ବ୍ରହ୍ମପୁରର ପ୍ରତିଭାବାନ ଯୁବ ଚିତ୍ରଶିଳ୍ପୀ ଏନ୍ କରୁଣାକର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜନ୍ମଦିନ ଅବସରର ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରମ୍ କାର୍ଯ୍ୟାଳୟ ଠାରେ ସୈାଜନ୍ୟମୂଳକ ସାକ୍ଷାତ କରି ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି ଏବଂ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଏକ ସୁନ୍ଦର ହାତତିଆରି ତୈଳଚିତ୍ର ପ୍ରଦାନ କରିଛନ୍ତି ।

ତାଙ୍କର ଏଭଳି ପ୍ରତିଭାକୁ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅତ୍ୟନ୍ତ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ଆସିକା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ବରେ ଥିବା ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗୈାରୀ ଶଙ୍କର ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ ।
