August 22, 2026
Home » ବ୍ରିଜ ଉପରୁ ମହାନଦୀ କୁ ଡେଇଁ ଭାସି ଯାଉଥିଲେ ଦୁଇ ନାବାଳିକା; ଉଦ୍ଧାର କଲେ ମତ୍ସ୍ୟଜୀବି

ବ୍ରିଜ ଉପରୁ ମହାନଦୀ କୁ ଡେଇଁ ଭାସି ଯାଉଥିଲେ ଦୁଇ ନାବାଳିକା; ଉଦ୍ଧାର କଲେ ମତ୍ସ୍ୟଜୀବି

0
WhatsApp Image 2026-08-22 at 2.51.38 PM

l

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ୍ ଉପରୁ ମହାନଦୀ କୁ ଡେଇଁ ପଡ଼ିଲେ ଦୁଇ ନାବାଳିକା । ସୂଚନା ଅନୁଯାୟୀ ଆଜି ସକାଳୁ ବ୍ରିଜ ଉପରୁ ୨ ନାବାଳିକା ମହାନଦୀ ଗର୍ଭ କୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ସେଠାରେ ମାଛ ମାରୁଥିବା ମାଛ ଧରାଳୀ ମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଘଟଣା ସ୍ଥଳରେ ବିନିକା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନାବାଳିକା ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ଦୁଇ ନାବାଳିକାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ନାବାଳିକା ମାନେ ଜଣେ ବିନିକା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣକ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡିଛି । ଉଭୟେ ବୌଦ୍ଧ ଜିଲ୍ଲା ର ଏକ ହଷ୍ଟେଲ ରେ ରହି ପାଠ ପଢୁଥିବା ନାବାଳିକା ଙ୍କ ମା କହିଛନ୍ତି । କାହିଁକି ଓ କେଉଁ ପରିସ୍ଥିତିରେ ନଈକୁ ଡେଉଁଥିଲେ ତାହା ଜଣାପଡ଼ି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *