ବ୍ଲକ ସ୍ତରୀୟ ପିତୃ ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଡୁଙ୍ଗୁରିପାଲି ବ୍ଲକ ମିଶନ ଶକ୍ତି ଗୃହ ଠାରେ ପିତୃ ମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି l ଏହି କ୍ୟାମ୍ପ ରେ ୩୮୨ ଜଣ ଶିଶୁ ଉପସ୍ଥିତ ରହିଥିଲେ। ଶିଶୁ ମଙ୍ଗଳ କମିଟି, ସୁବର୍ଣ୍ଣପୁର ଦ୍ୱାରା ସମସ୍ତ ଶିଶୁ ଏବଂ ଅଭିଭାବକ ଙ୍କ ସମସ୍ତ ପ୍ରମାଣ ପତ୍ର ଯାଞ୍ଚ କରାଯାଇ ତଥ୍ୟ ସଂଗ୍ରହ କରା ଯାଇଥିଲା l ସମସ୍ତ ଶିଶୁ ମାନଙ୍କ ତଥ୍ୟ ତର୍ଜମା ପରେ ସରକାରଙ୍କ ବିଭିନ୍ନ ଯୋଜନା ଥିବା ବ୍ୟବସ୍ଥା ରେ ସାମିଲ କରାଯାଇ ଥଇଥାନ କରାଯିବ l ଏହି କାର୍ଯ୍ୟକ୍ରମକୁ ଶିଶୁ ମଙ୍ଗଳ କମିଟି ର ସଭ୍ୟ କେଶବ ଚନ୍ଦ୍ର ମେହେର ଓ ବ୍ରଜେନ୍ଦ୍ର କୁମାର ବିଶି ପରିଚାଳନା କରିଥିବା ବେଳେ ସମସ୍ତ ଶିଶୁଙ୍କୁ ବାଇକ୍ତିଗତ ଭାବେ ଉପସ୍ଥାପନା କାର୍ଯ୍ୟ ତୁଲାଇ ଥିଲେ l ଏହି କାମ୍ପ କୁ ଶିଶୁ ଶିଶୁ ସୁରକ୍ଷା ବିଭାଗ ର ଥବିର କାଲସେ, ମୃତ୍ୟୁଞ୍ଜୟ ସାହୁ, ଜିତେନ୍ଦ୍ର ମଣ୍ଡଳ, ଅନିଲ ମହଲା ଓ ଚାଇଲଡ ହେଲ୍ପ ଲାଇନ ର ଅମିଶା କର୍ମୀ ଶିବିର କୁ ପରିଚାଳନା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
