଵଜରଙ୍ଗବାଲି ଦାଶକାଠିଆ ଦଳ, ବଡ଼ମାଲ, ମୁଣ୍ଡପଡା ଦାଶକାଠିଆ, ଢୋଲ ନିଶାନ ତାଶା, ବୌଦ୍ଧ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ, କୃଷ୍ଣ ପ୍ରିୟା କଳାପରିଷଦ ତୁଷୁରା ପକ୍ଷରୁ ଘୁଡକା, କୋଶଲ ଫୋକ ଏକାଡେମୀ ବଲାଙ୍ଗିର ରୁ ଡାଲଖାଇ, ସୃଷ୍ଟି ଏକାଡେମୀ ବୌଦ୍ଧ ରୁ ସମ୍ବଲପୁରୀ ଲୋକ ନୃତ୍ୟ ଏବଂ ବାଉଁଶୁଣି ସାଂସ୍କୃତିକ ପରିଷଦ ବାଉଁ ଶୁଣି ଦ୍ୱାରା ଛୁଆଖେଲ ଆଦି ନୃତ୍ୟ ପରିବେଷଣ କରାଯାଇଥିଲା l
ଏହି ଉଦଯାପନୀ ସନ୍ଧ୍ୟାରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଜ଼ିଲ୍ଲାପାଳ, ସି ଇ ଓ, ଓରମାସ ଶିବାଶିଷ ଦାଶ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ,ଉପ ବିଭାଗ ଅଧିକାରୀ, ପଂଚାୟତ ସମିତି ବୌଦ୍ଧ ନିରଞ୍ଜନ ପାଢ଼ୀ, ଇ ଗଭରନେନ୍ସ ମ୍ୟାନେଜର ସମୀର କୁମାର ନାଏକ, ଏନ. ଆଇ.ସି କର୍ମଚାରୀ, ଓଡିଶା ସଂଗୀତ ନାଟକ ଏକାଡେମୀ ର ସଦସ୍ୟ ବସନ୍ତ ସାହୁ, ସୃଷ୍ଟି ଏକାଡେମୀର ସଭାପତି ଅରୂପ କୁମାର ମହାରଣା, କୋଶଲ ଫୋକ ଏକାଡେମୀ ର ନିର୍ଦ୍ଦେଶକ ନବଘନ ଦାସ, ପ୍ରଣାମ କଳାନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ଭାଇନା, ଜିଲ୍ଲା ପ୍ରତିନିଧି ଅର୍ଗସ ଟିଭି ସୀତାକାନ୍ତ ସିଂହ , ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ମିଶ୍ର ଙ୍କ ସମେତ ଅନ୍ୟ ସାମ୍ବାଦିକ ମଧ୍ୟ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ପରିଚାଳନା କରିବା ସହିତ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ତଥା CDO-cum-EO ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ ଏହି ତିନି ଦିନିଆ ମେଳାର ଉଦଯାପନୀ କାର୍ଯ୍ୟକ୍ରମକୁ ସାଙ୍ଗ ଘୋଷଣା କରିଥିଲେ l
ଏହି ତିନି ଦିନିଆଁ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯାଇଥିଲା l ବୌଦ୍ଧବାସୀ ଘରେ ବସି ଏହି କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *